ଚୀନକୁ ବନ୍ଦର ଲିଜ୍‌ ଦେବା ଭୁଲ୍‌ : ଆମେ ‘ଭାରତ ଆଗ’ ନୀତି ଅନୁସରଣ କରିବୁ: ଶ୍ରୀଲଙ୍କା

August 26, 2020, ଦେଶ, , Anupambharat News Bureau


ଚୀନକୁ ବନ୍ଦର ଲିଜ୍‌ ଦେବା ଭୁଲ୍‌ : ଆମେ ‘ଭାରତ ଆଗ’ ନୀତି ଅନୁସରଣ କରିବୁ: ଶ୍ରୀଲଙ୍କା
Anupambharat News Bureau
August 26, 2020

ନୂଆଦିଲ୍ଲୀ: ଶ୍ରୀଲଙ୍କା ନିରପେକ୍ଷ ବେଦେଶିକ ନୀତି ଅବଲମ୍ବନ କରିବାକୁ ଚାହୁଁଥିଲେ ବି ଯୁଦ୍ଧ ଓ ନିରାପତ୍ତା କ୍ଷେତ୍ରରେ ‘ଭାରତ ଆଗ’ ନୀତି ଅନୁସରଣ କରିବ ବୋଲି ବେଦେଶିକ ସଚିବ ଜୟନାଥ କଲୋମ୍ବେଜ୍‌ କହିଛନ୍ତି । ଶ୍ରୀଲଙ୍କୀୟ ଟେଲିଭିଜନ୍‌ ଚାନେଲରେ ସୋମବାର ଦିନ କଲୋମ୍ବେଜ୍‌ କହିଛନ୍ତି, ନିରାପତ୍ତା ରଣକେଶଳ ପ୍ରସଙ୍ଗରେ ଆମେ ‘ଭାରତ ଆଗ’ ନୀତି ଅନୁସରଣ କରିବ । ଆମେ ଭାରତ ଠାରୁ ଲାଭବାନ ହେବାକୁ ଚାହୁଁ । ନିରାପତ୍ତା କ୍ଷେତ୍ରରେ ଜଣେ ନିଜେ ହିଁ ନିଜର ପ୍ରଥମ ପ୍ରାଥମିକତା ବୋଲି ଶ୍ରୀଲଙ୍କାର ରାଷ୍ଟ୍ରପତି ମତପୋଷଣ କରନ୍ତି । କି;ୁ, ଆର୍ଥିକ ସମୃଦ୍ଧି ନିମନ୍ତେ ଆମକୁ ଅନ୍ୟମାନଙ୍କ ସହ ବୁଝାମଣା କରିବାକୁ ପଡ଼ିବ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିରପେକ୍ଷ ବେଦେଶିକ ନୀତି ଅନୁସରଣ କରିବା ସହ ଶ୍ରୀଲଙ୍କା ଭାରତର ସାମରିକ ସ୍ୱାର୍ଥକୁ ନିରାପଦ ରଖିବ । ପ୍ରଥମ ଥର ଲାଗି ସଶସ୍ତ୍ର ବାହିନୀରୁ ଆସିଥିବା ଶ୍ରୀଲଙ୍କାର ବେଦେଶିକ ସଚିବ ଜୟନାଥ କଲୋମ୍ବେଜ୍‌ କହିଛନ୍ତି, ଚୀନକୁ ୯୯ ବର୍ଷ ଲାଗି ‘ହାମ୍ବନତୋଟା’ ବନ୍ଦର ଲିଜ୍‌ ଦେବା ଗୋଟାଏ ବଡ଼ ଭୁଲ୍‌ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିକଟ ଅତୀତରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରି ରାଜପାକ୍ଷେ ଟିମ୍‌ ସରକାରକୁ ଆସିବା ପରେ ଭାରତର ବେଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କର ଶ୍ରୀଲଙ୍କୀୟ ପ୍ରତିପକ୍ଷ ଦିନେଶ ଗୁଣବର୍ଦ୍ଧନେଙ୍କ ସହ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ନେଇ ଆଲୋଚନା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାତୀୟ ରାଜପଥ ଶୁÂ ନିୟମରେ ସଂଶୋଧିତ ଏଣିକି ଫାଷ୍ଟ ଟ୍ୟାଗ୍‌ ଥିଲେ ଟୋଲ ପ୍ଲାଜାରେ ମିଳିବ ରିହାତି

ଜାତୀୟ ରାଜପଥ ଶୁÂ ନିୟମରେ ସଂଶୋଧିତ ଏଣିକି ଫାଷ୍ଟ ଟ୍ୟାଗ୍‌ ଥିଲେ ଟୋଲ ପ୍ଲାଜାରେ ମିଳିବ ରିହାତି

Read More...

 କରୋନା ଯୋଗୁ ଅଟକିଛି ବଂଶଧାରା ଜଳବିବାଦ ମାମଲା : ଡିସେମ୍ବର ୧୦ରେ ଶେଷ ହେବ ଟ୍ରିବ୍ୟୁନାଲର କାର୍ଯ୍ୟକାଳ

କରୋନା ଯୋଗୁ ଅଟକିଛି ବଂଶଧାରା ଜଳବିବାଦ ମାମଲା : ଡିସେମ୍ବର ୧୦ରେ ଶେଷ ହେବ ଟ୍ରିବ୍ୟୁନାଲର କାର୍ଯ୍ୟକାଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page