କରୋନା ଯୋଗୁ ଅଟକିଛି ବଂଶଧାରା ଜଳବିବାଦ ମାମଲା : ଡିସେମ୍ବର ୧୦ରେ ଶେଷ ହେବ ଟ୍ରିବ୍ୟୁନାଲର କାର୍ଯ୍ୟକାଳ

August 26, 2020, ଦେଶ, , Anupambharat News Bureau


 କରୋନା ଯୋଗୁ ଅଟକିଛି ବଂଶଧାରା ଜଳବିବାଦ ମାମଲା : ଡିସେମ୍ବର ୧୦ରେ ଶେଷ ହେବ ଟ୍ରିବ୍ୟୁନାଲର କାର୍ଯ୍ୟକାଳ
Anupambharat News Bureau
August 26, 2020

ନୂଆଦିଲ୍ଲୀ: ଓଡ଼ିଶା- ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗିରହିଥିବା ବଂଶଧାରା ଜଳବିବାଦ ମାମଲାର ଶୁଣାଣି କରୋନା ମହାମାରୀ ଯୋଗୁଁ ଅଟକିଛି । ସୁପ୍ରିମକୋର୍ଟ ଓ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲରେ ଏହି ମାମଲାର ଶୁଣାଣି ଚାଲିଛି । କରୋନା ଯୋଗୁ ଭିଡିଓ କନେ®ରେନ୍ସି ଜରିଆରେ ଏହି ମାମଲାର ଶୁଣାଣି ହେବା ଆଶା କ୍ଷୀଣ ।
ସ୍ଥିତି ସ୍ୱାଭାବିକ ହେବାପରେ ଫିଜିକାଲ ଶୁଣାଣି ଜରିଆରେ କରାଯିବ ବୋଲି ଉଭୟ ରାଜ୍ୟର ଆଇନଜୀବୀମାନେ ମତ ଦେଇଛନ୍ତି । ଅନ୍ୟପକ୍ଷରେ, ୨୦୧୦ରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲର କାର୍ଯ୍ୟକ୍ରମ ଚଳିତ ବର୍ଷ ଡିସେମ୍ବର ୧୦ରେ ଶେଷ ହେବାକୁ ଯାଉଥିବାବେଳେ ଏହି ବିବାଦର ବର୍ତ୍ତମାନ ପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ । ଟ୍ରିବ୍ୟୁନାଲର ସେପଫମ୍ବର ୧୩,୨୦୧୭ର ଚୂଡ଼ାନ୍ତ ରାୟକୁ ଚାଲେଞ୍ଜ କରି ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ସ୍ୱତନ୍ତ୍ର ଲିଭ୍‌ ପିଟିସନର ଚୂଡ଼ାନ୍ତ ସ୍ପଷ୍ଟୀକରଣ ଲୋଡ଼ାଯାଇଥିବା ସମ୍ପର୍କିତ ଓଡ଼ିଶାର ଆବେଦନ ମଧ୍ୟ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି । ଅପରପକ୍ଷେ ବଂଶଧାରା ନଦୀ ନେରେଡ଼ି ପ୍ରକଳ୍ପ ଅଞ୍ଚଳର ମିଳିତ ଅନୁଧ୍ୟାନ ପାଇଁ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସହଯୋଗ କରିବା ପାଇଁ ବଂଶଧାରା ଟ୍ରିବ୍ୟୁନାଲଙ୍କ ଦ୍ୱାରା କେନ୍ଦ୍ରୀୟ ଜଳଆୟୋଗକୁ ନିର୍ଦ୍ଦେଶ ଜାରି କରିଥିଲା । ଏହାରି ଉପରେ ଓଡ଼ିଶା ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଥିଲା । ଓଡ଼ିଶାର ଯୁକ୍ତି ହେଉଛି, ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶନାମା ଦ୍ୱାରା ଓଡ଼ିଶାର ସ୍ୱାର୍ଥ ଗୁରୁତରଭାବେ କ୍ଷତିଗ୍ରସ୍ତ ହେଉଛି ।
ଓଡ଼ିଶା ପକ୍ଷରୁ ଏହି ମାମଲାରେ ଯୁକ୍ତି ବାଢ଼ିବା ପାଇଁ ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କୁ ନିୟୋଜିତ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟରେ ଚୂଡ଼ାନ୍ତ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇ ନାହିଁ । ନେରେଡ଼ି ପ୍ରକଳ୍ପର ୧୦୬ ଏକର ବୁଡ଼ି ଅଞ୍ଚଳର ତଥ୍ୟ ଆନ୍ଧ୍ରପ୍ରଦେଶର ସରକାର ବର୍ତ୍ତମାନ ସୁଦ୍ଧା ଦେଇନଥିବାର ଓଡ଼ିଶାର ଅଭିଯୋଗ ରହିଛି । ଉଲ୍ଲେଖଯୋଗ୍ୟ, ବଂଶଧାରା ନଦୀ ପ୍ରାୟ ୮୨ କିଲୋମିଟର ଆନ୍ଧ୍ରରେ ପ୍ରଭାବିତ ହେଉଥିବା ବେଳେ ଓଡ଼ିଶାରେ ୧୫୪ କିଲୋମିଟର ପର୍ଯ୍ୟନ୍ତ ପ୍ରଭାବିତ ହେଉଛି । ମୋଟ ୨୬୫ କିଲୋମିଟର ଦୀର୍ଘ ବଂଶଧାରା ନଦୀର ପାଣିକୁ ଉଭୟ ଓଡ଼ିଶା ଓ ଆନ୍ଧ୍ର ମିଳିତ ଭାବରେ ବ୍ୟବହାର କରୁଛନ୍ତି । ୧୯୬୨ ମସିହାରେ ଆନ୍ତଃରାଜ୍ୟ ନଦୀ ଜଳ ବଣ୍ଟନ ବ୍ୟବସ୍ଥାରେ ଦୁଇ ରାଜ୍ୟ ଏଥିପାଇଁ ଚୁକ୍ତିବଦ୍ଧ ହୋଇଥିଲେ । କି;ୁ ପରବର୍ତ୍ତୀ ଅବସ୍ଥାରେ ଓଡ଼ିଶାକୁ ନଜଣାଇ ଆନ୍ଧ୍ରପ୍ରଦେଶ ନେରେଡ଼ି ପ୍ରକଳ୍ପ ନିର୍ମାଣ ଆରମ୍ଭ କରିଦେଇଥିଲା । କି;ୁ ଓଡ଼ିଶା ଏଭଳି ବେଆଇନ ନିର୍ମାଣକୁ ବିରୋଧ କରିବାରୁ ବିବାଦ ସୃଷ୍ଟି ହୋଇଥିଲା । ଆନ୍ଧ୍ରର ନେରେଡ଼ି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ସୀମାନ୍ତବର୍ତ୍ତୀ ଗ୍ରାମ ପ୍ରଭାବିତ ହେବା ସହିତ କୃତିମ ବନ୍ୟା ସୃଷ୍ଟି ହେବା ଆଶଙ୍କା କରି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ସରକାରଙ୍କ ଆବେଦନକୁ ଗ୍ରହଣ କରି ୨୦୧୦ ଫେବ୍ରୁଆରୀ ୧୪ରେ ଏନେଇ ବଂଶଧାରା ଟ୍ରିବ୍ୟୁନାଲ ଗଠନ କରିଥିଲେ । ୨୦୧୨ ମସିହାରୁ ଟ୍ରିବ୍ୟୁନାଲ ଏହି ମାମଲାର ନିୟମିତ ଶୁଣାଣି କରୁଥିଲେ ।
ଟ୍ରିବ୍ୟୁନାଲ ୨୦୧୩ରେ କେନାଲ ନିର୍ମାଣ ପାଇଁ ମଧ୍ୟବର୍ତୀକାଳୀନ ସର୍ତ୍ତମୂଳକ ଅନୁମତି ଦେଇଥିଲେ । ଏହାପରେ ସେପଫମ୍ବର ୨୦୧୭ରେ ଟ୍ରିବ୍ୟୁନାଲ ବଂଶଧାରା ନଦୀରେ ଆନ୍ଧ୍ରପ୍ରଦେଶ ଦ୍ୱାରା ନିର୍ମାଣଧିନ କାଟ୍ରାଗଡ଼ା ଏହଂ ନେରେଡ଼ି ବ୍ୟାରେଜର କାର୍ଯ୍ୟ ଚାଲୁ ରଖିବାକୁ ରାୟ ଶୁଣାଇଥିଲେ । ଏହି ରାୟ ଆନ୍ଧ୍ରପ୍ରଦେଶ ସପକ୍ଷରେ ଯାଇଥିବାରୁ ଓଡ଼ିଶାକୁ ନିରାଶ ହେବାକୁ ପଡ଼ିଥିଲା । ରାୟକୁ ଚାଲେଞ୍ଜ କରାଯାଇ ସୁପ୍ରିମକୋର୍ଟରେ ଓଡ଼ିଶା ଏସଏଲପି ଦାଖଲ କରିଥିଲା । ଇତିମଧ୍ୟରେ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଡିସେମ୍ବର ୧୦ରେ ଶେଷ ହେବାକୁ ଯାଉଛି । କାର୍ଯ୍ୟକାଳ ଅବଧି ପୂର୍ବରୁ ସୁପ୍ରିମକୋର୍ଟରେ ଓ ଟ୍ରିବ୍ୟୁନାଲରେ ଯଦି ମାମଲା ବିଚାରାଧୀନ ରହେ, ତା’ହେଲେ ଆଉ ବର୍ଷେ ଟ୍ରିବ୍ୟୁନାଲର କାର୍ଯ୍ୟକାଳକୁ ସମ୍ପ୍ରସାରଣ କରାଯିବ ବୋଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚୀନକୁ ବନ୍ଦର ଲିଜ୍‌ ଦେବା ଭୁଲ୍‌ : ଆମେ ‘ଭାରତ ଆଗ’ ନୀତି ଅନୁସରଣ କରିବୁ: ଶ୍ରୀଲଙ୍କା

ଚୀନକୁ ବନ୍ଦର ଲିଜ୍‌ ଦେବା ଭୁଲ୍‌ : ଆମେ ‘ଭାରତ ଆଗ’ ନୀତି ଅନୁସରଣ କରିବୁ: ଶ୍ରୀଲଙ୍କା

Read More...

ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ :  ମହାମାରୀ ଲଢେଇରେ ଆତ୍ମସନ୍ତୋଷ ବଡ ଶତ୍ରୁ ,ସତର୍କ ରୁହ;ୁ : ମୁଖ୍ୟମନ୍ତ୍ରୀ

ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ : ମହାମାରୀ ଲଢେଇରେ ଆତ୍ମସନ୍ତୋଷ ବଡ ଶତ୍ରୁ ,ସତର୍କ ରୁହ;ୁ : ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page