ଜେଇଇ ଓ ଏନ୍‌ଇଇଟି ଘୁଞ୍ଚାଅ

August 25, 2020, ଓଡ଼ିଶା, , Anupambharat News Bureau


ଜେଇଇ ଓ ଏନ୍‌ଇଇଟି ଘୁଞ୍ଚାଅ
Anupambharat News Bureau
August 25, 2020

ଭୁବନେଶ୍ୱର,୨୫ା୮(ଅନୁପମ ମିଡ଼ିଆ):କୋବିଡ କାରଣରୁ ସେପେଫମ୍ବରରେ ହେବାକୁ ଥିବା ଜେଇଇ ଓ ଏନଇଇଟିକୁ ଘୁଞ୍ଚାଇବା ପାଇଁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କଙ୍କୁ ପତ୍ର ଲେଖିଛନ୍ତି । ଏହା ବ୍ୟତୀତ ସେ ରାଜ୍ୟର ସମସ୍ତ ଜିଲ୍ଲାରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ପରୀକ୍ଷା କେନ୍ଦ୍ର ଖୋଲିବାକୁ ଅନୁରୋଧ କରିଛନ୍ତି । ଜେଇଇ (ମେନ) ଓ ନିଟ୍‌ ଆଗାମୀ ସେପେଫମ୍ବର୧ରୁ ୬ ତଥା ୧୩ ତାରିଖ ଦିନ ହେବାକୁ ଯାଉଛି । ଓଡିଶାରୁ ୫୦ ହଜାରରୁ ଊର୍ଦ୍ଧ୍ୱ ଏନଇଇଟି ଓ ଜେଇଇ ମେନରେ ୪୦ ହଜାର ଊର୍ଦ୍ଧ୍ୱ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ । ଏନଟିଏ ଦ୍ୱାରା କେବଳ ୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି । ସେ ଏହି ପତ୍ରରେ ଲେଖିଛନ୍ତି ଛାତ୍ରଙ୍କର ସୁରକ୍ଷା ଦୃଷ୍ଟିରୁ ଜେଇଇ ଓ ଏନଇଇଟିକୁ ଘୁଞ୍ଚାଇବା ଆବଶ୍ୟକ । କୋବିଡ କାରଣରୁ ସଟଡାଉନ, ଲକଡାଉନ ଓ ଅନ୍ୟ କଟକଣା ହେତୁ ସ୍ଥାନୀୟ ପରିବହନ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପଡିଛି । ଏଭଳି ସ୍ଥଳେ ଜନଜାତୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷାରୁ ବଞ୍ଚିତ ହେବାକୁ ପଡିପାରେ । ତେଣୁ ଏହି ପରକ୍ଷା ତାରିଖକୁ ଘୁଞ୍ଚାଇବା ସହ ପ୍ରତ୍ୟେକ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରିବାକୁ ସେ ଅନୁରୋଧ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>

Read More...

ମହାକାଶ ଗବେଷଣା ପାଇଁ ଭିସୁଟ ଓ ଇସ୍ରୋ ମଧ୍ୟରେ ଏମ୍‌ଓୟୁ

ମହାକାଶ ଗବେଷଣା ପାଇଁ ଭିସୁଟ ଓ ଇସ୍ରୋ ମଧ୍ୟରେ ଏମ୍‌ଓୟୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page