ମହାକାଶ ଗବେଷଣା ପାଇଁ ଭିସୁଟ ଓ ଇସ୍ରୋ ମଧ୍ୟରେ ଏମ୍‌ଓୟୁ

August 25, 2020, ଓଡ଼ିଶା, , Anupambharat News Bureau


ମହାକାଶ ଗବେଷଣା ପାଇଁ ଭିସୁଟ ଓ ଇସ୍ରୋ ମଧ୍ୟରେ ଏମ୍‌ଓୟୁ
Anupambharat News Bureau
August 25, 2020

ସମ୍ବଲପୁର, ୨୫ ।୮(ଅନୁପମ ମିଡ଼ିଆ): ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଏବଂ ବୁର୍ଲାସ୍ତିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟରେ ମହାକାଶ, ରକେଟ ନିର୍ମାଣ ପ୍ରଭୃତି ବିଷୟରେ ଗବେଷଣା ପାଇଁ ଆଜି ମଙ୍ଗଳବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଇସ୍ରୋର ଅଧ୍ୟକ୍ଷ ଡ କେ ଶିବନଙ୍କ ଉପସ୍ତିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ କରାଯାଇଥିଲା । କାର୍ଯ୍ୟକ୍ରମର ମୁଖ୍ୟଅତିଥି ଡ ଶିବନ ତାଙ୍କ ବକ୍ତବ୍ୟରେ ଗବେଷଣା କ୍ଷେତ୍ରରେ ଭିସୁଟର ଉତ୍କର୍ଷତାକୁ ପ୍ରଶଂସା କରିଥିଲେ । ବିଶ୍ୱବିଦ୍ୟାଳୟରେ ପ୍ରସ୍ତାବିତ ମହାକାଶ ଅନେ୍ୱଷଣ ଅନୁସନ୍ଧାନ କେନ୍ଦ୍ର ଛାତ୍ରଛାତ୍ରୀଙ୍କୁ ମହାକାଶ ସମ୍ପର୍କିତ ଅତ୍ୟାଧୂନିକ ଜ୍ଞାନକୌଶଳ ଉପଲବ୍ଧ କରାଇବାରେ ପ୍ରୋତ୍ସାହିତ କରିବ ଓ ମହାକାଶ ଶିକ୍ଷା ବାବଦରେ ଅନୂକୁଳ ବାତାବରଣ ସୃଷ୍ଟି କରିବ ବୋଲି ଆଶା ପ୍ରକଟ କରିଥିଲେ । ଛାତ୍ରଛାତ୍ରୀ ମାନେ ଆଗକୁ ମହାକାଶ ଗବେଷଣା ଏବଂ ପ୍ରୟୋଗ ପାଇଁ ଅଧିକ ଆଗ୍ରହ ପ୍ରକାଶ କରିବେ । ଦେଶ ଏ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଗକୁ ଅଗ୍ରସର ହେଉଛି । ହେଲେ ଏଥିପାଇଁ ସବ-ସିଷ୍ଟମ ଓ ପ୍ରୋପୁଲସନର ବିକାଶ ସକାଶେ ଅଧିକ ଗବେଷଣା ଦରକାର ରହିଥିବା ଡ଼. ଶିବନ ମତ ଦେଇଥିଲେ । ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ସଞ୍ଜୟ କୁମାର ସିଂହ ଏହି ଅବସରରେ କହିଲେ ଯେ, ସାଧାରଣତ ଗ୍ରାମୀଣ ଏବଂ ଛୋଟ ସହରର ଛାତ୍ରଛାତ୍ରୀଙ୍କ ଠାରୁ ଉଚ୍ଚମାନର ଉପାୟ ଏବଂ କୌଶଳ ଆସିଥାଏ । ଆମକୁ ଏହି ଦିଗ ପ୍ରତି ଗୁରତ୍ୱ ଦେବାକୁ ହେବ । ବିଭିନ୍ନ ଷ୍ଟାର୍ଟ-ଅପକୁ ସମୃଦ୍ଧ କରିବା ଏବଂ ପ୍ରୋତ୍ସାହିତ କରିବାରେ ଏହି ବିଶ୍ୱବିଦ୍ୟାଳୟର ପଦକ୍ଷେପ ବାବଦରେ ଉଲ୍ଲେଖ କରି ବିଭାଗୀୟ ସଚିବ ଶ୍ରୀ ସିଂହ ଏହି ମହାକାଶ ଗବେଷଣା ସମ୍ପର୍କିତ ପ୍ରକଳ୍ପ ପାଇଁ ଇସ୍ରୋ ଓ ଏହାର ଅଧ୍ୟକ୍ଷ ଡ. ଶିବନଙ୍କ ସହଯୋଗକୁ ପ୍ରଶଂସା କରିଥିଲେ । ଏହା ତରୁଣ ବୈଜ୍ଞାନିକମାନଙ୍କ ମଧ୍ୟରେ ରହିଥିବା ପ୍ରତିଭାକୁ ବିକଶିତ କରିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଭିସୁଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସରବ ଡ. ଅଟଳ ଚୌଧୁରୀ ଇସ୍ରୋର ଦକ୍ଷତା ବିକାଶ କାର୍ଯ୍ୟକ୍ରମର ନିଦ୍ଦେର୍ଶକ ଡ ପି ଭି ଭେଙ୍କିଟକ୍ରିଷ୍ଣା ପ୍ରମୁଖ ଏହି ଏମଓୟୁ ସ୍ୱାକ୍ଷର ସମାରୋହରେ ଯୋଗ ଦେଇଥିଲେ । ପୂର୍ବରୁ ଇସ୍ରୋର ଉପନିର୍ଦ୍ଦେଶକ ଡ଼ ବିଜନ ଦାସ ଛାତ୍ରଛାତ୍ରୀଙ୍କ ନିରନ୍ତର ଉଦ୍ୟମ ଓ ଇସ୍ରୋର ପ୍ରୋତ୍ସାହନ ବିଷୟରେ ସମ୍ୟକ ସୂଚନା ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଏହି ଏମଓୟୁ ସ୍ୱାକ୍ଷରିତ ହେବା ପରେ ବିଶ୍ୱିଦ୍ୟାଳୟରେ ବୀର ସୁରେନ୍ଦ୍ର ସାଏ ମହାକାଶ ଅନେ୍ୱଷଣ କେନ୍ଦ୍ର(ଭିଏସଏସଆଇସି) ବିକଶିତ କରାଯିବ । ଏଥିପାଇଁ ଇସ୍ରୋ ଏକକାଳୀନ ୫୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିବ । ଏଥିରେ ପରୀକ୍ଷଣ ସୁବିଧା, ପ୍ରକଳ୍ପ ନିର୍ମାଣ ଏବଂ ଗବେଷଣା କରାଯିବ ନିରନ୍ତର ଓ ସହନୀୟ ଉତକ୍ଷେପଣ ଯାନ ବିକାଶ ଓ ଏହାର ମୂଲ୍ୟାୟନ, ରକେଟ ଉତକ୍ଷେପଣ ଓ ଏହାର ପ୍ରଭାବ ସହିତ ନିରାପତ୍ତା ବାବଦରେ ଇସ୍ରୋ ବୈଷୟିକ ପରାମର୍ଶ ପ୍ରଦାନ କରିବ । ଶ୍ରୀହରିକୋଟା, ଥୁମ୍ବା କିମ୍ବା ବାଲେଶ୍ୱରରେ ଥିବା ଉତ୍‌କ୍ଷେପଣ ଘାଟିରେ ସାଉଣ୍ଡିଙ୍ଗ ରକେଟ ପରୀକ୍ଷଣ ସୁବିଧା ଉପଯୋଗ କରିହେବ । ହେଲେ ଏହି ବିଶ୍ୱବିଦ୍ୟାଳୟରେ ଏହି ମହାକାଶ ଗବେଷଣା କେନ୍ଦ୍ର ପ୍ରକଳ୍ପର ଆବଶ୍ୟକ ସମାଧାନ ପାଇଁ ଇସ୍ରୋର ଗବେଷଣାଗାରରେ
ରହିଥିବା ସୁବିଧାକୁ ରିହାତି କିମ୍ବା ବିନା ଶୁÂରେ ବ୍ୟବହାର କରିହେବ । ପ୍ରକଳ୍ପ କାର୍ଯ୍ୟରେ ନିୟୋଜିର ସୀମିର ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଏହି ଆଧାରରେ ଇସ୍ରୋର ପରୀକ୍ଷାଗାରରେ ପ୍ରଶିକ୍ଷଣ ସୁବିଧା ମିଳିବ । ଏହି ଅନେ୍ୱଷଣ କେନ୍ଦ୍ର (ଭିଏସଏସଆସି) ଏବଂ ବିଶ୍ୱବିଦ୍ୟାଳୟ ବିଶ୍ୱରେ ଏହି କ୍ଷେତ୍ରରେ ହେଉଥିବା ଅଗ୍ରଗତିର ଅନୁସନ୍ଧାନ କରି ତତସମ୍ପର୍କିତ ପ୍ରକଳ୍ପ ହାତକୁ ନେବ ଓ ଦେଶକୁ ମହାକାଶ ଗବେଷଣା କ୍ଷେତ୍ରରେ ସଫଳ କରିବା ଲକ୍ଷ୍ୟକୁ ସାର୍ଥକ କରିବାରେ କାର୍ଯ୍ୟ କରିବ । ଏଥିପାଇଁ ଇଲେକଫ୍ରିକାଲ ଓ ଇଇଇ, ମେକାନିକାଲ, ଯାନ୍ତ୍ରୀକ, ରସାୟନ ବିଜ୍ଞାନ, ମେଟେରୋଲୋଜି ଓ ମେଟାରିଆଲ ଆଦି ବିଭାଗରେ ଥିବା ପରୀକ୍ଷାଗାର ଏବଂ ୱାର୍କସପର ସୁବିଧାକୁ ରକେଟ ପ୍ରକଳ୍ପ ପାଇଁ ବ୍ୟବହାର କରିବାକୁ ସୁଯୋଗ ଦେବ । ସେହିପରି ଏହି ଦୁଇ ସଂଗଠନ ନିଜର ପରୀକ୍ଷା ଓ ଗବେଷଣାଗାର ସୁବିଧାକୁ ଇସ୍ରୋ ସଂଶ୍ଲିଷ୍ଟ ସେଲ, ମହାକାଶ ଅନୁସନ୍ଧାନ କେନ୍ଦ୍ର, ମହାକାଶ ସମ୍ବନ୍ଧିତ ଆଞ୍ଚଳିକ ଏକାଡ଼େମିକ କେନ୍ଦ୍ର ଦ୍ୱାରା ବ୍ୟବହାର ପାଇଁ ଉପଲବ୍ଧ କରାଇବେ । କେନ୍ଦ୍ର ଏବଂ ବିଶ୍ୱବିଦ୍ୟାଳୟ ମହାକାଶ ଓ ରକେଟ ବିଜ୍ଞାନ ସମ୍ପର୍କରେ ଅଗ୍ରଗତିକୁ ପରିପାଶ୍ୱର୍ ତଥା ଅଞ୍ଚଳରେ ଥିବା ଅନ୍ୟ ସଂସ୍ଥାନ ମାନଙ୍କରେ ସମ୍ପ୍ରସାରିତ କରିବେ ବୋଲି ବୁଝାମଣା ପତ୍ରରେ ଉଲ୍ଲେଖ ରହିଛି । ଏଠାରେ ଉଲ୍ଲେଖ କରାଯାଇପାରେ କି ଯେ, ବିଶ୍ୱବିଦ୍ୟାଳୟର ଆଇଡ଼ିଆ ଓ ଇନୋଭେସନ ସେଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଉପଗ୍ରହ ରକେଟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ହାସଲ କରିବା ସହିତ ବିଭିନ୍ନ ରେକର୍ଡ ବୁକରେ ସ୍ତାନିତ ହୋଇପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କର ମନ କି ବାତ କାର୍ଯ୍ୟକ୍ରମେ ଏହି ଛାତ୍ରଛାତ୍ରୀଙ୍କ ଗବେଷଣା ବାବଦରେ ଅବତାରଣା କରିଥିଲେ । ଇସ୍ରୋର କୌଣସି ଶିକ୍ଷାନୁଷ୍ଠାନରେ ଏହି ଭଳି କାର୍ଯ୍ୟକ୍ରମରେ ସାମିଲ ହେବା ଏହା ପ୍ରଥମ ଅଟେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜେଇଇ ଓ ଏନ୍‌ଇଇଟି ଘୁଞ୍ଚାଅ

ଜେଇଇ ଓ ଏନ୍‌ଇଇଟି ଘୁଞ୍ଚାଅ

Read More...

ଲୋ-ପ୍ରେସରର ରୂପ ନେଲା ଲଘୁଚାପ:  ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟ ତମାମ ବର୍ଷିବ

ଲୋ-ପ୍ରେସରର ରୂପ ନେଲା ଲଘୁଚାପ: ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟ ତମାମ ବର୍ଷିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page