ସୁଯୋଗ ଦେଖି ଆକ୍ରମଣ କରିପାରେ କି ଚୀନ୍‌ ?

August 02, 2020, ଦେଶ, , Anupambharat News Bureau


ସୁଯୋଗ ଦେଖି ଆକ୍ରମଣ କରିପାରେ କି ଚୀନ୍‌ ?
Anupambharat News Bureau
August 02, 2020

ନୂଆଦିଲ୍ଲୀ: ଚାଲବାଜି ଚଳାଇଛି ଚାଇନା । ସୀମାରେ ଠୁଳ କରୁଛି ସୈନିକ । ଗଲୱନ୍‌ ଏବଂ ପାଙ୍ଗଗ ସୋ ପରେ ଏବେ ଲିପୁଲେଖ ପାସ୍‌ ନିକଟରେ ସୈନ୍ୟ ଠୁଳ କରୁଛି ଚାଇନା । କୁହାଯାଉଛି ଲିପୁଲେଖର ସେ ପାଖରେ ଚାଇନା ଏକ ବାଟାଲିଅନ ବା ୧ ହଜାର ସୈନ୍ୟ ମୁତୟନ କରିଛି ।
ଉତ୍ତରାଖଣ୍ଡ ନିକଟରେ ଥିବା ଲିପୁଲେଖ ପାସ୍‌ ଦେଇ ଶ୍ରଦ୍ଧାଳୁମାନେ କୈଳାସ ମାନସ ରୋବର ଯାତ୍ରା କରିଥାନ୍ତି । ଏହାକୁ ମଧ୍ୟ ଭାରତ, ଚୀନ ଓ ନେପାଳ ଭିତରେ ଟ୍ରାଇ ଜଙ୍କସନ୍‌ ବୋଲି କୁହାଯାଏ । କିଛି ଦିନ ତଳେ କଳାପାଣି ଓ ଲିପୁଲେଖ ଅଞ୍ଜଳକୁ ନେପାଳ ନିଜ ମ୍ୟାପରେ ପ୍ରଦର୍ଶନ କରିଥିବାରୁ ବିବାଦ ମୁଣ୍ଡ ଟେକିଥିଲା । ଏବେ ତାର ପାଶ୍ୱବର୍ତ୍ତି ଅଂଚଳରେ ପିଏଲଏ ମୁତୟନ ହୋଇଛି । ଚାଇନାର ଏଭଳି ମତିଗତିରୁ ଲାଗୁଛି ଯେ ଲଦାଖ ନିକଟରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ ପାଇଁ ଦୁଇ ପକ୍ଷର ସେନାଙ୍କ ଭିତରେ ଯେଉଁ କଥାବାର୍ତା ଚାଲିଛି ତାହା ଶୁଣିବା ସ୍ଥିତିରେ ନାହିଁ ସି- ଜିନପିଙ୍ଗଙ୍କ କମ୍ୟୁନିଷ୍ଟ ଚାଇନା ।
ସୀମାରେ ଉତ୍ତେଜନା ହ୍ରାସ ପାଇଁ କମାଣ୍ଡର ସ୍ତରୀୟ ଆଲୋଚନା ଫଳପ୍ରଦ ହେଲାଭଳି ଲାଗୁନି । କାରଣ କେବଳ ଗଲଓାନ ଭ୍ୟାଲିରୁ ପାଟ୍ରୋଲିଙ୍ଗ ପଏଣ୍ଟ ୧୪ରୁ ପଛକୁ ହଟିବା ଛଡା ଚୀନ୍‌ ସେନା ଏବେବି ପାଙ୍ଗଗ ସୋ ଓ ହଟ୍‌ ସ୍ପ୍ରିଙ୍ଗ ଅଞ୍ଚଳରେ ବସି ରହିଛି । ସେପଟେ ଭାରତ ଚୀନକୁ ସବକ ଶିଖାଇବାକୁ ଉଭୟ ସାମରିକ, ଅର୍ତନୈତିକ ଓ କୂଟନୈତିକ ସ୍ତରରେ ଚାପ ସୃଷ୍ଟି କରୁଛି । ସୀମାକୁ ପୁଣି ୩୫ ହଜାର ସୈନ୍ୟ ପଠାଇବାକୁ ଚିନ୍ତା କରୁଛି ଭାରତ । ଟିକଟକ୍‌ ସମେତ ଚାଇନାର ୫୯ ଆପ୍‌ କୁ ବ୍ୟାନ କରିବାପରେ ଭାରତ ପୁଣି ଏସବୁ ଆପ୍‌ର ୪୭ କ୍ଲୋନ୍‌ ଆପକୁ ବି ନିଷିଦ୍ଧ ଘୋଷଣା କରିଛି ।
ଏବେ ନୂଆ ଜାତୀୟ ଶିକ୍ଷା ନୀତିରେ ଭାରତରେ ଚାଇନା ଭାଷା ଶିକ୍ଷାକୁ ବି ବନ୍ଦ କରିଦିଆଯାଇଛି । ଫ୍ରେଞ୍ଚ, ଜର୍ମାନ, ଜାପାନ ଓ ସ୍ପାନିସ ଭଳି ଭାଷା ଶିଖିବାକୁ ଭାରତରେ ଅନୁମତି ଥିବା ବେଳେ ଚାଇନା ଭାଷା ଶିଖିବା ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ସେପଟେ ଭାରତରେ ଅବସ୍ଥାପିତ ଚାଇନା ଓ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ଟୁଇଟର ଯୁଦ୍ଧ ଆରମ୍ଭ ହୋଇଯାଇଛି । ପଡୋଶୀ ଦେଶଙ୍କ ସହ ଚାଇନା ବିବାଦ ସୃଷ୍ଟି କରିବା ସହ ସାଉଥ ଚାଇନାରେ ଦାଦାଗିରି ଦେଖାଉଛି ବୋଲି ଟୁଇଟ୍‌ କରି କହିଛନ୍ତି ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ବେରୀ-ଓ-ଫେଆରେୱଲ୍‌ ।
ଏମିତିକି ସାମୁଦ୍ରିକ ନିୟମ ପାଇଁ ଥିବା ଆନ୍ତର୍ଜାତୀୟ କନେ¶ନ୍ସନ୍‌ କାନୁନକୁ ବି ମାନୁନି ଚାଇନା । ଏହା ପ୍ରତିବାଦରେ ଭାରତରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତ ସନ୍‌ େୱଡିଂ କହିଛନ୍ତି ଚାଇନା ସମସ୍ତ ଆନ୍ତର୍ଜାତୀୟ ନିୟମ ମାନି ଚଳେ । ଭାରତରେ ଅବସ୍ଥାପିତ ଚାଇନା ଓ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତଙ୍କ ଏଭଳି ଟୁଇଟର ଯୁଦ୍ଧ ଏବେ ଚର୍ଚ୍ଚାକୁ ଖୋରାକ୍‌ ଯୋଜାଇଛି । ଏ ସମସ୍ତ ପରିସ୍ଥିତିକୁ ଦେଖିଲେ ଲାଗୁଛି ଆଗକୁ ଭାରତ ଓ ଚାଇନା ମୁହାଁମୁହିଁ ହେବାକୁ ଯାଉଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଯୋଧ୍ୟା ଯିବେନି ଆଡଭାନୀ ଓ ଯୋଶୀ

ଅଯୋଧ୍ୟା ଯିବେନି ଆଡଭାନୀ ଓ ଯୋଶୀ

Read More...

ଦିନକରେ ୧୪୩୪ ନୂଆ ଆକ୍ରାନ୍ତ

ଦିନକରେ ୧୪୩୪ ନୂଆ ଆକ୍ରାନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page