ଦିନକରେ ୧୪୩୪ ନୂଆ ଆକ୍ରାନ୍ତ

August 02, 2020, ଓଡ଼ିଶା, , Anupambharat News Bureau


ଦିନକରେ ୧୪୩୪ ନୂଆ ଆକ୍ରାନ୍ତ
Anupambharat News Bureau
August 02, 2020

ଭୁବନେଶ୍ୱର,୨ା୮(ଅନୁପମ ମିଡ଼ିଆ): ରାଜ୍ୟରେ ରବିବାର ଆଉ ୧୪୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩୪୯୧୩ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୧୪୩୪ ଜଣଙ୍କ ମଧ୍ୟରୁ ୮୮୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୫୪୫ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଣ୍ଟାକଫ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ଆଜି ଚିହ୍ନଟ କୋରୋନା ଆକ୍ରାନ୍ତ ମାନେ ମୋଟ ୨୯ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ୩୨୦ଟି ନୂଆ ମାମଲା ସାମନାକୁ ଆସିଛି । ଅନୁଗୁଳ ଜିଲ୍ଲାରେ ନ’, ବାଲେଶ୍ୱର ଜିଲ୍ଲାରେ ୧୨ , ବରଗଡ ଜିଲ୍ଲାରେ ପାଞ୍ଚ, ଭଦ୍ରକ ଜିଲ୍ଲାରେ ୨୫, ବୌଦ୍ଧ ଜିଲ୍ଲାରେ ପାଞ୍ଚ, କଟକ ଜିଲ୍ଲାରେ ୧୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେବଗଡ ଜିଲ୍ଲାରେ ଦୁଇ, ଢେଙ୍କାନାଳ ଜିଲ୍ଲାରେ ୧୩, ଗଜପତି ଜିଲ୍ଲାରେ ୯୧, ଜଗତସିଂହପୁର ଜିଲ୍ଲାରେ ୧୩, ଯାଜପୁର ଜିଲ୍ଲାରେ ୫୭, ଝାରସୁଗୁଡା ଜିଲ୍ଲାରେ ଛ’, କଳାହାଣ୍ଡି ଜିଲ୍ଲାରେ ୧୮, କନ୍ଧମାଳ ଜିଲ୍ଲାରେ ୪୪, କେନ୍ଦ୍ରାପଡା ଜିଲ୍ଲାରେ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରେ ଦୁଇ, ଖୋର୍ଦ୍ଧା ଜିଲ୍ଲାରେ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୧୨ ଜଣ, ମାଲକାନଗିରି ଜିଲ୍ଲାରେ ୨୪ , ମୟୂରଭଞ୍ଜ ଜିଲ୍ଲାରେ ୧, ନବରଙ୍ଗପୁୁରରେ ୨, ନୟାଗଡ ଜିଲ୍ଲାରେ ଆଠ, ନୂଆପଡା ଜିଲ୍ଲାରେ ସାତ, ପୁରୀ ଜିଲ୍ଲାରେ ୬୫ , ରାୟଗଡା ଜିଲ୍ଲାରେ ୧୯୭, ସମ୍ବଲପୁର ଜିଲ୍ଲାରେ ୫୧, ସୋନପୁର ଜିଲ୍ଲାରେ ଛ’ ତଥା ସୁନ୍ଦରଗଡ ଜିଲ୍ଲାରେ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁଯୋଗ ଦେଖି ଆକ୍ରମଣ କରିପାରେ କି ଚୀନ୍‌ ?

ସୁଯୋଗ ଦେଖି ଆକ୍ରମଣ କରିପାରେ କି ଚୀନ୍‌ ?

Read More...

୬ ଯାଏଁ ବର୍ଷା ସମ୍ଭାବନା

୬ ଯାଏଁ ବର୍ଷା ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page