ହାତୀ ଦଳିଦେଲା, ଦୁଇ ମୃତ

May 18, 2019, ଓଡ଼ିଶା, , Anupambharat News Bureau


ହାତୀ ଦଳିଦେଲା, ଦୁଇ ମୃତ
Anupambharat News Bureau
May 18, 2019

ଆନନ୍ଦପୁର,୧୮ା୫ (ଅନୁପମ ମିଡ଼ିଆ) ଆନନ୍ଦପୁର ଉପଖଣ୍ଡ ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ନୂଆରଗଡ଼ି ଓ କାନପୁର ଗ୍ରାମରେ ୧୭ତାରିଖ ରାତିରେ ହାତୀ ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳା ମୃତୁ୍ୟବରଣ କରିଥିବା ଜଣାଯାଇଛି । ଖବରନେବାରୁ ଜଣାଯାଏ ହାଟଡ଼ିହୀ ବ୍ଲକ ଧନୁଜ୍ଜୟପୁର ପଞ୍ଚାୟତ ନୂଆରଗଡ଼ି ଗ୍ରାମର ଜଗନ୍ନାଥ ମଲ୍ଲିକ୍‌ ନାମକ ଜଣେ ବ୍ୟକ୍ତି ୧୭ତାରିଖ ରାତ୍ର ୯ଟା ସମୟରେ ଗ୍ରାମର ସ୍କୁଲ ନିକଟରେ ରାସ୍ତାରେ ଯାଉଥିବା ବେଳେ ହାତୀ ସମ୍ମୁଖରେ ପଡ଼ିଯାଇଥିଲେ । ହାତୀଟି ତାଙ୍କୁ ଆକ୍ରମଣ କରି ଦଳି ମାରିଦେଇଥିବାର ଜଣାଯାଇଛି । ସେହିପରି ବାଲିବରେଇ ପଞ୍ଚାୟତ କାନପୁର ଗ୍ରାମର ସଞ୍ଜୁଲତା ରାଉତ (୫୨)ନାମକ ଜଣେ ମହିଳାଙ୍କୁ ଭୋର ସମୟରେ ଆକ୍ରମଣ କରି ମାରିଦେଇଥିବାର ଜଣାଯାଇଛି । ଏହି ଘଟଣା ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହିତ ବନ ବିଭାଗ ବିରୁଦ୍ଧରେ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା । ହଦଗଡ଼ ବନ ବିଭାଗର ରେର ସୁରେନ୍ଦ୍ର ହେମ୍ବ୍ରମ ବନ ବିଭାଗ ପକ୍ଷରୁ ହାତୀ ଆକ୍ରମଣରେ ମୃତୁ୍ୟବରଣ କରିଥିବା ଉଭୟ ପରିବାରକୁ ୪୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ସହ ମୃତୁ୍ୟବରଣ କରିଥିବା ପରିବାରଙ୍କୁ ୪ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ।
ଏହି ଘଟଣାକୁ ନେଇ କଂଗ୍ରେସର ପୂର୍ବତନ ପିସିସି ସଭାପତି ତଥା ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଜୟଦେବ ଯେନା ମୃତ ବ୍ୟକ୍ତିମାନଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏଁ ସରକାରୀ ସାହର୍ଯ୍ୟ ସହ ପରିବାରରୁ ଜଣେ ବ୍ୟକ୍ତିଙ୍କୁ ସରକାରୀ ଚାକିରୀ ପାଇଁ ଦାବୀ କରିଥିବାର ଜଣାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିପିଲି: ‘ଫନି’ରେ ଭାଙ୍ଗିଛି ୧୯୫ ସ୍କୁଲ ଘର

ପିପିଲି: ‘ଫନି’ରେ ଭାଙ୍ଗିଛି ୧୯୫ ସ୍କୁଲ ଘର

Read More...

ବ୍ରେନ୍‌ ଟୁ୍ୟମର୍‌ରେ ପୀଡିତ ପୁଅ,   ଚିକିତ୍ସା ପାଇଁ ବାପା ମାଆ ଙ୍କ ଆକୁଳ ନିବେଦନ

ବ୍ରେନ୍‌ ଟୁ୍ୟମର୍‌ରେ ପୀଡିତ ପୁଅ, ଚିକିତ୍ସା ପାଇଁ ବାପା ମାଆ ଙ୍କ ଆକୁଳ ନିବେଦନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page