ବ୍ରେନ୍‌ ଟୁ୍ୟମର୍‌ରେ ପୀଡିତ ପୁଅ, ଚିକିତ୍ସା ପାଇଁ ବାପା ମାଆ ଙ୍କ ଆକୁଳ ନିବେଦନ

May 18, 2019, ଓଡ଼ିଶା, , Anupambharat News Bureau


ବ୍ରେନ୍‌ ଟୁ୍ୟମର୍‌ରେ ପୀଡିତ ପୁଅ,   ଚିକିତ୍ସା ପାଇଁ ବାପା ମାଆ ଙ୍କ ଆକୁଳ ନିବେଦନ
Anupambharat News Bureau
May 18, 2019

ବିରଜାକ୍ଷେତ୍ର ,୧୮ା୫ (ଅନୁପମ ମିଡିଆ): ଜଣେ ସାଇକେଲ ରିପ୍ୟାରିଂ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କର ୧୪ ବର୍ଷ ପୁଅ ବ୍ରେନ ଟୁ୍ୟମରରେ ପିଡିତ ହୋଇ ଜୀବନ ସହ ସଂଗ୍ରାମ କରୁଥିବା ବେଳେ ତାଙ୍କ ଜୀବନକୁ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଛନ୍ତି ବାପା ମାଆ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ ମାଁସଡ଼ା ଦଧିବାମନପୁର ଗ୍ରାମର ଜନୈକ ୧୦ମ ଶ୍ରେଣୀ ଛାତ୍ର ବ୍ରେନ୍‌ ଟୁ୍ୟମରରେ ପିଡିତ ଥିବାବେଳେ ତାଙ୍କ ପରିବାର ପକ୍ଷରୁ ତାଙ୍କ ଚିକିତ୍ସା ପାଇଁ ନିବେଦନ କରାଯାଇଛି । ବିଂଝାରପୁର ବ୍ଲକ୍‌ ଦଧିବାମନପୁର ଗ୍ରାମର ଶଙ୍କର୍ଷଣ ରଣା ଙ୍କ ପୁଅ ମନୋଜ କୁମାର ରଣା (୧୪) ଗତ ୨ବର୍ଷ ତଳେ ମୁଣ୍ଡରେ ଯନ୍ତଣା ପାଇବାରୁ ତାଙ୍କୁ ବିଭିନ୍ନ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଇଥିଲା । ମାତ୍ର ମନୋଜ ର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ କରୁଥିବା ସମୟରେ ତାଙ୍କ ମୁଣ୍ଡରେ ଟୁ୍ୟମର ଥିବା ଜଣାପଡିଥିଲା । ଡାକ୍ତର ତାଙ୍କର ତୁରନ୍ତ ଅପରେସନ କରାଇବା ପାଇଁ ପରାମର୍ଶ ଦେଇଥିବାରୁ ମନୋଜର ବାପା ମାଆ ଦୁଃଖରେ ଭାଙ୍ଗି ପଡିଥିଲେ । ମନୋଜର ବାପା ବାଳମୁକୁଳି ଛକଠାରେ ଏକ ସାଇକେଲ୍‌ ରିପ୍ୟାରିଂ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ମନୋଜର ଚିକିତ୍ସା କରାଇବା ପାଇଁ ଅର୍ଥ ଯୋଗାଡ କରିପାରୁନଥିବାରୁ ତାଙ୍କୁ ସହଯୋଗ କରିବା ପାଇଁ ବିନମ୍ର ଅନୁରୋଧ କରିଛନ୍ତି । ଇଛୁକ ସହୃଦୟ ବ୍ୟକ୍ତି କିମ୍ବା ସଂସ୍ଥାମାନେ ସାହାଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କଲେ ଆକାଉଣ୍ଟ ନ-୪୫୨୩୦ ୨୦୧୦୦୯ ୫୮୮୧ , ଆଇ୍‌ଏଫ୍‌ଏସ୍‌ସି କୋର୍ଡ ନଂ-ଟଈଓଘ୦୫୪୫୨୩୬ ଏବଂ ମୋବାଇଲ୍‌ ନଂ-୭୫୦୪୩୨୦୮୮୭ ବାପା ଶଙ୍କର୍ଷଣ ରଣାଙ୍କ ସହ ଯୋଗା ଯୋଗ କରିପାରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାତୀ ଦଳିଦେଲା, ଦୁଇ ମୃତ

ହାତୀ ଦଳିଦେଲା, ଦୁଇ ମୃତ

Read More...

କୁମ୍ଭୀର ମୁହଁରୁ ବର୍ତ୍ତିଗଲେ ଯୁବକ

କୁମ୍ଭୀର ମୁହଁରୁ ବର୍ତ୍ତିଗଲେ ଯୁବକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page