ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ି ସମ୍ମାନ

July 25, 2020, ଓଡ଼ିଶା, , Anupambharat News Bureau


ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ି ସମ୍ମାନ
Anupambharat News Bureau
July 25, 2020

ଭୁବନେଶ୍ୱର , ୨୫ା୭(ଅନୁପମ ମିଡ଼ିଆ): ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଅବସରରେ ଶନିବାର ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର-୨୦୧୯ ମସିହା ନିମନ୍ତେ ପ୍ରଥିତଯଶା କଥାକାର, ଔପନାସିକା ବୀଣାପାଣି ମହାନ୍ତିଙ୍କୁ ପ୍ରଦାନ କରାଯାଇଛି । ପର୍ଯ୍ୟଟନ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପୂର୍ବାହ୍ନରେ ତାଙ୍କ କଟକସ୍ଥ ବାସଭବନରେ ତାଙ୍କୁ ମାନପତ୍ର, ଉତ୍ତରୀୟ ସହିତ ଏକ ଲକ୍ଷ ଟଙ୍କାର ଏକ ଚେକ୍‌ ପ୍ରଦାନପୂର୍ବକ ସମ୍ମାନିତ କରିଛନ୍ତି ।
ଏହି ଅବସରରେ ଏକାଡେମୀର ସଚିବ ସୁଚିସ୍ମିତା ମନ୍ତ୍ରୀ ପ୍ରଶସ୍ତିପତ୍ର ପାଠ କରିଥିଲେ । ମନ୍ତ୍ରୀ ପାଣିଗ୍ରାହୀ ଔପନ୍ୟାସିକାଙ୍କୁ ଶୁଭେଚ୍ଛା ଜଣାଇବା ସହ ଅନ୍ୟ ଲେଖକ/ଲେଖିକାମାନଙ୍କୁ ସାରସ୍ୱତ ସାଧିକା ବୀଣାପାଣି ମହାନ୍ତିଙ୍କ ଭଳି ଆପଣା ଲେଖନୀ ଚାଳନାକୁ ତୀବ୍ର କରିବାକୁ ଆହ୍ୱାନ ଜଣାଇଥିଲେ । ଲେଖିକା ବୀଣାପାଣି ମହାନ୍ତି ତାଙ୍କ ପୁରସ୍କାର ପ୍ରାପ୍ତି ପ୍ରତିକ୍ରିୟାରେ କହିଥିଲେ ଯେ ଏହା ମୋ ପାଇଁ ଗର୍ବର ବିଷୟ ଯେ ସଂସ୍କୃତି ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ଏବଂ କଟକ ଜିଲ୍ଲାପାଳ ମୋର ବାସଭବନରେ ମୋତେ ସମ୍ବର୍ଦ୍ଧିତ କରିଛନ୍ତି । ମୁଁ ଏହି ସମ୍ମାନକୁ ସାଦରେ ଗ୍ରହଣ କରୁଛି । ସେ ଉକିଳ ଲେଖିକା ସଂଘ ପାଇଁ ସରକାରୀ ସୁବିଧା ଯୋଗାଇଦେଲେ ସଦସ୍ୟାମାନେ ଅଧିକ ଉପକୃତ ହେବା ସହ ଲେଖାପ୍ରତି ଉତ୍ସାହିତ ହୁଅନ୍ତେ ବୋଲି କହିଥିଲେ ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ ଯେ ପରିସ୍ଥିତି ସ୍ୱାଭାବିକ ରହିଥିଲେ, ରବୀନ୍ଦ୍ରମଣ୍ଡପଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥାନ୍ତା କି;ୁ ସମୟକୁ ଆଖିରେ ରଖି ଏହାକୁ ନିରାଡମ୍ବର ଭାବେ ପ୍ରଦାନ କରାଯାଉଛି । ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ ବୀଣାପାଣିଙ୍କୁ କଥାସାହିତ୍ୟର ପାଟଦେଈ ବୋଲି ଉଲ୍ଲେଖ କରି ତାଙ୍କର ସୁନାମ କେବଳ ରାଜ୍ୟରେ ନୁହେଁ ସମଗ୍ର ଦେଶର ସାହିତ୍ୟ କ୍ଷେତ୍ରରେ ରହିଛି ବୋଲି କହିଥିଲେ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ମଧ୍ୟ ଉପସ୍ଥିତ ଥିଲେ ।ଏହି ଅବସରରେ ଏକାଡେମୀ ପକ୍ଷରୁ ପ୍ରକାଶିତ ୧୭ଟି ପୁସ୍ତକ ଏବଂ ତୈ୍ରମାସିକ ମୁଖପତ୍ର ‘କୋଣାର୍କ’ ଲୋକାର୍ପିତ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ଦିନକରେ ନେଲା ୧୦ ମୁଣ୍ଡ ,ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ତିନି , ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୩୦କୁ ବୃଦ୍ଧି

କରୋନା ଦିନକରେ ନେଲା ୧୦ ମୁଣ୍ଡ ,ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ତିନି , ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୩୦କୁ ବୃଦ୍ଧି

Read More...

ଆପଣାର ହେଉଛନ୍ତି ପର: ପଡ଼ି ରହିଲା ଏଏସ୍‌ଆଇଙ୍କ ଶବ

ଆପଣାର ହେଉଛନ୍ତି ପର: ପଡ଼ି ରହିଲା ଏଏସ୍‌ଆଇଙ୍କ ଶବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page