ଆପଣାର ହେଉଛନ୍ତି ପର: ପଡ଼ି ରହିଲା ଏଏସ୍‌ଆଇଙ୍କ ଶବ

July 25, 2020, ଓଡ଼ିଶା, , Anupambharat News Bureau


ଆପଣାର ହେଉଛନ୍ତି ପର: ପଡ଼ି ରହିଲା ଏଏସ୍‌ଆଇଙ୍କ ଶବ
Anupambharat News Bureau
July 25, 2020

କୋଦଳା,୨୫ା୭(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ତାର କରାଳ ରୂପ ଜାରି ରଖିଛି । ପ୍ରତିଦିନ ମୁଣ୍ଡ ପରେ ମୁଣ୍ଡ ନେଉଛି । ତେବେ ସଂକ୍ରମଣ ଭୟରେ ଶବକୁ ଅଛୁଁଆ କରାଯାଉଛି ତାକୁ ନେଇ ମାନବିକତା ବାଟ ହୁଡ଼ିବାରେ ଲାଗିଥିବା ସ୍ପଷ୍ଟ ହୋଇଛି । ଆଜି ଜଣେ ଆଗଧାଡ଼ିର କୋଭିଡ଼ ଯୋଦ୍ଧାଙ୍କ ଶବ ଏଭଳି ଅମାନବୀୟତାର ଶିକାର ହେବା ଚର୍ଚ୍ଚାର ବିଷୟ ହୋଇଛି । ମିଳିଥିବା ସୂଚନାନୁଯାୟୀ ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଏଏସଆଇ ରବୀନ୍ଦ୍ରନାଥ ବେହେରା ଗତ କିଛି ଦିନ ହେଲା ଥଣ୍ଡା ଜ୍ୱରରେ ପୀଡ଼ିତ ଥିଲେ । ଗତ ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ କୋଦଳା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ମେଡ଼ିକାଲରେ ଏଏସ୍‌ଆଇ ବେହେରା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତେବେ ଆଜି ଦିନ ତାମାମ ତାଙ୍କ ଶବ ମେଡ଼ିକାଲ ବାହାରେ ପଡ଼ି ରହିଥିଲା । ସଂକ୍ରମଣ ଭୟରେ ମେଡ଼ିକାଲ ଅଥବା ସ୍ଥାନୀୟ ଲୋକ ଏପରିକି ସେଠାରେ ଉପସ୍ଥିତ ଥିବା ତାଙ୍କ ସ୍ତ୍ରୀ କି ପୁଅ ଛୁଇଁନଥିଲେ । ଫଳରେ ଘଟଣାକୁ ନେଇ ଜିଲ୍ଳାରେ କୋଭିଡ଼ ପରିଚାଳନା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବାରେ ଲାଗିଥିଲା । ତେବେ ଏହି ଘଟଣା ଜଣାପଡ଼ିବା ପରେ ଦୁଇ ସାମ୍ବାଦିକ ଭଗବାନ ପାଢ଼ୀ, ସନ୍ତୋଷ କୁମାର ସେଠୀ ଏବଂ ଗୁରା ଖାନ ନାମକ ଜଣେ ଯୁବକ ସେଠାରେ ପହଞ୍ଚି ଶବକୁ ଉଠାଇଥିଲେ । ତେବେ ଘଟଣା ଜଣାପଡ଼ିବା ପରେ ଗଞ୍ଜାମ ଏସପି ବ୍ରିଜେଶ ରାୟ ସେଠାରେ ପହଞ୍ଚି ଶବକୁ ସମ୍ମାନ ସହ ରାଷ୍ଟ୍ରୀୟ ମର୍ଯ୍ୟଦାରେ ସତ୍କାର କରାଯିବ ବୋଲି କହିଥିଲେ । କୋଭିଡ଼ ଟେଷ୍ଟ ପାଇଁ ଏଏସ୍‌ଆଇଙ୍କ ନମୁନା ସଂଗ୍ରହ କରାଯାଇଥିଲା ଏବଂ ପରୀକ୍ଷା ପରେ ପଜିଟିଭ ଚିହ୍ନଟ ହୋଇଥିଲା, କରୋନା ଯୋଦ୍ଧାଙ୍କ ଶବକୁ କେବେ ମଧ୍ୟ ଅନାଦର କରାଯିବ ନାହିଁ ବୋଲି ସେ କହିଥିଲେ । ଏହି ଅବସରରେ ସେଠାରେ ଅତିରିକ୍ତ ଏସ୍‌ପି, ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ୱାଇଁ,ବେଗୁନିଆପଡା ବିଡ଼ିଓ ବେଦବର ପ୍ରଧାନ,କୋଦଳା ତହସିଲଦାର ପ୍ରଭାତ ପରିଡା ଓ ଆଇଆଇସି ଦେବାଶିଷ ମହାନ୍ତି ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି ଯେ ସେ ପୂର୍ବରୁ କୋଦଳା ଥାନାରେ କାର୍ଯ୍ୟ କରିଛନ୍ତି ଓ ବେଗୁନିଆପଡାରେ ରହି ଆସୁଥିଲେ । ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମିତଙ୍କ ମୃତୁ୍ୟ ପରେ କିଭଳି ସମ୍ମାନର ସହ ସତ୍କାର କରାଯିବ ସେ ନେଇ ସରକାର ବହୁ ଗାଇଡ଼ଲାଇନ କରିଥିଲେ ସୁଦ୍ଧା ତାହା ପାଳନ ହେଉ ନାହିଁ । ପୂର୍ବରୁ ମଧ୍ୟ ଜିଲ୍ଲାରେ ଏଭଳି ବହୁ ଘଟଣା ଘଟିଥିବା ନଜିର ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ି ସମ୍ମାନ

ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ି ସମ୍ମାନ

Read More...

ପଜିଟିଭ ବୃଦ୍ଧି ନେଇ ଆତଙ୍କିତ ହୁଅନ୍ତୁ ନାହିଁ ଜିଲ୍ଲାରେ ୯୦ ପ୍ରତିଶତ ସୁସ୍ଥ ହେଉଛନ୍ତି : ଜିଲ୍ଲାପାଳ

ପଜିଟିଭ ବୃଦ୍ଧି ନେଇ ଆତଙ୍କିତ ହୁଅନ୍ତୁ ନାହିଁ ଜିଲ୍ଲାରେ ୯୦ ପ୍ରତିଶତ ସୁସ୍ଥ ହେଉଛନ୍ତି : ଜିଲ୍ଲାପାଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page