ଆଜିଠାରୁ ଏମସ୍‌ର ଓପିଡି ବନ୍ଦ

July 09, 2020, ଓଡ଼ିଶା, , Anupambharat News Bureau


ଆଜିଠାରୁ ଏମସ୍‌ର ଓପିଡି ବନ୍ଦ
Anupambharat News Bureau
July 09, 2020

ଶୁକ୍ରବାର ଠାରୁ ଭୁବନେଶ୍ୱରସ୍ଥିତ ଏମସର ଓପିଡି ବନ୍ଦ ରହିବ । ଡାକ୍ତରଖାନାର କିଛି କର୍ମଚାରୀ ଏବଂ ଚିକିତ୍ସିତ ହେଉଥିବା କିଛି ରୋଗୀ କରୋନା ପଜିଟିଭ୍‌ ବାହାରିବା ପରେ ଓପିଡି ବନ୍ଦ କରିବାକୁ ନିଷ୍ପତି ନିଆଯାଇଥିବା ଭୁବନେଶ୍ୱର ଏମସ୍‌ର ନିର୍ଦ୍ଦେଶିକା ଡା.ଗୀତାଞ୍ଜଳି ବାଟମାନବେ ସୂଚନା ଦେଇଛନ୍ତି । ତେବେ ଡାଏଲିସିସ୍‌ ଓ ରେଡିଓଗ୍ରାଫି ଭଳ ଚିକିତ୍ସା ଜାରି ରହିବ । ପଜିଟିଭ ବାହାରିଥିବା ଡାକ୍ତର, କର୍ମଚାରୀ ଓ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀ ଏବେ ସଙ୍ଗରୋଧରେ ରହିବେ । ଏହା ସହ କିଛି କର୍ମଚାରୀ କରୋନା କଣ୍ଟେନମେଣ୍ଟ ଜୋନରୁ ଆସୁଥିବାରୁ ସେମାନଙ୍କୁ ଏବେ ଆସିବା ପାଇଁ ମନା କରାଯାଇଛି । ଏହି ସବୁ ସମସ୍ୟା ପାଇଁ ଏବେ ଡାକ୍ତରଖାନାରେ କର୍ମଚାରୀଙ୍କ ଅଭାବ ପାଇଁ ଏମ୍ସର ଓପିଡି ସେବାକୁ ଆସନ୍ତାକାଲିଠାରୁ ବନ୍ଦ ରଖାଯିବ । କି;ୁ ରୋଗୀମାନେ ଟେଲି ମେଡିସିନ ସର୍ଭିସେସ୍‌ ଜରିଆରେ ଡ଼ାକ୍ତରଙ୍କ ସହ କଥା ହୋଇ ନିଜ ସମସ୍ୟା ବିଷୟରେ ପରାମର୍ଶ ନେଇପାରିବେ । ଏହା ସହ ଆସନ୍ତାକାଲିଠାରୁ ଏମସ୍‌ ପକ୍ଷରୁ ସ୍ୱାସ୍ଥ୍ୟ ଆପ ଲଞ୍ଚ୍‌ କରାଯାଉଛି, ଯାହା ଜରିଆରେ ରୋଗୀ ନିଜ ସମସ୍ୟାର ସମାଧାନ ପାଇ ପାରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଷ୍ଟ ୱାଣ୍ଟେଡ଼୍‌ ବିକାଶ ଦୁବେ ଗିରଫ

ମୋଷ୍ଟ ୱାଣ୍ଟେଡ଼୍‌ ବିକାଶ ଦୁବେ ଗିରଫ

Read More...

ପୁଣି ଚାରି ମୃତ

ପୁଣି ଚାରି ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page