ମୋଷ୍ଟ ୱାଣ୍ଟେଡ଼୍‌ ବିକାଶ ଦୁବେ ଗିରଫ

July 09, 2020, ଦେଶ, , Anupambharat News Bureau


ମୋଷ୍ଟ ୱାଣ୍ଟେଡ଼୍‌ ବିକାଶ ଦୁବେ ଗିରଫ
Anupambharat News Bureau
July 09, 2020

ଉତ୍ତରପ୍ରଦେଶରେ ଜଣେ କୁଖ୍ୟାତ ତଥା ମଷ୍ଟ ୱାଣ୍ଟେଡ୍‌ ବିକାଶ ଦୁବେକୁ ମଧ୍ୟପ୍ରଦେଶର ଉଜୟିନି ନଗରୀରେ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଚର୍ଚ୍ଚିତ କାନପୁର ଏନ୍‌କାଉଣ୍ଟର ଘଟଣା ଯାହାକି ଚଳିତ ମାସ ୩ ତାରିଖରେ କାନ୍‌ପୁର ନଗରୀର ଚୌବେପୁର ଅଞ୍ଚଳର ବିକୃଗ୍ରାମ ଠାରେ ଏନ୍‌କାଉଣ୍ଟର କରି ଜଣେ ଡିଏସପିଙ୍କ ସମେତ ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲା ବିକାଶ ଦୁବେ । ଉକ୍ତ ଘଟଣାରେ କୁଖ୍ୟାତ ବିକାଶ କୁ ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସ୍‌ପିଏଫ) ୃଅଧିକାରୀମାନେ ସୂଚନା ପାଇ ବିକାଶକୁ ଗିରଫ କରିବା ପରେ ଉଜୟିନି ଜିଲ୍ଲା କୋର୍ଟରେ ହାଜର କରିିଥିଲେ । ପ୍ରଥମ ପର୍ଯ୍ୟାୟରେ ଜେରା କରିବାବେଳେ ଦୀର୍ଘ ବର୍ଷ ଧରି ଅପରାଧର ଏକ ନୂତନ ନେଟୱାର୍କ ସୃଷ୍ଟି କରିଥିବା ବିକାଶ ଅପରାଧକୁ ଶ୍ୱୀକାର କରିଛି । ଏହାମଧ୍ୟ ସେ କହିଛି ଯେ ପୋଳିସ କର୍ମଚାରୀମାନଙ୍କୁ ଗୁଳି କରି ତାହାଙ୍କ ମୃତୁ୍ୟ ଦେହକୁ ପୋଡିଦେବା ପାଇଁ ଯୋଜନା କରିଥିଲା । ଏକ ବୃହତ୍ତ କାୟ କୁପ ମଧ୍ୟରେ ସେମାନଙ୍କୁ ଫୋପାଡି ଦେଇ ତେଳ ଢ଼ାଳି ନିଆଁ ଲଗାଇଦେବା ପାଇଁ ବିକାଶ ପୂର୍ବରୁ ୫୦ ଲିଟର ତେଲ ପ୍ରସ୍ତìତ କରି ରଖିଥିଲା ଏହା ମନ୍ତବ୍ୟରେ ଆଜି ପ୍ରକାଶ କରିଛି । ତେବେ ସମସ୍ତ ମୃତଦେହକୁ ସଂଗ୍ରହ କରି ଏକାଠି ରଖିବା ପାଇଁ ସୁଯୋଗ ଓ ସମୟ ପାଇପାରିନଥିବା ଯୋଗୁ ଯୋଜନାଟି କାର୍ଯ୍ୟକାରୀ ହୋଇପାରିନଥିବା ସେ କହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିବିଏସଇ ପରୀକ୍ଷାଫଳ ନିଷ୍ପତ୍ତିି ହୋଇନାହିଁ

ସିବିଏସଇ ପରୀକ୍ଷାଫଳ ନିଷ୍ପତ୍ତିି ହୋଇନାହିଁ

Read More...

ଆଜିଠାରୁ ଏମସ୍‌ର ଓପିଡି ବନ୍ଦ

ଆଜିଠାରୁ ଏମସ୍‌ର ଓପିଡି ବନ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page