ବଢିଲା ବସ୍‌ ଭଡ଼ା

July 01, 2020, ଓଡ଼ିଶା, , Anupambharat News Bureau


ବଢିଲା ବସ୍‌ ଭଡ଼ା
Anupambharat News Bureau
July 01, 2020

ଭୁବନେଶ୍ୱର, ୧ା୭ (ଅନୁପମ ମିଡ଼ିଆ): ଓଡିଶାରେ ବସ୍‌ ଭଡ଼ା ବଢ଼ାଇଛନ୍ତି ରାଜ୍ୟ ସରକାର । ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା ଦୁଇ ପଇସା ଲେଖାଏଁ ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓଏସି ଡିଲକ୍ସ ବସ୍‌ ଭଡ଼ା ଚାରି ପଇସା ଲେଖାଏଁ ବଢିଛି । ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି । ଭଡ଼ା ବୃଦ୍ଧି ପରେ ଅର୍ଡିନାରୀ ବସ୍‌ ଭଡ଼ା କିମି ପିଛା ୭୦ରୁ ୭୨ ପଇସାକୁ ବୃଦ୍ଧି ପାଇଛି । ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା ୭୩ରୁ ୭୫ ପଇସାକୁ ବଢ଼ିଛି । ଡିଲକ୍ସ ବସ୍‌ ଭଡ଼ା ପୂର୍ବରୁ ୧ଟଙ୍କା ୧ ପଇସା ଥିବା ବେଳେ ଏବେ ୧ ଟଙ୍କା ୫ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ୧ ଟଙ୍କା ୨୩ ପଇସା ଥିବା ବେଳେ ୧ ଟଙ୍କା ୨୭ ପଇସାକୁ ବୃଦ୍ଧି ପାଇଛି । ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଥିବା ବେଳେ ବୁଧବାର ରାଜ୍ୟ ସରକାର ବସ୍‌ ଭଡ଼ା ବୃଦ୍ଧି କରିଛନ୍ତିି । ବର୍ତ୍ତମାନ ରାଜ୍ୟରେ ଡିଜେଲ ଦର ଲିଟର ପ୍ରତି ୭୮.୬୭ ଟଙ୍କା ରହିଛି । ରାଜ୍ୟରେ ଶେଷ ଥର ପାଇଁ ଗତ ୧୬ରେ ବସ୍‌ ଭଡା ବୃଦ୍ଧି କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ୨୪ ଘଣ୍ଟାରେ ୫୦୭ ମୃତ

ଦେଶରେ ୨୪ ଘଣ୍ଟାରେ ୫୦୭ ମୃତ

Read More...

ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ବାତିଲ

ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ବାତିଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page