କେନ୍ଦୁଝର ଡିଏମ୍‌ଏଫ୍‌: ଦରମା ବାବଦରେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

June 03, 2020, ଓଡ଼ିଶା, କେନ୍ଦୁଝର, Anupambharat News Bureau


କେନ୍ଦୁଝର ଡିଏମ୍‌ଏଫ୍‌: ଦରମା ବାବଦରେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା
Anupambharat News Bureau
June 03, 2020

କେନ୍ଦୁଝର, ୨ା୬: କେନ୍ଦୁୁଝର ଡିଏମ୍‌ଏଫ୍‌ରେ ପ୍ରତ୍ୟେକ ମାସ ଦରମା ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ବୈଷୟିକ ଜ୍ଞାନ ନଥିବା ଅନେକ ଯୁବକ/ଯୁବତୀଙ୍କୁ କେନ୍ଦୁଝର ଡିଏମ୍‌ଏଫ୍‌ରେ ନିିଯୁକ୍ତି ଦିଆଯାଇଛି । ଏଥିପାଇଁ ମାସକୁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା । ନିଯୁକ୍ତିି ଦେଇଥିବା ଏଜେନ୍ସି ୟରନେଷ୍ଟ ଆଣ୍ଡ ୟଙ୍ଗ ସଂସ୍ଥା କାହା ଚାପରେ ଏବଂ କେଉଁ ଆଧାରରେ ଏପରି କର୍ମଚାରୀଙ୍କୁ ନିଯୁକ୍ତି ଦେଲା ତାହା ଏବେ ତଦନ୍ତ ସାପେକ୍ଷ । ଏହିି ସଂସ୍ଥା ଦ୍ୱାରା ଅଣଓଡିଆ ଲୋକଙ୍କୁ ମଧ୍ୟ କେଉଁ ଆଧାରରେ ନିଯୁକ୍ତି ଦେଇଛି ତାହା ତଦନ୍ତ ସାପେକ୍ଷ । ଜିଲ୍ଲା ଖଣିଜ ପାଣwିରେ ମେ ମାସ ପର୍ଯ୍ୟନ୍ତ ୪ହଜାର ୫୦୬ କୋଟି ଟଙ୍କା ଆଦାୟ ହୋଇଛି । ଜିଲ୍ଲା ଖଣିଜ ପାଣwିରେ ଏତେ ପରିମାଣର ଟଙ୍କା ଗଚ୍ଛିତ ଅଛି ତାହାଲେ ଆଭ୍ୟନ୍ତରୀଣ ଅଞ୍ଚଳରେ ବସବାସ କରୁଥିବା ଲୋକେ ପାନୀୟ ଜଳ, ଗମନାଗମନ, ସ୍ୱାସ୍ଥ୍ୟ ସେବା ଓ ଅନ୍ୟାନ୍ୟ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି କାହିଁକିି ତାହା ବୁଝା ପଡୁନାହିଁ । କେନ୍ଦୁଝର ପରି ଖଣି ପ୍ରଭାବିତ ଜିଲ୍ଲାରେ ସାମଗ୍ରିକ ବିକାଶ ପାଇଁ ଗଠିତ ହୋଇଥିବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍‌ଏଫ୍‌ ଏବେ ସାଧାରଣ ଲୋକଙ୍କ ସ୍ୱାର୍ଥରେ ଯେପରି ଆସିବା କଥା ସେପରି ଆସୁନଥିବା ଜଣାପଡିଛି । ତେଣୁ ଡିଏମ୍‌ଏଫ୍‌ର ସୁଫଳ ଜିଲ୍ଲାବାସୀଙ୍କ ପାଇଁ ଆକାଶ କଇଁଆ ଚିଲିିକା ମାଛ ହୋଇଛି । ଖଣି ଅଞ୍ଚଳରେ ଅର୍ଥର ଯେପରି ସୁବିନିଯୋଗ ହେବା କଥା ତାହା ହୋଇପାରୁନଥିବାବେଳେ କୋଟି କୋଟି ଟଙ୍କା ଗଚ୍ଛିତ ହୋଇ ରହିଥିଲେ ମଧ୍ୟ ତାହା ଖର୍ଚ୍ଚ ହୋଇ ନପାରିବା ଯୋଗୁଁ ଯୋଜନା କେବଳ ଯୋଜନାରେ ରହି ଯାଇଥିବା କଥା ସାଧାରଣରେ ଆଲୋଚନା ହେଉଛି । ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି ଯେ, ମେ ମାସ ଶେଷ ସୁଦ୍ଧା କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣwିରେ ପ୍ରାୟ ୪ହଜାର ୫୦୬ କୋଟି ଟଙ୍କା ଆଦାୟ ହୋଇଛି । ଏଥିମଧ୍ୟରୁ ଚଳିତବର୍ଷ ମେ ମାସ ପର୍ଯ୍ୟନ୍ତ ୧୪୦୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ହାତକୁ ନିଆଯାଇଥିବା ୧୦୨୭ ଟି ପ୍ରକଳ୍ପର କାର୍ଯ୍ୟର ମନ୍ଥର ପ୍ରଗତିି ଓ ନୂତନ ପ୍ରକଳ୍ପଗୁଡିକ ପାଇଁ ଯୋଜନା କରାଯାଉ ନଥିବାରୁ ୩୦୯୮ କୋଟି ଟଙ୍କା ବିନିଯୋଗ ନହୋଇ ପଡି ରହିଥିବା କଥା ଆଲୋଚନା ହେଉଛି । ପ୍ରୋଜେକଫ ମନିଟରିଂ ୟୁନିଟ ଅଫିସରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବାବଦରେ ବର୍ଷକୁ କୋଟି କୋଟି ଟଙ୍କା ଦରମାରେ ଖର୍ଚ୍ଚ ହେଉଛି । ଶୀତତାପ ନିୟନ୍ତ୍ରିତ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀ ବସି ବସି ଦରମା ନେଉଥିବାବେଳେ ବିଭିନ୍ନ ପ୍ରୋଜେକଫ ଅଗ୍ରଗତି ନେଇ କ୍ଷେତ୍ର ପରିଦର୍ଶନ କରୁନଥିବା ଅଭିଯୋଗ ହୋଇଛି । ଟିମ ଲିଡର ଏବଂ ସିନିୟର ପ୍ରୋଜେକଫ ଅଫିସର ମାସକୁ ଲକ୍ଷ ଲକ୍ଷ ଟଙ୍କା ଦରମା ନେଉଥିବାବେଳେ ତାଙ୍କ କାର୍ଯ୍ୟର ସମୀକ୍ଷା ହେଉନଥିବାରୁ ଡିଏମ୍‌ଏଫ୍‌ ଅର୍ଥର ବିନିଯୋଗ ଉପରେ ପ୍ରଶ୍ନ ଉଠିଛି । ଡିଏମ୍‌ଏଫ୍‌ ଅର୍ଥରୁ କାର୍ଯ୍ୟକାରୀ ପାନୀୟ ଜଳ,ପରିମଳ,ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,ଦକ୍ଷତା ବିକାଶ,ମହିଳା ଓ ଶିଶୁ ବିକାଶ, ଭିତ୍ତିଭୂମି ବିକାଶ,ପରିବେଶ ପ୍ରଦୂଷଣ ନିରାକରଣ,ଜଳସେଚନ ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ମନ୍ଥର ଗତିରେ ଚାଲିଛି । ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ,ଜଳସେଚନ,କୃଷି,ସଂସ୍କୃତି, ପର୍ଯ୍ୟଟନ,କ୍ରୀଡା,ଭିିତ୍ତିଭୂମିର ବିକାାଶ,ଖଣି ପ୍ରଭାବିତ ଅଞ୍ଚଳର ସାମଗ୍ରିକ ବିକାଶ ସହିତ ଡିଏମ୍‌ଏଫ୍‌ର ସୁପରିଚାଳନା ନିମନ୍ତେ ଉଚିତ ପଦକ୍ଷେପ ନିଆଯାଉନାହିଁ । ଜିଲ୍ଲାରେ ଖଣିଜ ପ୍ରତିଷ୍ଠାନ ପାଣwି ଅର୍ଥରେ ଖରାଦିନ ପୂର୍ବରୁ ପାନୀୟ ଜଳ ଯୋଗାଣ ସହ ପାରମ୍ପରିକ ଉସିଗୁଡିକୁ ମରାମତି ଓ ପୁନଃରୁଦ୍ଧାର କରିବା ଆବଶ୍ୟକ ହୋଇପଡିଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ଦିଆଯାଇନାହିଁ । ପାନୀୟ ଜଳ ବ୍ୟତୀତ ରାସ୍ତା,ଶିକ୍ଷା,ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନକୁ ଗୁରୁତ୍ୱ ଦେବା ପାଇଁ ଡିଏମ୍‌ଏଫ୍‌ ଗାଇଡ୍‌ ଲାଇନ୍‌ରେ ବ୍ୟବସ୍ଥା ରହିଥିଲେ ମଧ୍ୟ ଟଙ୍କା ଖର୍ଚ୍ଚ କରିବାରେ ପ୍ଲାନିଂ ଆଣ୍ଡ ମନିଟରିଂ ୟୁନିଟ (ପିଏମୟୁ) ବିଫଳ ହେବା ପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିଛି । ଗୁରଗାଓଁସ୍ଥିତ ୟରନେଷ୍ଟ ଆଣ୍ଡ ୟଙ୍ଗ ସଂସ୍ଥାର କାର୍ଯ୍ୟଧାରା ସନ୍ତୋଷ ଜନକ ନଥିବାବେଳେ ଚୁକ୍ତର ୩ ବର୍ଷ ପରେ ଏଗ୍ରିମେଣ୍ଟ ବାତିଲ ନକରାଯାଇ ପୁଣି ଡିଏମଫ ଟ୍ରଷ୍ଟ ବୋର୍ଡ ବୈଠକରେ ପୁଣି ୨ ବର୍ଷ ବୃଦ୍ଧି କରାଯାଇଛି । ଉକ୍ତ ସଂସ୍ଥା ୫ଜଣ ସିନିୟର ପ୍ରୋଜେକଫ ଅଫିସର ନିଯୁକ୍ତି ଦେବା ପାଇଁ ଚୁକ୍ତି ଥିବାବେଳେ ଟ୍ରଷ୍ଟ ବୋର୍ଡର ବିନା ଅନୁମୋଦନରେ ୧୦ଜଣ ସିନିୟର ପ୍ରୋଜେକଫ ଅଫିସର ନିଯୁକ୍ତି ଦିଆଯାଇଥିବା କେନ୍ଦୁଝର ସଦର ବିଧାୟକ ତଥା ଟ୍ରଷ୍ଟ ବୋର୍ଡ ସଦସ୍ୟ ମୋହନ ଚରଣ ମାଝୀ ଅଭିଯୋଗ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଣ୍ଡିରେ ଧାନ ଦେଇ ଟଙ୍କା ପାଇନଥିବା ଅଭିଯୋଗ ଆଣିଲେ ଚାଷୀ

ମଣ୍ଡିରେ ଧାନ ଦେଇ ଟଙ୍କା ପାଇନଥିବା ଅଭିଯୋଗ ଆଣିଲେ ଚାଷୀ

Read More...

ଓଡ଼ିଶାରେ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍‌

ଓଡ଼ିଶାରେ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page