ଓଡ଼ିଶାରେ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍‌

June 01, 2020, ଓଡ଼ିଶା, , Anupambharat News Bureau


ଓଡ଼ିଶାରେ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍‌
Anupambharat News Bureau
June 01, 2020

ଭୁବନେଶ୍ୱର, ୧ା୬(ଅନୁପମମିଡ଼ିଆ): ଓଡ଼ିଶାରେ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଲକ୍‌-ଡାଉନ୍‌କୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷେ ଆଜିଠାରୁ ସମଗ୍ର ଦେଶରେ ଅନଲକ୍‌ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର ଜୁନ୍‌ ମାସ ପାଇଁ ନିଜସ୍ୱ ମାର୍ଗଦର୍ଶିକା ଘୋଷଣା କରିଛନ୍ତି । ଆଜି ଗୀତ ଗୋବିନ୍ଦ ଭବନରୁ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କର ଦୂରଦର୍ଶୀ ପଦକ୍ଷେପ ଯୋଗୁ ରାଜ୍ୟ କୋଭିଡ଼-୧୯ ନିୟନ୍ତ୍ରଣରେ ଭଲ ସ୍ଥିତିରେ ଅଛି । ଜୁନ୍‌ ମାସଟି ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ଣେତୁ ଆମକୁ ଲଢ଼େଇ ଜାରି ରଖିବାକୁ ପଡ଼ିବ । ଲକଡାଉନ ବିଷୟରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ତ୍ରିପାଠୀ କହିଥିଲେ ଯେ, ପୂର୍ବଥର ପରି ଏଥର କଣ୍ଟେନମେଣ୍ଟ ଜୋନରେ ଲକ୍‌ଡାଉନ ଆସନ୍ତା ୩୦ ପର୍ଯ୍ୟନ୍ତ ଜାରି ରହିବ । ସମ୍ପୃକ୍ତ ଜିଲ୍ଲାପାଳ ଏବଂ ପୌରାଞ୍ଚଳ କମିଶନରମାନେ କଣ୍ଟେନମେଣ୍ଟ ଜୋନ୍‌ ନିର୍ଦ୍ଧାରଣ କରିବେ । କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକୀୟ ସେବା ଚାଲୁ ରହିବ । ଧର୍ମସ୍ଥାନ, ସର୍ବସାଧାରଣଙ୍କ ପୂଜା ପାଇଁ ଉଦ୍ଦିଷ୍ଟ ସ୍ଥାନ, ସପିଂ ମଲ୍‌, ସିନେମାହଲ୍‌, ଜିମ୍ନାସିୟମ, ସୁଇମିଂ ପୁଲ, ମନୋରଞ୍ଜନ ପାର୍କ, ଥିଏଟର, ବାର, ପ୍ରେକ୍ଷାଳୟ, ସମେତ ସ୍ଥାନ ଆଦି ବନ୍ଦ ରହିବ । ଶିକ୍ଷାନୁଷ୍ଠାନ, ତାଲିମ ଏବଂ କୋଚିଂ ସେଂଟର ଆଦି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ହୋଟେଲମାନେ ନିଜ ରହଣୀ-ଦକ୍ଷତାର ଶତକଡ଼ା ୩୦ ଭାଗ ମଧ୍ୟରେ କାରବାର କରିବେ । ରେସ୍ତୋରାଁ କେବଳ ଅନ୍ତେବାସୀ ଅତିଥିମାନଙ୍କ ପାଇଁ ଖୋଲିବ । ତେବେ ରେସ୍ତୋରାଁମାନେ ହୋମ୍‌ ଡେଲିଭରି ବା ଟେକ୍‌ େୱ ଫୁଡ଼୍‌ ନିମନ୍ତେ କାରବାର କରିପାରିବେ । ମାସ୍କ ପିନ୍ଧିବା, ୬ ଫୁଟର ସାମାଜିକ-ଦୂରତା ରକ୍ଷା କରିବା, ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଆଦି ନିର୍ଦ୍ଦେଶକୁ ଦୃଢ଼ଭାବେ କାର୍ଯ୍ୟକାରୀ କରାଯିବ । ଦୋକାନୀମାନେ ନିଜ ନିଜ ଦୋକାନରେ ସାମାଜିକ ଦୂରତା ନିୟମ ନିଶ୍ଚିତ କରାଇବେ । ଦୋକାନର ଆକାର ଅନୁସାରେ ଏକ ସମୟରେ ୨ ରୁ ୫ ଜଣ ମଧ୍ୟରେ ଗ୍ରାହକ ଦୋକାନ ଭିତରେ ରହିପାରିବେ । ବିବାହ ଉତ୍ସବରେ ଅତିଥିଙ୍କ ସଂଖ୍ୟା ୫୦ ଭିତରେ ଏବଂ ଅନ୍ତିମ ସଂସ୍କାରରେ ଯୋଗ ଦେଉଥିବା ଲୋକଙ୍କ ସଂଖ୍ୟା ୨୦ ଭିତରେ ସୀମିତ ରହିବ । ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫୁ୍ୟ ସାର ରାଜ୍ୟରେ ଜରି ରହିବ । ତେବେ ଆବଶ୍ୟକୀୟ ସେବା, ପରିଚୟ ପତ୍ର ଥିବା ଆଇଟିକମ୍ପାନୀ, ଶିଳ୍ପାନୁଷ୍ଠାନ କର୍ମଚାରୀଙ୍କୁ ଯାତାୟତ ପାଇଁ ଅନୁମତି ମିଳିବ । ଶିଳ୍ପ ଓ ନିର୍ମାଣ କାର୍ଯ୍ୟ ଚାଲୁ ରହିବ । ପୁନଶ୍ଚ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାରେ ପ୍ରତି ସପ୍ତାହର ଶନିବାର ଏବଂ ରବିବାର ମାନଙ୍କରେ ସଟ୍‌ ଡାଉନ ଜାରି ରହିବ । ଏହି ଜିଲ୍ଲା ଗୁଡ଼ିକ ହେଲା ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ବଲାଙ୍ଗୀର । ସଟ୍‌-ଡାଉନ ସମୟରେ ଆବଶ୍ୟକୀୟ ସେବା, ବୈଦୁ୍ୟତିକ ଗଣମାଧ୍ୟମ, ଶିଳ୍ପ ନିର୍ମାଣ ଏବଂ ସେବା ଯୋଗାଣ ସଂସ୍ଥାକୁ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ଅନୁମତି ମିଳିବ । ସଂଗରୋଧ (କ ୍ୱାରେଣ୍ଟାଇନ) ବିଷୟରେ ତ୍ରିପାଠୀ କହିଥିଲେ ଯେ, ଅନ୍ୟ ରାଜ୍ୟରୁ ଗ୍ରାମାଞ୍ଚଳକୁ ଫେରୁଥିବା ସମସ୍ତ ଲୋକ ସଙ୍ଗରୋଧରେ ରହିବେ । ରୋଗର କୌଣସି ଲକ୍ଷଣ ନ ଥିବା ଲୋକ ୭ ଦିନ ସରକାରୀ ସଙ୍ଗରୋଧ ଏବଂ ତାପର ୭ ଦିନ ନିଜଘର ସଙ୍ଗରୋଧରେ



ରହିବେ । ମୁଖ୍ୟ ଶାସନ ସଚିବ ସତର୍କ କରାଇ ଦେଇଥିଲେ ଯେ, ଏହି ଲକ୍‌ଡାଉନ ସମୟରେ ସମସ୍ତ ନିୟମକୁ କଡ଼ାକଡ଼ିଭାବେ ଲାଗୁ କରାଯିବ । ନିୟମଭଙ୍ଗକାରୀଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ୍‌ର ଧାରା ୫୧ ରୁ ୬୦ ଏବଂ ଭାରତୀୟ ପିଙ୍ଗଳ କୋର୍ଡ଼ର ଧାରା ୧୮୮ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦୁଝର ଡିଏମ୍‌ଏଫ୍‌: ଦରମା ବାବଦରେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

କେନ୍ଦୁଝର ଡିଏମ୍‌ଏଫ୍‌: ଦରମା ବାବଦରେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

Read More...

କ୍ୟାଣ୍ଟିନ୍‌ରେ ସ୍ୱଦେଶୀ ସାମଗ୍ରୀ

କ୍ୟାଣ୍ଟିନ୍‌ରେ ସ୍ୱଦେଶୀ ସାମଗ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page