କଣ୍ଟେନମେଣ୍ଟ ଜୋନକୁ ନେଇ ନିଆଁ ଜଳିଲା

May 26, 2020, ଓଡ଼ିଶା, , Anupambharat News Bureau


କଣ୍ଟେନମେଣ୍ଟ ଜୋନକୁ ନେଇ ନିଆଁ ଜଳିଲା
Anupambharat News Bureau
May 26, 2020

ରାଉରକେଲା, ୨୬ା୫(ଅନୁପମମିଡ଼ିଆ): ରାଉରକେଲାରେ ଆଜି କଣ୍ଟେନମେଣ୍ଟ ଜୋନକୁ ଉଠାଇବାକୁ ନେଇ ଲଙ୍କାକାଣ୍ଡ ଘଟିଛି । ସ୍ଥାନୀୟ ଅଞ୍ଚଳବାସୀ ଏହି ଦାବି କରି ପ୍ରଶାସନ ପକ୍ଷରୁ କରାଯାଇଥିବା ବ୍ୟାରିକେଟ ଗୁଡିକୁ ଭାଙ୍ଗ ନିଆଁ ଲଗାଇଦେଇ ପୁରା ଇଲାକାକୁ ଖୋଲିଦେଇଛନ୍ତି । ଏହାକୁ ପାଖରେ ଥିବା ପୋଲିସ ବିରୋଧ କରିବାରୁ ସେମାନଙ୍କ ତମ୍ବୁ ଭାଙ୍ଗିବା ସହ ସେମାନଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଫଳରେ ୧୦ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏଭଳି ଘଟଣାକୁ ପ୍ରଶାସନର ଗୁଇନ୍ଦା ବିଭାଗର ଅପାରଗତାର ପରିଚୟ ବୋଲି କୁହାଯାଉଛି । ଆଜିକୁ ଏହି ଅଞ୍ଚଳ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା ହେବାକୁ ମାସେ ପୁରିଥିବା ବେଳେ ଏହାକୁ ଲାଗି ରହିଥିବା ବଫର ଜୋନ୍‌କୁ ମଧ୍ୟ ଏକ ମାସ ପୁରିଥିଲା । ତେବେ ଆଜି ବଫର ଯୋନ୍‌କୁ ଉଠାଯାଇଥିବା ବେଳେ, କଣ୍ଟେନମେଣ୍ଟ ଜୋନକୁ କାହିଁକି ଉଠାଗଲାନି ଅଭିଯୋଗ କରି ସକାଳ ପ୍ରାୟ ୮ଟା ବେଳେ ପ୍ରାୟ ୨ ହଜାର ବାସିନ୍ଦା ବଜାର ଭିତର ଓ ଆରଏସପି ମୁଖ୍ୟ ଫାଟକ ସମ୍ମୁଖ ଅଞ୍ଚଳରେ ଥିବା ବ୍ୟାରିକେଟଗୁଡିକୁ ଭାଙ୍ଗି ସେଥିରେ ନିଆଁ ଲଗାଇ ଦେଇଥିଲେ । ପରେ ଉପସ୍ଥିତ ପୋଲିସକୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଖବର ପାଇ ପରେ ପଶ୍ଚମାଞ୍ଚଳ ଡିଆଇଜି, ରାଉରକେଲା ଏସପି ଫୋର୍ସ ସହ ପହଞ୍ଚିବାରେ ଲୋକେ ପୁଣି ଉତ୍ତ୍ୟକ୍ତ ହୋଇ ପଥର, ଢେଲା ମାରିବାରୁ ଲୁହ ବୁହା ଗ୍ୟାସ ଛଡା ଯାଇଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା । ପରବର୍ତ୍ତୀ ସମୟରେ ସୁନ୍ଦରଗଡ ଜିଲ୍ଲାପାଳ ପହଁଚି ସେଠାକାର ଲୋକଙ୍କ ସହ କଥାବାର୍ତ୍ତା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲାା ଏହା ପୂର୍ବରୁ ସେଠାରେ ପୋଲିସକୁ ପଥର ମାଡ ସହ ବ୍ୟାରିକେଟ ଭଙ୍ଗା ଉଦ୍ୟମ ମଧ୍ୟ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତା୧୫ ଦିନ ଆମ ପାଇଁ ଚ୍ୟାଲେଞ୍ଜ: ନବୀନ

ଆସନ୍ତା୧୫ ଦିନ ଆମ ପାଇଁ ଚ୍ୟାଲେଞ୍ଜ: ନବୀନ

Read More...

ବଢ଼ିଲା ମଧ୍ୟାହ୍ନ ଭୋଜନ ମୂଲ୍ୟ

ବଢ଼ିଲା ମଧ୍ୟାହ୍ନ ଭୋଜନ ମୂଲ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page