ଆଜିଠୁ ମାଟ୍ରିକ୍‌ ଖାତା ଦେଖା

May 25, 2020, ଓଡ଼ିଶା, , Anupambharat News Bureau


ଆଜିଠୁ ମାଟ୍ରିକ୍‌ ଖାତା ଦେଖା
Anupambharat News Bureau
May 25, 2020

ଭୁବନେଶ୍ୱର ,୨୫ା୫(ଅନୁପମମିଡ଼ିଆ): ଆସନ୍ତାକାଲିଠାରୁ ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ତେବେ ଖାତା ଦେଖାନେଇ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ଆସନ୍ତାକାଲିଠାରୁ ସକାଳ ୧୦ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଖାତା ଦେଖା ହେବ । କରୋନା ସଂକ୍ରମଣ ଆଶଙ୍କାକୁ ଦୂର କରିବାପାଇଁ ୩ ଟି ପର୍ଯ୍ୟାୟରେ ଖାତା ଦେଖାଯିବାକୁ ନିଷ୍ପତ୍ତି ହୋଇଥିଲା । ସେହିପରି ସାମାଜିକ ଦୂରତ୍ୱ ବଜାୟ ରଖିବାପାଇଁ କମ୍‌ ସଂଖ୍ୟକ ପରୀକ୍ଷକ ଖାତା ଦେଖିବେ । ମାଧ୍ୟମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ଯେ ମାର୍ଚ୍ଚ ୧୯ ତାରିଖରେ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହେବାର ଥିଲା । ତେବେ କରୋନା ଲାଗି ଲକ୍‌ ଡାଉନ୍‌ ଯୋଗୁଁ ଖାତା ଦେଖା ବନ୍ଦ ରହିଥିଲା । ଏହା ପରେ ମଇ ୨୦ ତାରିଖରୁ ପୁଣି ଖାତା ଦେଖା ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଥିଲା । ତେବେ ବାତ୍ୟା ଅମ୍ଫନ୍‌ ଯୋଗୁଁ ୨୦ ବଦଳରେ ୨୧ ତାରିଖରୁ ଖାତା ଦେଖା ଆରମ୍ଭ କରିବାକୁ ଧାର୍ଯ୍ୟ ହୋଇଥିଲା । ଅମ୍ଫାନ୍‌ ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳରେ ଖାତା ଦେଖା ସମ୍ଭବ ନଥିବାରୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ଖାତା ଦେଖା ବନ୍ଦ ରହିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୋଦାମକୁ ଯାଉନି ଚାଉଳ, ବାହାରୁ ବାହାରୁ ପଞ୍ଚାୟତକୁ ଯୋଗାଣ ଅଭିଯୋଗ

ଗୋଦାମକୁ ଯାଉନି ଚାଉଳ, ବାହାରୁ ବାହାରୁ ପଞ୍ଚାୟତକୁ ଯୋଗାଣ ଅଭିଯୋଗ

Read More...

ଓମ୍‌ଫେଡ୍‌ର ନୂଆଁ ପ୍ୟାକେଜ

ଓମ୍‌ଫେଡ୍‌ର ନୂଆଁ ପ୍ୟାକେଜ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page