ରାଜ୍ୟରେ ୯୧ ନୂଆ ପଜିଟିଭ ଚିହ୍ନଟ

May 18, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ୯୧ ନୂଆ ପଜିଟିଭ ଚିହ୍ନଟ
Anupambharat News Bureau
May 18, 2020

ଭୁବନେଶ୍ୱର, ୧୭ା୫(ଅନୁପମ ମିଡ଼ିଆ): ରାଜ୍ୟରେ ପୁଣି ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୮୨୮ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାରେ ପ୍ରଥମ ମାମଲା ସାମନାକୁ ଆସିଛି । ସେହିପରି ୯୧ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୮୭ ଜଣ କ ୍ୱାରେଣ୍ଟାଇନ କେନ୍ଦ୍ରର ବୋଲି ସୂଚନା ଦିଆଯାଇଛି । ସେହିପରି ଚାରି ଜଣ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ସରପଞ୍ଚ ମଧ୍ୟ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୯୧ଜଣ ସଂକ୍ରମିତଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ୨୮ ଜଣ, ଗଞ୍ଜାମ ଜିଲ୍ଲାର ୧୫ ଜଣ, ବାଲେଶ୍ୱର ଜିଲ୍ଲାର ୧୭ ଜଣ, କଟକ ଜିଲ୍ଲାର ୧୨ ଜଣ, ପୁରୀ ଜିଲ୍ଲାର ସାତ ଜଣ, କେନ୍ଦୁଝର ଜିଲ୍ଲାର ଚାରି ଜଣ, ଖୋର୍ଦ୍ଧା ଜିଲ୍ଲାର ତିନି ଜଣ, ବଲାଙ୍ଗୀର ଜିଲ୍ଲାର ଦୁଇ ଜଣ, କେନ୍ଦ୍ରାପଡା, ସମ୍ବଲପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ୧୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ସୁରତ ଫେରନ୍ତା ଓ ସେମାନେ କ ୍ୱାରେଣ୍ଟାଇନରେ ଥିଲେ । ଜଣେ ସ୍ଥାନୀୟ ଲୋକ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବାରୁ ଆକ୍ରାନ୍ତ ହୋଇଛନ୍ତି । କେନ୍ଦ୍ରାପଡାର ଜଣେ ଆକ୍ରାନ୍ତ ସୁରତରୁ ଫେରିଥିଲେ ଓ ସେ ମଧ୍ୟ କ ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ । ଭଦ୍ରକ ଜିଲ୍ଲାର ୨୮ ଜଣଙ୍କ ମଧ୍ୟରୁ ୧୭ ଜଣ ସୁରତରୁ, ଆଠ ଜଣ ପଶ୍ଚିମବଙ୍ଗର ତଥା ଦୁଇ ଜଣ ମହାରାଷ୍ଟ୍ର ଓ ଜଣେ ହାଇଦ୍ରାବାଦରୁ ଫେରିଛନ୍ତି । ଏମାନେସମସ୍ତେ କ ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ସେହିପରି ବାଲେଶ୍ୱରର ୧୬ ଜଣଙ୍କ ମଧ୍ୟରୁ ଦୁଇ ଜଣ ସୁରତ, ତିନି ଜଣ ପଶ୍ଚିମ ବଙ୍ଗ, ୧୦ ଜଣ ହାଇଦ୍ରାବାଦ ଓ ଜଣେ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଜଣେ ସ୍ଥାନୀୟ ଲୋକ ମଧ୍ୟ ସଂକ୍ରମିତ ହୋଇଛି ।ବଲାଙ୍ଗୀରର ଦୁଇ ଜଣ ଆକ୍ରାନ୍ତ ସୁରତରୁ ଫେରିଥିଲେ ଓ ସେମାନେ କ ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ସେହିଭଳି ସୁନ୍ଦରଗଡର ସଂକ୍ରମିତ ଜଣଙ୍କ ଆନ୍ଧ୍ର ପ୍ରଦେଶରୁ ଫେରିଥିଲେ । ପୁରୀର ସାତ ଜଣ ସଂକ୍ରମିତଙ୍କ ମଧ୍ୟରେ ତିନି ଜଣ ପଶ୍ଚିମବଙ୍ଗ ଓ ତିନି ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ଜଣେ ସ୍ଥାନୀୟ ଲୋକ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ସେହିଭଳି ସମ୍ବଲପୁରରେ ଆକ୍ରାନ୍ତ ଜଣଙ୍କ ଅହମଦାବାଦରୁ ଫେରିଥିଲେ ଓ ସେ ମଧ୍ୟ କ ୍ୱାରେଣ୍ଟାଇନରେ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜେଲ୍‌ରୁ ପ୍ରଥମ ଆକ୍ରାନ୍ତ, ଆଇଆଇସି ସହ ୩୦ ପୋଲିସ କର୍ମଚାରୀ କ୍ୱାରେଣ୍ଟାଇନ୍‌ରେ

ଜେଲ୍‌ରୁ ପ୍ରଥମ ଆକ୍ରାନ୍ତ, ଆଇଆଇସି ସହ ୩୦ ପୋଲିସ କର୍ମଚାରୀ କ୍ୱାରେଣ୍ଟାଇନ୍‌ରେ

Read More...

ଉଗ୍ର ହେଉଛି ‘ଅମ୍ଫାନ’

ଉଗ୍ର ହେଉଛି ‘ଅମ୍ଫାନ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page