ଉଗ୍ର ହେଉଛି ‘ଅମ୍ଫାନ’

May 18, 2020, ଓଡ଼ିଶା, , Anupambharat News Bureau


ଉଗ୍ର ହେଉଛି ‘ଅମ୍ଫାନ’
Anupambharat News Bureau
May 18, 2020

ଭୁୁବନେଶ୍ୱର, ୧୭ା୫(ଅନୁପମମିଡ଼ିଆ):­ ବଙ୍ଗୋପ ସାଗରରେ ସୃଷ୍ଟି ବାତ୍ୟା ‘ଅମ୍ଫାନ’ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରୁ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବର୍ତ୍ତମାନ ଏହାର ଉତ୍ତର- ପଶ୍ଚିମ ଦିଗରେ ଘଣ୍ଟାକୁ ୫କିମି ବେଗରେ ଗତି କରିବାରେ ଲାଗିଛି । ପାଣିପାଗ ବିଭାଗ ଦ୍ୱାରା ଜାରୀ ବୁଲେଟିନରେ କୁହାଯାଇଛି ଯେ, ବର୍ତ୍ତମାନ ଅମ୍ଫାନ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ପାରାଦୀପ ଠାରୁ ୯୬୦ କିମି, ଦୀଘାରୁ ୧୧୧୦ କିମି ଓ ବଙ୍ଗଳାଦେଶର ଖେପୁପାରାଠାରୁ ୧୨୩୦ କିମି ଦୂରରେ ରହିଛି । ଆଗାମୀ ୨୦ ତାରିଖ ଦିନ ଅମ୍ଫାନ ପଶ୍ଚିମବଙ୍ଗର ଦୀଘା ଓ ବଙ୍ଗଳାଦେଶର ହାତିଆ ଦ୍ୱୀପ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ପୂର୍ବାନୁମାନ କରାଯାଇଛି । ଧିରେ ଧିରେ ଅମ୍ଫାନ ଆସୁଥିବାରୁ ନିଜର ସମସ୍ତ ବଳ ଗୋଟାଇବାରେ ଲାଗିଛି । ରବିବାର ସନ୍ଧ୍ୟାରେ ଏହା ଭେରୀ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଗତି ପଥ ବଦଳାଇବ । ୨୦ ତାରିଖ ସନ୍ଧ୍ୟାରେ ଏହା ପଶ୍ଚିମ ବଙ୍ଗର ଦୀଘା ଓ ବଙ୍ଗଳାଦେଶର ହାତିଆ ଦ୍ୱୀପ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ । ଏହାର ପ୍ରଭାବରେ ୧୮ ତାରିଖ ଠାରୁ ଉପକୂଳ ଓଡିଶାରେ ୪୫ ରୁ ୫୫ କିମି ବେଗରେ ପବନ ବହିବ । ୧୯ ତାରିଖ ଦିନ ଏହା ବୃଦ୍ଧି ପାଇ ୭୫ରୁ ୮୫ କିମି ହେବ । ୨୦ ତାରିଖ ସନ୍ଧ୍ୟାରେ ଏହାର ପ୍ରଭାବରେ ୧୧୦ରୁ ୧୨୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ୯୧ ନୂଆ ପଜିଟିଭ ଚିହ୍ନଟ

ରାଜ୍ୟରେ ୯୧ ନୂଆ ପଜିଟିଭ ଚିହ୍ନଟ

Read More...

୩୧ ପର୍ଯ୍ୟନ୍ତ ଲକ୍‌ଡ଼ାଉନ୍‌ ବଢ଼ିଲା, ଆଜିଠୁ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ, ବିଭିନ୍ନ ଜୋନ ସ୍ଥିର କରିବେ ରାଜ୍ୟ ସରକାର

୩୧ ପର୍ଯ୍ୟନ୍ତ ଲକ୍‌ଡ଼ାଉନ୍‌ ବଢ଼ିଲା, ଆଜିଠୁ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ, ବିଭିନ୍ନ ଜୋନ ସ୍ଥିର କରିବେ ରାଜ୍ୟ ସରକାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page