ଆଉ ୬୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ

May 16, 2020, ଓଡ଼ିଶା, , Anupambharat News Bureau


ଆଉ ୬୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ
Anupambharat News Bureau
May 16, 2020

ଭୁବନେଶ୍ୱର, ୧୬ା୫(ଅନୁପମମିଡ଼ିଆ): ରାଜ୍ୟରେ ଆଉ ୬୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭୩୭ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି । ଚିହ୍ନଟ ହୋଇଥିବା ୬୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ୩୧ ଜଣ, ଗଞ୍ଜାମ ଜିଲ୍ଲାର ୧୩ ଜଣ, କଟକ ଜିଲ୍ଲାର ୬ ଜଣ ରହିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ଚାରି ଜଣ ଓ ପୁରୀ ଜିଲ୍ଲାର ଚାରି ଜଣ ରହିଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାର ତିନି ଜଣ, ମୟୂରଭଞ୍ଜର ଦୁଇ ଜଣ ଓ ନୟାଗଡର ଦୁଇ ଜଣ ଅଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ଚିହ୍ନଟ ୬୫ ଜଣଙ୍କ ମଧ୍ୟରୁ ୬୨ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ତିନି ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ ।
ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ଯେ, ଯାଜପୁର ଜିଲ୍ଲାରୁ ୩୧ ଜଣ କରୋନା ଆକ୍ରାନ୍ତ ମାନେ ସମସ୍ତ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ ଓ ଏମାନଙ୍କ ମଧ୍ୟରୁ ୩୦ ଜଣ ପଶ୍ଚିମ ବଙ୍ଗ ଫେରନ୍ତା ହୋଇଥିବା ବେଳେ ଜଣେ ଝାଡଖଣ୍ଡ ଫେରନ୍ତା ରହିଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାର ତିନି ଜଣଙ୍କ ମଧ୍ୟରୁ ଜଣେ ପଶ୍ଚିମ ବଙ୍ଗ ଓ ଜଣେ ସୁରତ ଫେରନ୍ତା ରହିଥିବାବେଳେ ଜଣେ ହୋମ କ୍ୱାରେଣ୍ଟାଇନରେ ଥିଲେ । କଟକ ଜିଲ୍ଲାର ଛ’ଜଣ ଆକ୍ରାନ୍ତ ଅହମଦାବାଦରୁ ଫେରିଥିଲେ ତଥା ସେମାନେ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ । ନୟାଗଡ ଜିଲ୍ଲାର ଦୁଇ ଜଣ ଆକ୍ରାନ୍ତ ସୁରତ ଫେରନ୍ତା ଓ ସେମାନେ କ୍ୱାରେଣ୍ଟାଇନରେ ଥିଲେ । ପୁରୀ ଜିଲ୍ଲାରେ ସଂକ୍ରମିତ ଚାରି ଜଣ ପଶ୍ଚିମ ବଙ୍ଗ ଫେରନ୍ତା ଓ ସେମାନେ ମଧ୍ୟ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ । ସେହିପରି ମୟୂରଭଞ୍ଜ ଜିଲ୍ଲାର ଦୁଇ ଜଣ ଆକ୍ରାନ୍ତ ମାନେ ସୁରତରୁ ଫେରିଥିଲେ ଓ ସେମାନେ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ । ଗଞ୍ଜାମ ଜିଲ୍ଲାର ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ସେମାନେ କ୍ୱାରେ ଣ୍ଟାଇନରେ ଥିଲେ । ଜଣେ ହୋମ କ୍ୱାରେଣ୍ଟାଇନରେ ଥିଲେ । ସେହିପରି କେନ୍ଦ୍ରାପଡାର ଚାରି ଜଣ ଆକ୍ରାନ୍ତ ସୁରତ ଫେରନ୍ତା ତଥା ସେମାନେ ମଧ୍ୟ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରୋଗୀର ଚିକିତ୍ସା ନକଲେ ଘରୋଇ ହସ୍ପିଟାଲ ଲାଇସେନ୍ସ ରଦ୍ଦ ହେବ

ରୋଗୀର ଚିକିତ୍ସା ନକଲେ ଘରୋଇ ହସ୍ପିଟାଲ ଲାଇସେନ୍ସ ରଦ୍ଦ ହେବ

Read More...

ମାଡ଼ି ଆସୁଛି ‘ଅମ୍ଫାନ୍‌’, ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁବ, ପ୍ରଭାବିତ ହେବେ ଉପକୂଳ ଓଡିଶା

ମାଡ଼ି ଆସୁଛି ‘ଅମ୍ଫାନ୍‌’, ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁବ, ପ୍ରଭାବିତ ହେବେ ଉପକୂଳ ଓଡିଶା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page