ମାଡ଼ି ଆସୁଛି ‘ଅମ୍ଫାନ୍‌’, ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁବ, ପ୍ରଭାବିତ ହେବେ ଉପକୂଳ ଓଡିଶା

May 16, 2020, ଓଡ଼ିଶା, , Anupambharat News Bureau


ମାଡ଼ି ଆସୁଛି ‘ଅମ୍ଫାନ୍‌’, ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁବ, ପ୍ରଭାବିତ ହେବେ ଉପକୂଳ ଓଡିଶା
Anupambharat News Bureau
May 16, 2020

ଭୁବନେଶ୍ୱର, ୧୬ା୫(ଅନୁପମମିଡ଼ିଆ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପ ଶନିବାର ଅବପାତର ରୂପ ନେଇଛି । ବର୍ତ୍ତମାନ ପାରାଦ୍ୱୀପ ଠାରୁ ଦକ୍ଷିଣ ପୂର୍ବ ଦିଗରେ୧୦୪୦କିମି ଏବଂ ପଶ୍ଚିମବଙ୍ଗର ଦକ୍ଷିଣ ଦକ୍ଷିଣ-ପଶ୍ଚିମରେ ଦୀଘାଠାରୁ ୧୨୦୦ କିମି ଦୂରତରେ ରହିଛି । ବାତ୍ୟା ଅମ୍ଫାନ ସନ୍ଧ୍ୟା ସୁଧା ଗଭୀର ଅବପାତ ଘନୀଭୂତ ହୋଇ ସାମୁଦ୍ରିକ ଝଡ ଏବଂ ୨୪ ଘଣ୍ଟା ପରେ ତୀବ୍ର ସାମଦ୍ରିିକଝଡ଼ ଏବଂ ୧୮ ତାରିଖ ସକାଳେ ଅତିତୀବ୍ର ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଘଣ୍ଟାକୁ ୨୦କିମି ବେଗରେ ଅମ୍ଫାନ ଗତି କରି ଆଗକୁ ମାଡ଼ି ଆସୁଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ୨୦ ତାରିଖରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ଆମ୍ଫାନ । ଆଇଏମଡିର ଆକଳନ ଅନୁସାରେ ଆସନ୍ତା ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ସ୍ଥଳ ଭାଗରେ ମାଡ ହେବ ବାତ୍ୟା ଅମ୍ଫାନ । ବର୍ତ୍ତମାନର ଆକଳନ ଅନୁସାରେ ପଶ୍ଚିମବଙ୍ଗରେ ଲ୍ୟାଣ୍ଡପଲ୍‌ ହେବ ବାତ୍ୟା ।
ଅମ୍ଫାନ ପ୍ରଭାବରେ ୧୮ରୁ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ସହିତ ୧୯ ଓ ୨୦ଦିନ ଧରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଏହାସହିତ ପବନର ବେଗ ଘଣ୍ଟାକୁ ୯୫ କି.ମି. ଏବଂ ସ୍ଥଳ ବିଶେଷରେ ଏହାଠାରୁ ଅଧିକ ହୋଇପାରେ ବୋଲି ସୂଚନା ଦିଆଯାଇଥିଲା । ଏହି ବାତ୍ୟାରେ ରାଜ୍ୟର ୧୨ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଉପକୂଳ ଓ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି । ଓଡ଼ିଶାରେ ୧୮ ତାରିଖରୁ ବାତ୍ୟା ପ୍ରଭାବରେ ବର୍ଷା ଆରମ୍ଭ ହେବ । ବାତ୍ୟା ‘ଅମ୍ଫାନ’ ପ୍ରଭାବରେ ଉପକୂଳ ଓଡ଼ିଶାର ୬୪୯ଟି ଗାଁର ପ୍ରାୟ ୭ ଲକ୍ଷ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ବାତ୍ୟା ମୁକାବିଲା ନେଇ ସଚିବସ୍ତରୀୟ ପ୍ରସ୍ତୁତି ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଲକ୍ଷାଧିକ ହେକଫର ଜମିରେ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଯାଇଛି । ତେଣୁ ଚାଷୀମାନେ ଏବେଠାରୁ ସତର୍କ ରହିବାãୁ କୁହାଯାଇଛି । ଇମେଜ ୱିଣ୍ଡି ଡଟ୍‌ କମ୍‌ ଦେଇଥିବା ଇମେଜ ଅନୁଯାୟୀ ଆମ୍ଫାନ୍‌ ଓଡ଼ିଶା ଦେଇ ଅତିକ୍ରମ କରିବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ୨୦ତାରିଖ ଯାଏଁ ଉତ୍ତର ଓଡିଶାରେ ବର୍ଷା ଲାଗି ରହିବ । ବର୍ଷା ସମୟରେ ପବନ ବି ବହିବ । ୧୯ ତାରିଖ ସକାଳେ ପବନର ବେଗ ୬୦ରୁ ୭୫ କିଲୋମିଟର ରହିବ । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସବୁପ୍ରକାର ପ୍ରସ୍ତୁତି କରିଥିବା ଏସାରସି କହିଥିଲେ । ସମ୍ଭାବ୍ୟ ବାତ୍ୟା ପାଇଁ ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାକୁ ସତର୍କ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଉ ୬୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ

ଆଉ ୬୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ

Read More...

ପୃଥକ ସଡ଼କ ଦୁର୍ଘଟଣାରେ ୩୦ ଶ୍ରମିକ ମୃତ

ପୃଥକ ସଡ଼କ ଦୁର୍ଘଟଣାରେ ୩୦ ଶ୍ରମିକ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page