୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା

May 12, 2020, ଦେଶ, , Anupambharat News Bureau


୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା
Anupambharat News Bureau
May 12, 2020

ନୂଆଦିଲ୍ଲୀ,୧୨ା୫: ସମଗ୍ର ଦେଶରେ କରୋନା ରୋଗର ବ୍ୟାପକତା ଯୋଗୁଁ ତୃତୀୟ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌ କଡ଼ାକଡ଼ି ଭାବେ ପାଳନ କରାଯାଉଛି । କେତେକ ଅଣପ୍ରଭାବିତ ରାଜ୍ୟ ଓ ଜିଲ୍ଲାମାନଙ୍କୁ ଛାଡି ଦେଲେ ପ୍ରଭାବିତ ରାଜ୍ୟମାନଙ୍କରେ ଜୀବନଯାତ୍ରା ଜଟିଳ ହୋଇପଡିଛି । ଆର୍ଥିକ ସମସ୍ୟା ମଧ୍ୟ ଗୁରୁତର ଭାବେ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ତୃତୀୟ ପର୍ଯ୍ୟାୟ ତାଲାବନ୍ଦକୁ ବୃଦ୍ଧି କରାଯିବ ବୋଲି ପ୍ରଧାନମନ୍ତ୍ରୀ ସଂକେତ ଦେଇଛନ୍ତି । ତେବେ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସେ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଆଜି ସନ୍ଧ୍ୟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଦେଶକୁ କରୋନା ସମସ୍ୟାର ମୁକାବିଲା କରିବା ସହିତ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆଣିବା ପାଇଁ ‘ମିଶନ ସେଲ® ରିଲିୟାଣ୍ଟ୍‌ ଇଣ୍ଡିଆ’ ବା ଆତ୍ମନିର୍ଭର ଭାରତ ଯୋଜନା ଅନୁଯାୟୀ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ସହାୟତା ଘୋଷଣା କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଆର୍ଥିକ ପ୍ୟାକେଜ ଦେଶବ୍ୟାପି କୃଷି ଓ ଉଦ୍ୟୋଗୀ ଶ୍ରମିକଙ୍କୁ ସଶକ୍ତିକରଣ କରିବ । ପ୍ରତ୍ୟେକ ଦିଗକୁ ଧ୍ୟାନ ଦେଇ ଏହି ଆର୍ଥିକ ପ୍ୟାକେଜ୍‌ ଘୋଷଣା କରାଯାଇଛି । ଦେଶର ସମସ୍ତ ଘରୋଇ ଉତ୍ପାଦ (ଜିଡ଼ିପି)ର ୧୦ ପ୍ରତିଶତ ଆର୍ଥିକ ରାଶିକୁ ଏହି ପ୍ୟାକେଜ୍‌ରେ ସାମିଲ କରାଯାଇଛି । ଏହାର ବିସ୍ତୃତ ବିବରଣୀ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯିବ ବୋଲି ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ।
ପ୍ରକାଶ ଯେ, ମୋଦିଙ୍କ ପ୍ୟାକେଜ ଅନୁଯାୟୀ ଲ୍ୟାଣ୍ଡ୍‌,ଲେବର୍‌, କୁଟୀର ଉଦ୍ୟୋଗ, ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ଶିଳ୍ପ (ଏମ୍‌ଏସ୍‌ଏମ୍‌ଇ) ସହିତ ସମ୍ପୃକ୍ତ ଥିବା ମଧ୍ୟମ ବର୍ଗର ଲୋକମାନେ ମଧ୍ୟ ଉପକୃତ ହେବେ । ବିଶ୍ୱ ସ୍ତରରେ କରୋନା ମୁକାବିଲା ପାଇଁ କୌଣସି ଔଷଧ ନଥିବା ବେଳେ ଭାରତରେ ଏହାର ପ୍ରତିଷେଧକ ଔଷଧ ଉତ୍ପାଦନ କରାଯାଇଥିବା ଯୋଗୁଁ ବିଶ୍ୱର ବହୁ ରାଷ୍ଟ୍ର ଭାରତକୁ ପ୍ରଶଂସା କରିଛନ୍ତି ବୋଲି ମୋଦି ତାଙ୍କ ଭାଷଣରେ କହିଥିଲେ । ସମଗ୍ର ବିଶ୍ୱକୁ ଗତ ୪ ମାସ ପର୍ଯ୍ୟନ୍ତ କରୋନା ଭାଇରସ ସଂକ୍ରମଣ କରିବାରେ ଲାଗିଛି । ତେଣୁ ପ୍ରତ୍ୟେକ ବ୍ୟକ୍ତି ଜୀବନ ରକ୍ଷା ପାଇଁ କରୋନା ବିରୋଧରେ ଲଢ଼େଇ କରୁଛନ୍ତି ବୋଲି ମୋଦି ଭାଷଣରେ କହିଛନ୍ତି । ଭାରତରେ ଇତିମଧ୍ୟରେ କରୋନାକୁ ମୁକାବିଲା କରିବା ପାଇଁ ସାମାଜିକ ଦୂରତ୍ୱକୁ ଏକମାତ୍ର ବିକଳ୍ପ ଭାବେ ଗ୍ରହଣ କରାଯାଇଛି । ତେଣୁ କୌଣସି ଔଷଧ ଉପଲବ୍ଧ ହେଉନଥିବା ଯୋଗୁଁ ତାଲାବନ୍ଦ ନୀତିକୁ ଦେଶରେ ଗୋଟିଏ ପରେ ଗୋଟିଏ ଏଭଳି ୩ ପର୍ଯ୍ୟାୟରେ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ଚଳିତ ତୃତୀୟ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌ର ଅବଧି ଚଳିତ ମାସ ୧୭ ତାରିଖରେ ସମ୍ପୂର୍ଣ୍ଣ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ବେଳେ ଦେଶବାସୀଙ୍କୁ ସମ୍ବୋଧନ କରି ଏହା ପ୍ରକାଶ କରିଛନ୍ତି ଯେ, ଦେଶରେ ଏକ ଭିନ୍ନ ଧରଣର ଚତୁର୍ଥ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌ ଚଳିତମାସ ୧୮ ତାରିଖରୁ ଆରମ୍ଭ ହେବ । ତେବେ ଏ ସମ୍ପର୍କୀତ ନିୟମାବଳୀ ଗୁଡିକ ୧୮ ତାରିଖ ପୂର୍ବରୁ ଦେଶବାସୀଙ୍କୁ ଜଣାଇଦିଆଯିବ ।
ପ୍ରକାଶ ଥାଉକି, ଅଣପ୍ରଭାବିତ ରାଜ୍ୟ ଓ ଜିଲ୍ଲାମାନଙ୍କରେ ଲକ୍‌ଡ଼ାଉନ୍‌ ନିୟମାବଳୀକୁ କୋହଳ କରାଯାଇ ସାଧାରଣ ଜୀବନଯାତ୍ରାରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ୧୮ ତାରିଖ ପୂର୍ବରୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌ର ନିୟମାବଳୀ ସ୍ପଷ୍ଟ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବା ପରେ ହିଁ ନିଷ୍ପତ୍ତି ଗ୍ରହଣ କରାଯାଉଛି ବୋଲି ମୋଦି କହିଛନ୍ତି ।
ସମଗ୍ର ବିଶ୍ୱରେ କରୋନା ଭୂତାଣୁର ମାରାତ୍ମକ ପ୍ରଭାବ ବ୍ୟାପିବାରେ ଲାଗିଛି । ଦୈନିକ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟକ ଲୋକ ଏହି କରୋନା ରୋଗରେ ପ୍ରାଣ ହରାଉଛନ୍ତି । ଭାରତର ବିଭିନ୍ନ ରାଜ୍ୟରେ ଏହି କରୋନା ରୋଗରେ ଆଜିସୁଦ୍ଧା ୨୨୯୩ ସଂଖ୍ୟକ ଲୋକ ପ୍ରାଣ ହରାଇଥିବା ବେଳେ ୭୦,୭୫୬ ସଂଖ୍ୟକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସା ହେଉଛନ୍ତି । ଯଦିଓ ଭାରତରେ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ରେକର୍ଡ ହୋଇଛି । ତେବେ ଗତ ୨୪ ଘଣ୍ଟାରେ ତାମିଲନାଡ଼ୁରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇଛି । ଆଜି ତାମିଲନାଡ଼ୁରେ ସର୍ବାଧିକ ୭୧୬ ସଂଖ୍ୟକ ଲୋକଙ୍କୁ ଆକ୍ରାନ୍ତ କରିଥିବା ଜଣାପଡିଛି । ତାମିଲନାଡ଼ୁରେ ଆଜିର ନୂତନ ପଜିଟିଭ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଏହା ସର୍ବାଧିକ ୮୭୧୮ ସଂଖ୍ୟାକୁ ବୃଦ୍ଧି ପାଇଛି । ରାଜ୍ୟରେ ଲକ୍‌ଡ଼ାଉନ୍‌ ସ୍ଥିତି ଜାରି ରହିଛି । ଇତିମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଟପି ଯାଇ ଏହା ୭୦,୭୫୬ ସଂଖ୍ୟାକୁ ପହଞ୍ଚିଛି । ମୃତକଙ୍କ ସଂଖ୍ୟା ମଧ୍ୟ ଦୈନିକ ୮୦ରୁ ୧୦୦ ମଧ୍ୟରେ ବୃଦ୍ଧି ପାଉଥିବା ଆକଳନରୁ ଜଣାପଡିଛି । ଯେଉଁ ରାଜ୍ୟ ଓ ଜିଲ୍ଲାମାନଙ୍କରେ କୋଭିଡ଼-୧୯ର ପ୍ରଭାବ ନାହିଁ କିମ୍ବା ସାମାନ୍ୟ ରହିଛି ଉକ୍ତ ଅଞ୍ଚଳ ଗୁଡିକରେ ଲକ୍‌ଡ଼ାଉନ୍‌ ନୀୟମାବଳୀକୁ କୋହଳ କରାଯାଉଛି । ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ୧୨ ତାରିଖରୁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି । ଏପରିକି ବିଦେଶରେ ଫସି ରହିଥିବା



ଭାରତୀୟ ନାଗରୀକଙ୍କୁ ଫେରାଇ ଆଣିବା ପାଇଁ ୧୩୯ଟି ବିମାନ ବିଭିନ୍ନ ରାଷ୍ଟ୍ରକୁ ପଠାଇବାକୁ ସରକାର ପ୍ରସ୍ତìତି କରିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଲକ୍‌ଡ଼ାଉନ୍‌ ସ୍ଥିତି ସମ୍ପର୍କରେ ସମୀକ୍ଷା ଆଲୋଚନା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ୍‌ କେୟାରରେ ବଢିବ ଶଯ୍ୟା

କୋଭିଡ୍‌ କେୟାରରେ ବଢିବ ଶଯ୍ୟା

Read More...

  ହାଇକୋର୍ଟରେ ରଥଯାତ୍ରା ପ୍ରସଙ୍ଗ,  ଜୁନ୍‌ ୨୨ ସୁଦ୍ଧା ରଥ କାମ ସାରିବାକୁ ନିର୍ଦ୍ଦେଶ

ହାଇକୋର୍ଟରେ ରଥଯାତ୍ରା ପ୍ରସଙ୍ଗ, ଜୁନ୍‌ ୨୨ ସୁଦ୍ଧା ରଥ କାମ ସାରିବାକୁ ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page