ହାଇକୋର୍ଟରେ ରଥଯାତ୍ରା ପ୍ରସଙ୍ଗ, ଜୁନ୍‌ ୨୨ ସୁଦ୍ଧା ରଥ କାମ ସାରିବାକୁ ନିର୍ଦ୍ଦେଶ

May 12, 2020, ଓଡ଼ିଶା, , Anupambharat News Bureau


  ହାଇକୋର୍ଟରେ ରଥଯାତ୍ରା ପ୍ରସଙ୍ଗ,  ଜୁନ୍‌ ୨୨ ସୁଦ୍ଧା ରଥ କାମ ସାରିବାକୁ ନିର୍ଦ୍ଦେଶ
Anupambharat News Bureau
May 12, 2020


କଟକ, ୧୨ା୫ (ଅନୁପମ ମିଡ଼ିଆ): କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ ଥିବା ବେଳେ ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୁନ୍‌ ୨୨ ତାରିଖ ସୁଦ୍ଧା ଶେଷ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ ଓ ବିଚାରପତି ଏସ କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ବିଭୁତି ଭୂଷଣ ଚୈାଧୁରୀଙ୍କ ପକ୍ଷରୁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ରଥ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ଓ ନିର୍ଦ୍ଧାରିତ ସମୟରେ ଶେଷ ହେବ ବୋଲି ଖଣ୍ଡପୀଠକୁ ଅବଗତ କରାଇଥିଲେ । ସୂଚନାଯୋଗ୍ୟ ଯେ, ଦେଶବ୍ୟାପି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ବେଳେ ରଥ ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ଲୋଡିଥିଲେ । ଏଥିପୂର୍ବରୁ ମନ୍ଦିର ପରିଚାଳନା କମିଟି ରଥ ନିର୍ମାଣ ପ୍ରସ୍ତାବ ଦେବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁମତି ମାଗିଥିଲେ । କେନ୍ଦ୍ର ସରକାରଙ୍କଠାରୁ ଅନୁମତି ମିଳିବା ପରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ କୋଭିଡ୍‌-୧୯ର ସମସ୍ତ ନିୟମ ପାଳନ କରାଯାଇ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା

୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା

Read More...

ରାଜ୍ୟରେ ସୁସ୍ଥ ସଂଖ୍ୟା ଶହେ ଟପିଲା, ୨୫ ନୂଆ କରୋନା ପଜିଟିଭ, ଆକ୍ରାନ୍ତ ସଂଖ୍ୟା ୪୩୯

ରାଜ୍ୟରେ ସୁସ୍ଥ ସଂଖ୍ୟା ଶହେ ଟପିଲା, ୨୫ ନୂଆ କରୋନା ପଜିଟିଭ, ଆକ୍ରାନ୍ତ ସଂଖ୍ୟା ୪୩୯

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page