ଓଡ଼ିଶା ଫେରିଲେଣି ୩୫ ହଜାର ପ୍ରବାସୀ

May 06, 2020, ଓଡ଼ିଶା, , Anupambharat News Bureau


ଓଡ଼ିଶା ଫେରିଲେଣି ୩୫ ହଜାର ପ୍ରବାସୀ
Anupambharat News Bureau
May 06, 2020

ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ): ମଇ ­ ଗତ ୩ ମଇରୁ ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ବୁଧବାର ୭୪୫୧ ଜଣ ଓଡ଼ିଆ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୩୫,୫୪୦ ଜଣ ଫେରିଛନ୍ତି । ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସୁଛନ୍ତି ବୋଲି ଉନ୍ନୟନ କମିଶନର ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ଓଡ଼ିଶାକୁ ଫେରୁଥିବା ଲୋକମାନଙ୍କ ପାଇଁ ୧୪ ଦିନିଆ କ ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ । ସହରାଞ୍ଚଳକୁ ଫେରୁଥିବା ଲୋକମାନଙ୍କ ପାଇଁ ହୋମ୍‌ କ ୍ୱାରାଣ୍ଟାଇନକୁ ପ୍ରାଥମିକତା ଦିଆଯାଇଛି । ଯେଉଁମାନଙ୍କର ହୋମ୍‌ କ ୍ୱାରାଣ୍ଟାଇନର ସୁବିଧା ନାହିଁ ସେମାନଙ୍କ ପାଇଁ ପୌର କର୍ତ୍ତୃପକ୍ଷ ଆନୁଷ୍ଠାନିକ କ ୍ୱାରାଣ୍ଟାଇନ୍‌ର ବ୍ୟବସ୍ଥା କରିବେ । ଆବଶ୍ୟକ ହେଲେ ସେମାନେ ନିଜ ଖର୍ଚ୍ଚରେ ନିର୍ଦ୍ଧାରିତ ହୋଟେଲ୍‌/ଲଜ୍‌ମାନଙ୍କରେ କ ୍ୱାରାଣ୍ଟାଇନରେ ରହିପାରିବେ । ଗ୍ରାମାଞ୍ଚଳକୁ ଫେରୁଥିବା ଲୋକମାନଙ୍କ ପାଇଁ ଆନୁଷ୍ଠାନିକ କ ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ । କି;ୁ ଗର୍ଭବତୀ ଓ ପ୍ରସୂତୀ /ଶିଶୁ/ଛାତ୍ରଛାତ୍ରୀ/ବୃଦ୍ଧିଜୀବୀ/ତୃତୀୟ ଲିଙ୍ଗ ଓ ଶାରିରୀକ ଓ ମାନସିକ ଭିନ୍ନକ୍ଷମମାନଙ୍କ ପାଇଁ ଆବଶ୍ୟକ ସ୍ଥଳେ ହୋମ୍‌ କ ୍ୱାରାଣ୍ଟାଇନ ପାଇଁ କର୍ତ୍ତୃପକ୍ଷ ଅନୁମତି ଦେଇପାରିବେ କିମ୍ବା ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିପାରିବେ । ଏଥି ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୁଲାଇ ୨୪ ସୁଦ୍ଧା ଶେଷ ହେବ ଯୁକ୍ତ ତିନି ପରୀକ୍ଷା

ଜୁଲାଇ ୨୪ ସୁଦ୍ଧା ଶେଷ ହେବ ଯୁକ୍ତ ତିନି ପରୀକ୍ଷା

Read More...

ବୟସ୍କ, ଦୂରାରୋଗ୍ୟ ପୀଡିତଙ୍କ ଯତ୍ନ ନିଅ;ୁ

ବୟସ୍କ, ଦୂରାରୋଗ୍ୟ ପୀଡିତଙ୍କ ଯତ୍ନ ନିଅ;ୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page