ବୟସ୍କ, ଦୂରାରୋଗ୍ୟ ପୀଡିତଙ୍କ ଯତ୍ନ ନିଅ;ୁ

May 06, 2020, ଓଡ଼ିଶା, , Anupambharat News Bureau


ବୟସ୍କ, ଦୂରାରୋଗ୍ୟ ପୀଡିତଙ୍କ ଯତ୍ନ ନିଅ;ୁ
Anupambharat News Bureau
May 06, 2020

ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ): ­ ଘରେ ବୟସ୍କ , ଡାଏବିଟିସ୍‌ , ରକ୍ତଚାପ କିମ୍ବା କିଡନୀ ସମ୍ପର୍କିତ ରୋଗୀ ଥିଲେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅ;ୁ । ସେମାନଙ୍କର ଯତ୍ନ ନିଅ;ୁ । ସେମାନଙ୍କୁ ମାସ୍କ ପିନ୍ଧା;ୁ , ବାରମ୍ବାର ହାତ ଧୋଇବା ସହ ଦୂରତା ରଖିବାକୁ ବୁଝା;ୁ ବୋଲି କଟକ ଏସସିବି ମେଡିକାଲ କଲେଜର ପ୍ରଫେସର ଡା. ଜୟନ୍ତ ପଣ୍ଡା ପରାମର୍ଶ ଦେଇଛନ୍ତି । ରାଜ୍ୟରେ କରୋନାରେ ମୃତୁ୍ୟ ବରଣ କରିଥିବା ଦ୍ୱିତୀୟ ରୋଗୀଙ୍କ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ, ମଧୁସୂଦନ ନଗରର ଜଣେ ୭୭ ବର୍ଷୀୟ ବ୍ୟକ୍ତି ଗତ ୨୮ ତାରିଖରେ ପିଜିଟିଭ୍‌ ଚିହ୍ନଟ ହୋଇଥିଲେ । ତାଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଡାଏବିଟିଜ୍‌ , ଉଚ୍ଚ ରକ୍ତଚାପ ଓ କିଡନୀ ରୋଗ ରହିଥିଲା । ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁ ଗତ ୩୦ ତାରିଖରୁ ତାଙ୍କୁ ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏହାପରେ ତାଙ୍କର ରକ୍ତ ଚାପ କମିଥିଲା । ପରିସ୍ରା କମ୍‌ ହେତୁ ଡାଏଲିସିସି ଦିଆଯାଇଥିଲା । ତେବେ ବହୁ ଚେଷ୍ଟା ସତ୍ତେ୍ୱ ଗତକାଲି ରାତି ୧୦ଟାରେ ତାଙ୍କର ମୃତୁ୍ୟ ହୋଇଥିଲା । ରାଜ୍ୟରେ ଏହା ଦ୍ୱିତୀୟ କରୋନା ଜନିତ ମୃତ୍ୟୁ । ଏଥିରୁ ଆମକୁ ଶିକ୍ଷା ମିଳିଛି । ତେଣୁ ଘରେ ଥିବା ବୟସ୍କଙ୍କ ଧ୍ୟାନ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶା ଫେରିଲେଣି ୩୫ ହଜାର ପ୍ରବାସୀ

ଓଡ଼ିଶା ଫେରିଲେଣି ୩୫ ହଜାର ପ୍ରବାସୀ

Read More...

ରାଜ୍ୟରେ କରୋନା ନେଲା ଦ୍ୱିତୀୟ ମୁଣ୍ଡ

ରାଜ୍ୟରେ କରୋନା ନେଲା ଦ୍ୱିତୀୟ ମୁଣ୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page