ରାଜ୍ୟରେ ପଜିଟିଭ ସଂଖ୍ୟା ୨୧ରେ ପହଞ୍ଚିଲା

April 04, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ପଜିଟିଭ ସଂଖ୍ୟା ୨୧ରେ ପହଞ୍ଚିଲା
Anupambharat News Bureau
April 04, 2020

ଭୁବନେଶ୍ୱର,୪ା୪(ଅନୁପମମିଡ଼ିଆ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଶନିବାର ପଶ୍ଚିମ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହଣ୍ଡି ଜିଲ୍ଲାର ଏହି ୨୯ ବର୍ଷିୟ ଯୁବକ ନିକଟରେ ବାହାରିନ୍‌ରୁ ଫେରିଥିଲେ । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି । ଆଜି ମୋଟ ୩୦୪ଟି ନମୁନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ଏହି ଯୁବକଙ୍କ ନିକଟରେ ପଜିଟିଭ ବାହାରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଅନ୍ୟପକ୍ଷେ ଭୁବନେଶ୍ୱର ସୂର୍ଯନଗର ଓ ବମିଖାଲ ଓ ପୁରୀର କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଲିଙ୍କ ବାହାରିଛି । ଏହି ତିନି ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ ପ୍ରେସମିଟ କରି ଜଣାଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଉଭୟ ମାମଲାରେ ଆକ୍ରାନ୍ତଙ୍କ ରାଜ୍ୟ ବାହାର ଲିଙ୍କ ବାହାରିଛି । ସୂର୍ଯ୍ୟନଗରରେ ରହୁଥିବା ତଥା ରାଜ୍ୟର ପଞ୍ଚମ ପଜିଟିଭ ପ୍ରଦୀପ୍ତ ଦଳ ବେହେରାଙ୍କ ସମ୍ପର୍କୀୟ କଲିକତା ଯାଇଥିଲେ ସେଠାରୁ ସେ ସଂକ୍ରମିତ ହୋଇଛନ୍ତି । ବମିଖାଲର ତିନି କରୋନା ଆକ୍ରାନ୍ତଙ୍କ ବାପା ଭୋପାଳରେ ରୁହନ୍ତି । ସେମାନେ ସେଠାକୁ ଯାଇ ସଂକ୍ରମିତ ହୋଇଛନ୍ତି । ଏପରିକି ତିନି ଭାଇଙ୍କ ବାପା ନମୁନା ପଜିଟିଭ ରହିଛ । ସେହିପରି ପୁରୀ ଜିଲ୍ଲାର ବ୍ୟକ୍ତି ଯିଏକି କରୋନା ଆକ୍ରାନ୍ତ ଅଛନ୍ତି ସେ ଭୁବନେଶ୍ୱରରେ ପୋଷ୍ଟମ୍ୟାନ ଭବେ କାର୍ଯ୍ୟ କରୁଛନ୍ତି । ଭୁବନେଶ୍ୱରର ବିଜେବି ନଗରରେ ଥିବା ପୋଷ୍ଟ ଅଫିସରେ ସେ କାମ କରୁଥିବା ବେଳେ ସେ ବିଜେବି ନଗର ଅଞ୍ଚଳରେ ଚିଠି ବାଣ୍ଟିଥିବା କଥା ବିଏମସି ଜାଣିବାକୁ ପାଇଛି । ଦୀଲ୍ଲିରୁ ଫେରିବା ପରେ ସେ କରୋନା ଆକ୍ରାନ୍ତ ହୋଇଥିଲେ । ବିଜେବି ନଗରରେ ବସବାସ କରୁଥିବା ଲୋକଙ୍କୁ ୧୦୪ରେ ନିଜ ନାମ ପଞ୍ଜିକରଣ କରିବା ସହ ନିଜେ ନିଜକୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି । ତେବେ ପୂର୍ବରୁ ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ ଏବଂ ଯାଜପୁରରେ ଆକ୍ରାନ୍ତ ଠାବ୍‌ ହୋଇଥିବା ବେଳେ ବର୍ତ୍ତମାନ ପଶ୍ଚିମ ଓଡ଼ିଶାରେ ମଧ୍ୟ ଜଣେ ପଜିଟିଭ ସୂଚୀରେ ସାମିଲ ହୋଇଛନ୍ତି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରତ୍ୟେହ ୧୯ ଘଣ୍ଟିଆ ସଟ୍‌ ଡାଉନ

ପ୍ରତ୍ୟେହ ୧୯ ଘଣ୍ଟିଆ ସଟ୍‌ ଡାଉନ

Read More...

ସନ୍ଦିଗ› ମନେ କଲେ ୧୦୪କୁ କଲ୍‌ କର;ୁ ଆକ୍ରାନ୍ତଙ୍କ କଣ୍ଟାକଫ ଟ୍ରେସିଂ ସହଜ ନୁହେଁ

ସନ୍ଦିଗ› ମନେ କଲେ ୧୦୪କୁ କଲ୍‌ କର;ୁ ଆକ୍ରାନ୍ତଙ୍କ କଣ୍ଟାକଫ ଟ୍ରେସିଂ ସହଜ ନୁହେଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page