ସନ୍ଦିଗ› ମନେ କଲେ ୧୦୪କୁ କଲ୍‌ କର;ୁ ଆକ୍ରାନ୍ତଙ୍କ କଣ୍ଟାକଫ ଟ୍ରେସିଂ ସହଜ ନୁହେଁ

April 04, 2020, ଓଡ଼ିଶା, , Anupambharat News Bureau


ସନ୍ଦିଗ› ମନେ କଲେ ୧୦୪କୁ କଲ୍‌ କର;ୁ ଆକ୍ରାନ୍ତଙ୍କ କଣ୍ଟାକଫ ଟ୍ରେସିଂ ସହଜ ନୁହେଁ
Anupambharat News Bureau
April 04, 2020

ଭୁବନେଶ୍ୱର , ୪ ।୪(ଅନୁପମମିଡ଼ିଆ): କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏବଂ ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ମିଳିବା ପରେ ସେ ଯେଉଁ ଲୋକମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜି ବାହାର କରିବାକୁ ପଡିଥାଏ । ‘କଣ୍ଟାକଫ ଟ୍ରେସିଂ’ ଏକ କ୍ଲିଷ୍ଟ ପ୍ରକ୍ରିୟା ଓ ଏଥିଲାଗି ବହୁସଂଖ୍ୟକ ସରକାରୀ କର୍ମଚାରୀ , ପୋଲିସ କର୍ମଚାରୀ ଏବଂ ସ୍ୱାସ୍ଥ୍ୟ କର୍ମୀ ମାନେ ନିୟୋଜିତ ହୋଇଥାନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଲେ କଣ୍ଟାକଫ ଟ୍ରେସିଂ କରିବାକୁ ସରକାରଙ୍କ ଉପରେ ବୋଝ ବଢି ବଢି ଚାଲିବ । ତେଣୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ତଥ୍ୟ ଅନୁଯାୟୀ ଯଦି ନିଜକୁ ସନ୍ଦିଗ› ମନେ କରନ୍ତି ତେବେ ୧୦୪ କୁ କଲ୍‌ କର;ୁ । ଏବଂ ତଥ୍ୟ ନଲୁଚାଇ ଯାଞ୍ଚପାଇଁ ଆଗେଇ ଆସ;ୁ ବୋଲି ସୁବ୍ରତ ବାଗଚୀ ଆହ୍ୱାନ ଦେଇଛନ୍ତି । ବାଗଚୀ କହିଛନ୍ତି ଯେ, ଜଣେ ବ୍ୟକ୍ତି ଯେତେବେଳେ କରୋନା ସଂକ୍ରମଣର ଶିକାର ହୁଏ ରାଜ୍ୟ ସରକାର ସର୍ବ ପ୍ରଥମେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ‘ଯାତ୍ରା ଇତିହାସ’ ଜାଣିବାକୁ ଚାହାନ୍ତି । ସମ୍ପୃକ୍ତ ବ୍ୟକ୍ତି ବ୍ୟକ୍ତି ଯାତ୍ରା ସମୟରେ କେଉଁଠିକୁ ଯାଇଥିଲେ ଏବଂ ସେହି ସ୍ଥାନରେ କାହା କାହା ସହ ସଂସ୍ପର୍ଶରେ ଆସିଥିଲେ ତାହାର ଖବର ନିଅନ୍ତି । ଏହା ପରେ ସରକାର ସଂକ୍ରମିତ ବ୍ୟକ୍ତିଙ୍କୁ ଆଣିବା ପାଇଁ ରାତାରାତି କାମ କରିଥାନ୍ତି । ସରକାରୀ ଅଧିକାରୀ, ପୋଲିସ ପ୍ରଶସନ ଆରମ୍ଭ କରିଦିଏ ଅପରେସନ୍‌ । ପ୍ରଥମେ ସନ୍ଦିU ବ୍ୟକ୍ତିଙ୍କୁ ହସ୍ପିଟାଲ ଅଣାଯାଇଥାଏ । ନମୁନା ଯଦି ପଜିଟିଭ ବାହାରିଲା, ତାପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଣିବା ପାଇଁ ପୁଣି ଯୋଗାଯୋଗା କରାଯାଏ ବୋଲି ବାଗଚୀ କହିଛନ୍ତି । ସରକାର ଏହି ପଦ୍ଧତିରେ କରୋନା ସଂକ୍ରମିତ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇଥାଏ । କି;ୁ ଏଭଳି କ୍ରମାଗତ ଭାବେ କାମ କରିବା ଶାସନ କଳ ପାଇଁ ବଡ଼ ବୋଝ ହୋଇଯାଏ ।
ବାଗଚୀ କହିଛନ୍ତି, ଏ ପର୍ଯ୍ୟନ୍ତ ରାଜ୍ୟରେ ୨୦ ଜଣ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି । ଧର;ୁ ଯଦି ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୫୦ ଜଣ ଆସିଛନ୍ତି । ହାରାହାରି ୧୦୦୦ ଜଣ ଲୋକଙ୍କର କଣ୍ଟାକଫ ଟ୍ରେସିଂ ଆରମ୍ଭ ହୁଏ । କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଆଣିବା ପାଇଁ ଗୋଟିଏ ଟିମରେ ମୋଟ ୧୦ ଜଣ ପ୍ରଶାସନିକ ଅଧିକାରୀ, ପୋଲିସ କର୍ମଚାରୀ ଓ ହସ୍ପିଟାଲ କର୍ମଚାରୀ ରହନ୍ତି । ତେଣୁ ୨୦ଟି ଟିମରେ ଟ୍ରାକିଂ ପାଇଁ ୨୦୦ ଜଣ ରହିବେ । ୧୦୦୦ ଲୋକଙ୍କୁ ନେଇ ଆସିବା ପାଇଁ ୨୦୦୦ ଗାଡ଼ି ଦରକାର । କାରଣ ଜଣେ ବ୍ୟକ୍ତିଙ୍କୁ ଆଣିବା ପାଇଁ ୨ଟି ଗାଡ଼ି ଦରକାର । ଦଶ ପ୍ରତିଶତ ପଜିଟିଭ ବାହାରିଲେ ୧୦୦ ଜଣ ପଜିଟିଭ ବାହାରିବେ । ଯଦି ଏହି ଭଳି ଭାବରେ ରୋଗୀ ସଂଖ୍ୟା ବଢେ ତାହେଲେ ୧୦୦ ଜଣ କରୋନା ରୋଗୀଙ୍କ
ଠାରୁ ୧୦ ପ୍ରତିଶତ ରୋଗୀ ୫୦୦ରେ ପହଞ୍ଚିବ । ପୁଣି ଏହି ସଂଖ୍ୟା ୫୦୦୦ରେ ପହଂଚିବ ଏବଂ ୫୦୦୦ କରୋନା ରୋଗୀଙ୍କୁ ହସ୍ପିଟାଲ ଆଣିବା ପାଇଁ ସରକାରଙ୍କ ଉପରେ ବୋଝ ପଡ଼ିଯିବ । ତେଣୁ ଯେଉଁ ବ୍ୟକ୍ତି ନିଜକୁ ସନ୍ଦିU ମନେକରୁଛନ୍ତି, ସରକାରଙ୍କ ୧୦୪କୁ ଯୋଗାଯୋଗ କଲେ କରୋନା ମୁକାବିଲା ସହଜ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ପଜିଟିଭ ସଂଖ୍ୟା ୨୧ରେ ପହଞ୍ଚିଲା

ରାଜ୍ୟରେ ପଜିଟିଭ ସଂଖ୍ୟା ୨୧ରେ ପହଞ୍ଚିଲା

Read More...

ଆମେରିକାରେ ୨୪ ଘଣ୍ଟାରେ ୧୪୮୦ ମୃତୁ୍ୟ

ଆମେରିକାରେ ୨୪ ଘଣ୍ଟାରେ ୧୪୮୦ ମୃତୁ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page