ଆଜିଠୁ ଗଡ଼ିବନି ବସ୍‌

March 23, 2020, ଓଡ଼ିଶା, , Anupambharat News Bureau


ଆଜିଠୁ ଗଡ଼ିବନି ବସ୍‌
Anupambharat News Bureau
March 23, 2020

ଭୁବନେଶ୍ୱର, ୨୩ା୩(ଅନୁପମମିଡ଼ିଆ): କରୋନାକୁ ପ୍ରତିହତ କରିବାକୁ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରତିଦିନ ନୂଆ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଏହିକ୍ରମରେ ରାଜ୍ୟରେ ଆସନ୍ତାକାଲିଠାରୁ ବସ୍‌ ଚଳାଚଳକୁ ବନ୍ଦ ଘୋଷଣା କରାଯାଇଛି । ­ଆସନ୍ତାକାଲି ପୂର୍ବାହ୍ନ ୧୧ ଟା ଠାରୁ ରାଜ୍ୟରେ ସମସ୍ତ ବସ୍‌ ଚଳାଚଳ ବନ୍ଦ ରହିବ । ସେହିପରି ସୋମବାର ରାତି ୧୨ ଟାଠାରୁ ସମସ୍ତ ସିଟି ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍‌ - ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ଆଜି ରାଜ୍ୟ ସରକାର ଲକ ଡାଉନ ସଂପ୍ରସାରଣ କରିଛନ୍ତି ।
ଆଉ ୯ଟି ଜିଲ୍ଲାରେ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଜିଲ୍ଲା ଗୁଡିକ ହେଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା । ଏହି ସମସ୍ତ ୧୪ଟି ଜିଲ୍ଲାରେ ଆସନ୍ତାକାଲି ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ଯାଏ ଏହି କଟକଣା ବଳବତର ରହିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପୂର୍ବରୁ ୫ ଜିଲ୍ଲାରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଏହା୧୪ ଜିଲ୍ଲାକୁ ସଂପ୍ରସାରିତ ହୋଇଛି । ଅନ୍ୟପକ୍ଷରେ ପୂର୍ବ ଲକ୍‌ ଡାଉନ୍‌ ଘୋଷଣା ବେଳେ କେତେକ ଅତ୍ୟାବଶ୍ୟକୀୟ ସେବା ସହ ଟ୍ରେନ୍‌ ଓ ବସ୍‌ ସେବାକୁ ଏଥିରୁ ବାଦ୍‌ ଦିଆଯାଇଥିଲା । ମାତ୍ର ସୋମବାର କରାଯାଇଥିବା ଘୋଷଣା ଅନୁଯାୟୀ ଲକ୍‌ ଡାଉନ୍‌ ବେଳେ ବସ୍‌ ଷ୍ଟାଣ୍ଡ ଓ ରେଲେୱ ଷ୍ଟେସନ୍‌ ମଧ୍ୟ ବନ୍ଦ ରହିବ । ସେହିଭଳି ଚଳିତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଆସନ୍ତା ଅପ୍ରେଲ ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଟେକ୍‌ ହୋମ୍‌ ରାଶନ୍‌ ବାବଦରେ ଛତୁଆ, ଲଡ଼ୁ ଆଦି ଶୁଖିଲା ଖାଦ୍ୟ ୬ ମାସରୁ ୩ ବର୍ଷର ଶିଶୁ, ଗର୍ଭବତୀ ଏବଂ ପ୍ରସୂତୀଙ୍କୁ ଅଙ୍ଗନୱାଡ଼ି କର୍ମୀ/ସହାୟିକାମାନେ ସେମାନଙ୍କ ଘରେ ପହଞ୍ଚାଇବେ । ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କୁ ସକାଳ ଜଳଖିଆ ଏବଂ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ବାବଦକୁ ଶୁଖିଲା ଖାଦ୍ୟ ସେମାନଙ୍କ ଘରେ ପହଞ୍ଚାଇ ଦିଆଯିବ । ପ୍ରତ୍ୟେକ ପରିବାରକୁ ସେମାନଙ୍କ ପ୍ରାପ୍ୟ ବାବଦକୁ ଅଣ୍ଡା ପ୍ରତି ସପ୍ତାହରେ ଘରେ
ବଣ୍ଟନ କରାଯିବ । ସେହିପରି ଛତୁଆ ପ୍ରସ୍ତୁତକାରୀ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ସାମାଜିକ ଦୂରତ୍ୱ ଏବଂ ପରିଷ୍କାରପରିଚ୍ଛନ୍ନତା ପାଇଁ ଆବଶ୍ୟକୀୟ ପ୍ରୋଟୋକଲ୍‌ ନିଶ୍ଚୟ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷେରେ କରୋନା ସମୟରେ କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ସମସ୍ତ ୬୭୯୮ଟି ଗ୍ରାମପଞ୍ଚାୟତରେ ସବୁପ୍ରକାର ମୌଳିକ ସୁବିଧା ଥାଇ ୭୨୭୬ଟି ଅସ୍ଥାୟୀ ଚିକିତ୍ସା ଶିବିର ଚିହ୍ନଟ କରାଯାଇଛି । ଅସ୍ଥାୟୀ ଚିକିତ୍ସା ଶିବିର ପାଇଁ ଜଣେ ପଦବୀଧାରୀ ଅଧିକାରୀଙ୍କୁ ପ୍ରତି ଗ୍ରାମପଞ୍ଚାୟତ ପାଇଁ ନୋଡାଲ୍‌ ଅଫିସର ଭାବେ ଘୋଷିତ କରାଯାଇଛି ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ଆବଶ୍ୟକ ସମୟରେ ଖାଦ୍ୟ, ଶଯ୍ୟା, ବେଡ୍‌ସିଟ୍‌ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ପାଇଁ ସେବା ପ୍ରଦାନକାରୀ (ସର୍ଭିସ ପ୍ରୋଭାଇଡର)ଙ୍କୁ ଚିହ୍ନଟ କରାଯାଇଛି । ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ମୌଳିକ ସୁବିଧା ଯଥା-ପାନୀୟ ଜଳ, ଶୌଚାଳୟ, ବିଦୁ୍ୟତ ସଂଯୋଗ ଏବଂ ସମସ୍ତ ପରିମଳ ବ୍ୟବସ୍ଥା ସହ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ବିଡ଼ିଓମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୧୦ ଲକ୍ଷ ଟଙ୍କା ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରିବାକୁ କ୍ଷମତା ପ୍ରଦାନ କରାଯାଇଛି । ସେହିପରି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସମସ୍ତ ପ୍ରତିନିଧିଙ୍କୁ କୋଭିଡ-୧୯ ସଂର୍ପକରେ ଥିବା ୭ଟି ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବାଗଚୀ ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବ୍ୟାଙ୍କ

ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବ୍ୟାଙ୍କ

Read More...

କରୋନା ସଂକ୍ରମଣ ମୁକାବିଲା ପାଇଁ ଏସସିବିରେ ଆରଡିସିଙ୍କ ଦୃଢ ପଦକ୍ଷେପ

କରୋନା ସଂକ୍ରମଣ ମୁକାବିଲା ପାଇଁ ଏସସିବିରେ ଆରଡିସିଙ୍କ ଦୃଢ ପଦକ୍ଷେପ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page