କରୋନା ସଂକ୍ରମଣ ମୁକାବିଲା ପାଇଁ ଏସସିବିରେ ଆରଡିସିଙ୍କ ଦୃଢ ପଦକ୍ଷେପ

March 23, 2020, ଓଡ଼ିଶା, , Anupambharat News Bureau


କରୋନା ସଂକ୍ରମଣ ମୁକାବିଲା ପାଇଁ ଏସସିବିରେ ଆରଡିସିଙ୍କ ଦୃଢ ପଦକ୍ଷେପ
Anupambharat News Bureau
March 23, 2020

କଟକ,୨୩ା୩(ଅନୁପମ ମିଡିଆ): କରୋନା ସଂକ୍ରମଣ ମୁକାବିଲା ପାଇଁ ଆଜି ପୂର୍ବାହ୍ନରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଏସ.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ସନ୍ଦିଗ› କରୋନା ଭୁତାଣୁ ଆକ୍ରାନ୍ତମାନଙ୍କ ପାଇଁ ସେଠାରେ ରହିଥିବା କ୍ୱାରେଣଫାଇନ (ସଙ୍ଗରୋଧ)କେନ୍ଦ୍ର ଏବଂ ଆଇସୋଲେସନ(ଏକାନ୍ତବାସ) ସୁବିଧା ସମ୍ପର୍କରେ ସ୍ଥିତି ସମୀକ୍ଷା କରି ଏହି ସବୁ କେନ୍ଦ୍ରର ସଫଳ ପରିଚାଳନା ପାଇଁ ଗୁରୁତ୍ୱାରୋପ କରିବା ସହିତ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି । ଏସ.ସି.ବିରେ କ୍ୱାରେଣଫାଇନ କେନ୍ଦ୍ରରେ ଏକ ହଜାରରୁ ୧୨ଶହ ରୋଗୀମାନଙ୍କ ପାଇଁ ରହିବାପାଇଁ ସେଠାରେ ନର୍ସିଂ କଲେଜକୁ ବ୍ୟବହାର କରି ଆବଶ୍ୟକ ଶଯ୍ୟା ବ୍ୟବସ୍ଥା ଏବଂ ନର୍ସିଂ କଲେଜ ହଷ୍ଟେଲରେ ୮୦ ଜଣ ରୋଗୀ ରହିବାପାଇଁ ଆଇସୋଲେସନ ଓାର୍ଡ ବ୍ୟବସ୍ଥା ଉପରେ ସେ ସମ୍ପୃକ୍ତ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ସୈðାଚାଳୟ ଗୁଡିକ ସ୍ୱଛତା ତଥା ପରିସ୍କାର ପରିଛନ୍ନତା ତୁରନ୍ତ ବ୍ୟବସ୍ଥା ନିମନ୍ତେ ପ୍ରାଥମିକ ପର୍ଯ୍ୟାୟରେ ପୁର୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ପରିବର୍ତି ପର୍ଯ୍ୟାୟରେ ମେସର୍ସ ପରିତୋଷ ଏଜେନସି ଏହି ସବୁ କାର୍ଯ୍ୟର ଦାୟିତ୍ୱ ନେବ ବୋଲି ଜଣାପଡିଛି । ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ସୈðାଚାଳୟ ବ୍ୟବହାର କରିବା ପରେ ତାହା ନିୟମିତ ଭାବରେ ପରିସ୍କାର କରାଯିବା ଉପରେ ଏବଂ ଏଥିନିମନ୍ତେ ପିଏସଆଇପିଏଲ କିମ୍ବା ସୁଲଭ ଇଣସଫରନେସନାଲ ସଂସ୍ଥାକୁ ନିୟୋଜିତ କରାଯାଇପାରେ ବାଲି ସେ କହିଥିଲେ । ସେହିପରି ଏସସିବିର ନୂତନ ବିଲïିଂରେ ଖୁବ ଶିଘ୍ର ୫୦ଟି ଆଇସିୟୁ ବ୍ୟବସ୍ଥା କରାଯିବ ବୋଲି ରାଜସ୍ୱ ଅୟୁକ୍ତ ଶ୍ରୀ ସାମଲ ପ୍ରକାଶ କରିବା ସହିତ କରୋନା ଓପିଡି ପାଇଁ ଆବଶ୍ୟକ ସିଭିଲ କାର୍ଯ୍ୟ ଓ ଅଚଳ ଲିଫଫ ଗୁଡିକର ମରାମତି ଆଦି କାର୍ଯ୍ୟ ତୁରନ୍ତ ସାରିବାକୁ ପୁର୍ତ ବିଭାଗକୁ ସେ ନିଦ୍ଦେñଶ ଦେଇଛନ୍ତି ।
କ୍ୱାରେଣଫାଇନ ଓ ଆଇସୋଲେସନ ଓାର୍ଡରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ଆବଶ୍ୟକ ବେସିନ ଓ ଅଧିକ ସୋððଚାଳୟ ତିଆରି ନିମନ୍ତେ ଜନସ୍ୱାସ୍ଥା୍ୟ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ବର୍ତମାନ ଚାଲୁଥିବା କରୋନା ଓାର୍ଡକୁ ଅପଗ୍ରେଡ୍‌ କରାଯାଇ ୧୫୦ ଟି ଶଯ୍ୟା ରଖିବା ଏବଂ ସମସ୍ତ ଓପିଡି ଗୁଡିକୁ ସୁବିଧା ଜାଗାକୁ ସ୍ଥାନାନ୍ତର କରିବା ଏବଂ ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ପୁର୍ତବିଭାଗକୁ ଦାୟିତ୍ୱ ଦିଆଯାଇଛି ।
ସେହିପରି ଏସିସିବିରେ ଅଧିକ ସଂଖ୍ୟାରେ ମାସ୍କ ଓ ସାନିଟାଇଜର ମହଜୁଦ ରଖିବା ପାଇଁ ଶ୍ରୀ ସାମଲ ଗୁରତ୍ୱାରୋପ କରିଥିଲେ । ରାଜସ୍ୱ ଆୟୁକ୍ତଙ୍କ ଏହି ପରିଦର୍ଶନ ସମୟରେ ତାଙ୍କ ସହିତ ଜିଲ୍ଲାପାଳ ଭବାନୀ ଶଙ୍କୟ ଚୟନୀ,ସିଏମସି. କମିଶନର ଅନନ୍ୟା ଦାସ ,ଏସସିବିର ଅଧିକ୍ଷକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ଗଡ଼ିବନି ବସ୍‌

ଆଜିଠୁ ଗଡ଼ିବନି ବସ୍‌

Read More...

ସାମାଜିକ ଦୂରତା ନ ମାନିଲେ ଏପ୍ରିଲ ବେଳକୁ  ଇଟାଲୀ-ଇରାନ୍‌ ପାଲଟିବ ଭାରତ

ସାମାଜିକ ଦୂରତା ନ ମାନିଲେ ଏପ୍ରିଲ ବେଳକୁ ଇଟାଲୀ-ଇରାନ୍‌ ପାଲଟିବ ଭାରତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page