ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ, ମୁମୂର୍ଷୁ ଅବସ୍ଥାରେ ପୀଡ଼ିତା ଉଦ୍ଧାର, ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ମୁଖ୍ୟ ଅଭିଯୁକ୍ତ ଗିରଫ

January 21, 2020, ଓଡ଼ିଶା, , Anupambharat News Bureau


ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ,  ମୁମୂର୍ଷୁ ଅବସ୍ଥାରେ ପୀଡ଼ିତା ଉଦ୍ଧାର, ସ୍ୱାସ୍ଥ୍ୟାବସ୍ଥା ଗୁରୁତର,  ମୁଖ୍ୟ ଅଭିଯୁକ୍ତ ଗିରଫ
Anupambharat News Bureau
January 21, 2020

ଯାଜପୁର/ବଡଚଣା,୨୦ା୧୨(ଅନୁପମ ମିଡିଆ): ଜନୈକା ନାବାଳିକାକୁ ଅପହରଣ ପରେ ଚାରି ଦିନ ଧରି ଗଣଦୁଷ୍କର୍ମ ପରେ ପୀଡ଼ିତାକୁ ଅଭିଯୁକ୍ତମାନେ ମୁମୂର୍ଷୁ ଅବସ୍ଥାରେ ଛାଡିଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି ।
ଅଭିଯୋଗ ପାଇ ଧର୍ମଶାଳା ପୋଲିସ ପୀଡିତାକୁî ଉଦ୍ଧାର କରିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାକୁ ଯାଜପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନେଉଳପୁର ପଞ୍ଚାୟତ ମିଲତନଗରର ବିଦ୍ୟାଧର ସାମଲଙ୍କ ପୁଅ ସତ୍ୟନାରାୟଣ ସାମଲ(୨୮) ଗିରଫ କରି ତଦନ୍ତ ଜାରି ରଖିଛି । ସୂଚନା ଯୋଗ୍ୟ ଯେ ଗତ ୧୪ ତାରିଖ ରାତିରେ ନାବାଳିକାକୁ କେହି ଅପହରଣ କରିନେଇଥିବା ତାଙ୍କ ବାପା ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିବା ବେଳେ ୧୮ ତାରିଖ ସନ୍ଧ୍ୟାରେ ଅପହରଣକାରୀମାନେ ନାବାଳିକାର ବାପାକୁ ବାରବାଟୀ ଅଞ୍ଚଳକୁ ଡକାଇଥିଲେ । ସମ୍ପୃକ୍ତ ଅଞ୍ଚଳରୁ ପୀଡ଼ିତାକୁ ଅତିଦୟନୀୟ ଅବସ୍ଥାରେ ତାଙ୍କ ବାପା ଉଦ୍ଧାର କରିଥିଲେ । ପରେ ନାବାଳିକା ନେଇ ତାଙ୍କ ବାପା ଥାନାକୁ ଯାଇଥିଲେ ।
ତେବେ ନାବାଳିକାଟିକୁ ନିଶା ଓòଷଧ କିମ୍ବା ଇନଜେକ୍ସନ ଦିଆଯାଇଥିବାରୁ ସେ କିଛି କହିପାରୁନଥିଲା । ପୋଲିସ ସଙ୍ଗେ ସଙ୍ଗେ ନାବାଳିକାକୁ ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇ ଯାଜପୁର ସିଡବ୍ଳୁସିରେ ହାଜର କରାଇଥିଲେ । ନାବାଳିକାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ସିଡବ୍ଳୁସି ପକ୍ଷରୁ ତାକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସଖୀ ଗୃହକୁ ପଠାଇଦେଇଥିଲେ । ଏବେ ତାର ସ୍ୱାସ୍ଥ୍ୟ ଅବସ୍ଥା
ଭଲ ହେବାରୁ ଧର୍ମଶାଳା ପୋଲିସ ସେଠାରେ ପହଞ୍ଚି ନାବାଳିକାର ୧୬୧ ବୟାନ ରେକର୍ଡ କରିଛି । ପୀଡ଼ିତା ଜଣକୁ ଅଭିଯୁକ୍ତ ସତ୍ୟନାରାୟଣ ଏବଂ ତାର ସହଯୋଗୀମାନେ ଏକ ବୋଲେରୋରେ ଅପହରଣ କରି ନେଇଥିଲେ । ଏହାପରେ ଗୋଟିଏ ଘରେ ରଖି ଦୀର୍ଘ ଚାରି ଦିନ ଧରି ପାଶ୍ୟାବିକ ଅତ୍ୟାଚାର କରିଥିଲେ । ତେବେ ପୀଡ଼ିତାର ଅବସ୍ଥା ସଙ୍ଗୀନ ଆଡ଼କୁ ଗତି କରିଥିବା ଦେଖି ଅପହରଣକାରୀ ତାଙ୍କ ବାପାକୁ ଡାକି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୀଡ଼ିତାର ବୟାନକୁ ଭିତ୍ତି କରି ପୋଲିସ ସତ୍ୟନାରାୟଣ କୁ ଗିରଫ କରିଛି । ତେବେ ଏହି ଘଟଣାରେ ଯେଉଁମାନଙ୍କର ସମ୍ପୃକ୍ତି ଥିବ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ କହିଛନ୍ତି । ଗିରଫ ମୁଖ୍ୟ ଅଭିଯୁକ୍ତ ସତ୍ୟନାରାୟଣ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଚାଲିଯାଇଛିି । ଘଟଣା ଜଣାପଡ଼ିବା ପରେ ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ସ୍ମତିରେଖା ପହୀ ଯାଜପୁର ଯାଇ ପିଡିତାର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଓକ୍ୟାମ୍ପ ଧ୍ୱଂସ  ବିପୁଳ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ

ମାଓକ୍ୟାମ୍ପ ଧ୍ୱଂସ ବିପୁଳ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ

Read More...

କୃଷି ଓଡ଼ିଶା-୨୦୨୦ର ଉଦଘାଟିତ ଚାଷୀ ଓଡ଼ିଶାର ବିକାଶର ସାଥୀ : ମୁଖ୍ୟମନ୍ତ୍ରୀ

କୃଷି ଓଡ଼ିଶା-୨୦୨୦ର ଉଦଘାଟିତ ଚାଷୀ ଓଡ଼ିଶାର ବିକାଶର ସାଥୀ : ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page