ଆଉ ୧୬ ଓଟିଏମ୍‌ ଶ୍ରମିକଙ୍କ ମୃତୁ୍ୟ

January 04, 2020, ଓଡ଼ିଶା, , Anupambharat News Bureau


 ଆଉ ୧୬ ଓଟିଏମ୍‌ ଶ୍ରମିକଙ୍କ ମୃତୁ୍ୟ
Anupambharat News Bureau
January 04, 2020

ଚୌଦ୍ୱାର୪ା୧(ଅନୁପମ ମିଡ଼ିଆ): ଓଟିଏମ୍‌ରେ ଉଇଭିଂ ବିଭାଗରେ କାର୍ଯ୍ୟ କରୁଥିବା ଚାରବାଟିଆ ଲେବର ଟେନାମେଣ୍ଟର ରବୀନ୍ଦ୍ର କୁମାର ପାଲ(୭୫)ଙ୍କର ମୃତ୍ୟୁ ଘଟିଛି । ସେହିପରି ରଙ୍ଗ ବିଭାଗରେ କାର୍ଯ୍ୟକରୁଥିବା ମୁଗ ତିକିରୀ ଗ୍ରାମର ଅରକ୍ଷିତ ରାଉତ,୧୨ ନମ୍ବର ୱାର୍ଡ଼ ଓଟିଏମ୍‌ କଲୋନୀରେ ରହୁଥିବା ଓଟିଏମ୍‌ କର୍ମଚାରୀ ପରିକ୍ଷିତ ସାହୁ(୭୧), ସ୍ପିନିଂ ବିଭାଗରେ କାର୍ଯ୍ୟକରୁଥିବା ନଖର ଗ୍ରାମର ମଙ୍ଗୁଆ ନାୟକ(୫୬), ଓଟିଏମ୍‌ କଲୋନୀରେ ରହୁଥିବା ସ୍ପିନିଂ ବିଭାଗର ଭଗବାନ ମହାନ୍ତି(୭୧), ଜିଗତ ଗ୍ରାମର ଗଜେନ୍ଦ୍ର ବାରିକ(୬୩), ତୁଳା ବିଭାଗର ଜଗତପୁର ଗ୍ରାମର ଗୋଲାକ ବେହେରା, ଗ୍ଲୋରୁମ୍‌ ରେ କାର୍ଯ୍ୟକରୁଥିବା ନଖରା ଗ୍ରାମର ମହେନ୍ଦ୍ର ନାୟକ(୬୦), ତନ୍ତ ବିଭାଗର ବାଣୀପଦା-ଚାଙ୍ଗୁଡ଼ିଆର ନକୁଳ ନାୟକ, ଓଟିଏମ୍‌ କଲେନୀର ଭଗବାନ ରାଉତ(୭୮), ବିଲ ତେରୁଆଁର ବଳରାମ ବେଉରା(୬୨),ସୁଆାଁରିର ରବୀନ୍ଦ୍ର ରାଉତ(୫୫),େୱର ହାଉସରେ କାର୍ଯ୍ୟକରୁଥିବା ବାଉରିବନ୍ଧୁ ସେଠୀ(୬୧),ସ୍ପିନିଂ ବିଭାଗରେ କାର୍ଯ୍ୟ କରୁଥିବା ପାଇକରାପୁର ଗ୍ରାମର ଉପେନ୍ଦ୍ର ସାହୁ(୭୦),ରଙ୍ଗ ବିଭାଗରେ କାର୍ଯ୍ୟକରୁଥିବା ଓଟିଏମ୍‌ ଷ୍ଟାଫ କଲୋନୀର ମାନଗୋବିନ୍ଦ ବଳ(୭୨), ଜଳ ବିଭାଗରେ କାର୍ଯ୍ୟକରୁଥିବା ୪ନମ୍ବର ୱାର୍ଡ଼ର ଶରତ ଚନ୍ଦ୍ର ନାୟକଙ୍କର ମୃତ୍ୟୁ ଘଟିଛି । ଏମାନଙ୍କୁ ମିଶାଇ ଓଟିଏମ୍‌ ଶ୍ରମିକ ଓ କର୍ମଚାରୀଙ୍କ ମୃତ୍ୟୁସଂଖ୍ୟା ୬୦୮ରେ ପହଞ୍ଚିଲା ।ଓଟିଏମ୍‌ ବନ୍ଦ ହେବାକୁ ୨୦ ବର୍ଷ ହୋଇଥିଲେହେଁ ବନ୍ଦ ଓଟିଏମ୍‌ର ଶ୍ରମିକ ଓ କର୍ମଚାରୀ ମାନେ ସେମାନଙ୍କ ବକେୟା ପାଉଣା ନପାଇ ଭୋକ ଓପାସରେ ପିଲା କବିଲାଙ୍କୁ ଧରି ଦୟନୀୟ ଜୀବନ ବିତାଉଛନ୍ତି ।ପାଉଣାକୁ ଅପେକ୍ଷା କରିକରି ୫୮୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୭ଜଣ ଆତ୍ମହତ୍ୟା କରଛନ୍ତି ।ତେବେ ସେମାନଙ୍କ ପରିସ୍ଥିତିକୁ ହୃଦୟଙ୍ଗମ କରି ସରକାର ସେମାନଙ୍କ ବକେୟା ପାଉଣା ପ୍ରଦାନ କରିବାକୁ ଶଅମିକ ମାନଙ୍କ ତରଫରୁ ନିବେଦନ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହିଳାଙ୍କୁ ଅପହରଣ କରି ବଳାତ୍କାର, ଅଭିଯୁକ୍ତ ଗିରଫ

ମହିଳାଙ୍କୁ ଅପହରଣ କରି ବଳାତ୍କାର, ଅଭିଯୁକ୍ତ ଗିରଫ

Read More...

ବଦଳି ପାରନ୍ତି ପୋଲିସ କମିଶନର!

ବଦଳି ପାରନ୍ତି ପୋଲିସ କମିଶନର!

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page