ପୋଲିସ ଇନଫର୍ମର ସନ୍ଦେହ ଜଣକୁ ଗୁଳିକରି ହତ୍ୟା କଲେ ମାଓବାଦୀ

January 03, 2020, ଓଡ଼ିଶା, , Anupambharat News Bureau


ପୋଲିସ ଇନଫର୍ମର ସନ୍ଦେହ  ଜଣକୁ ଗୁଳିକରି ହତ୍ୟା କଲେ ମାଓବାଦୀ
Anupambharat News Bureau
January 03, 2020

ଫୁଲବାଣୀ/କ.ନୂଆଗାଁ, ୩ା୧(ଅନୁପମମିଡ଼ିଆ): କନ୍ଧମାଳରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । କିଛିଦିନର ନୀରବତା ପରେ ପୁଣି ରକ୍ତମୁଖା ହୋଇ ଉଠିଛନ୍ତି ମାଓବାଦୀ । ଗୁରୁବାର ରାତି ୯ଟାରେ ପୋଲିସ ଇନଫର୍ମର ସନ୍ଦେହରେ ୧୦ରୁ ୧୫ ସଶସ୍ତ୍ର ଲାଲବାହିନୀ ଘରୁ ଘୋଷାରି ନେଇ ସ୍ତ୍ରୀ ଓ ପିଲାଙ୍କ ସମ୍ମୁଖରେ ରଞ୍ଜନ ଦିଗାଲ ନାମକ ଜଣେ ଯୁବକଙ୍କୁ ନିସ୍ତୁକ ମାଡମାରିବା ପରେ ଗୁଳିକରି ନିର୍ମମ ଭାବେ ହତ୍ୟା କରିଛନ୍ତି ।
ମୃତଦେହକୁ ନିକଟସ୍ଥ ସ୍କୁଲ ସାମ୍ନାରେ ଫୋପାଡି ଦେଇ ଫେରାର ହୋଇଯାଇଛନ୍ତି । ମୃତକଙ୍କ ନିକଟରେ ମାଓବାଦୀ ମାନେ ପୋଷ୍ଟର ମଧ୍ୟ ଛାଡିଯାଇଛନ୍ତି । ଏଥିରେ କେକେବିଏନ ମାଓ ସଂଗଠନ ବୋଲି ଉଲ୍ଲେଖ ରହିଛି । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅର୍ନ୍ତଗତ ଲେତିଙ୍ଗିଆ ନିକଟସ୍ଥ ବୁର୍ଦ୍ଦାମାହା ଗାଁରେ । ଗ୍ରାମର ଅଙ୍ଗନୱାଡି କର୍ମୀଙ୍କ ସ୍ୱାମୀ ରଞ୍ଜନ ପରିବାର ସହ ଘରେ ରହିଥିଲା । ଗୁରୁବାର ରାତିରେ ସଶସ୍ତ୍ର ମାଓବାଦୀମାନେ ସେଠାରେ ପହଞ୍ଚି ତାଙ୍କୁ ଡାକିଥିଲେ । ତେବେ ରଞ୍ଜନ ଘରୁ ବାହାରନଥିଲା । ଏହାପରେ ମାଓବାଦୀମାନେ କବାଟ ଭାଙ୍ଗି ରଞ୍ଜନକୁ ଘରୁ ଘୋଷାରି
ଘୋଷାରି ପଦାକୁ ନେଇଥିଲେ । ଏହାପରେ ପରିବାର ସଦସ୍ୟଙ୍କ ଆଗରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ମୃତ ରଞ୍ଜନଙ୍କ ଘର ବାଲିଗୁଡା ଥାନା ଅର୍ନ୍ତଗତ ରେବିଙ୍ଗିଆ ପଞ୍ଚାୟତର ମାର୍ଦ୍ଦୁଳି ଗାଁରେ । ତେବେ ମାଓବାଦୀଙ୍କ ଟାର୍ଗେଟରେ ରହିଥିବାରୁ ସେ ଗତ କିଛି ବର୍ଷ ହେଲା ଶ୍ୱଶୁର ଘରେ ରହି ଆସୁଥିଲେ । ମାଓବାଦୀଙ୍କ ଏଭଳିି କାଣ୍ଡ ପରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ଏହାପୂର୍ବରୁ ମାଓବାଦୀ ମାନେ ଟିକିରିପଡା ଅଞ୍ଚଳରେ ମଧ୍ୟ ଅଙ୍ଗନବାଡି କର୍ମୀଙ୍କ ସ୍ୱାମୀଙ୍କୁ ପୋଲିସ ଇନଫର୍ମର ଭାବେ ନିର୍ମମ ଭାବେ ହତ୍ୟା କରିଥିଲେ ଓ ମିଙ୍ଗୁନପଦର ଅଂଚଳରେ ଜଣେ ଠିକାଦାରଙ୍କୁ ମଧ୍ୟ ଗୁଳିକରି ହତ୍ୟା କରିଥିଲେ । ସେହିପରି
ନିର୍ବାଚନ ସମୟରେ ୨ଟି ପୁଲିଂ ପାର୍ଟି ଗାଡି ପୋଡିବା ସହ ପାହିରାଜୁ ଅଞ୍ଚଳରେ ମହିଳା ପୁଲିଂ କର୍ମଚାରୀଙ୍କୁ ଗୁଳିକରି ହତ୍ୟା କରିଥିଲେ । ଗତ ଏକବର୍ଷ ମଧ୍ୟରେ ମାଓବାଦୀ ମାନେ ୪ଟି ହତ୍ୟାକାଣ୍ଡ ଘଟାଇ ସାରିଲେଣି । ପୋଲିସର କମ୍ବିଂ ଅପରେସନ ଠିକ୍‌ ଭାବେ ହେଉନଥିବାରୁ ମାଓବାଦୀଙ୍କ ଦବଦବା ବଢିବାରେ ଲାଗିଛି । ବିଜିଏନ ମାଓ ସଂଗଠନର ଜଣେ ମହିଳା ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିବାର ଦୁଇଦିନ ନପୁରୁଣୁ ମାଓବାଦୀ ମାନେ ପ୍ରତିକ୍ରିୟାଶୀଳ ହୋଇ ଏଭଳି ବର୍ବର କାଣ୍ଡ ଘଟାଇ ଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭିଜାଇଲା ବର୍ଷା : ୫ରୁ ଲେଉଟିବ ଶୀତ କୋହଲା ପାଗ, ଜୀବନ ଯାତ୍ରା ପ୍ରଭାବିତ

ଭିଜାଇଲା ବର୍ଷା : ୫ରୁ ଲେଉଟିବ ଶୀତ କୋହଲା ପାଗ, ଜୀବନ ଯାତ୍ରା ପ୍ରଭାବିତ

Read More...

ଆମେରିକାରର ଆକ୍ରମଣରେ ଇରାନ୍‌ ଜେନେରାଲ୍‌୍‌ ନିହତ

ଆମେରିକାରର ଆକ୍ରମଣରେ ଇରାନ୍‌ ଜେନେରାଲ୍‌୍‌ ନିହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page