ଦଂଶିଥିବା ଥିବା ସାପକୁ ଧରି ଡାକ୍ତରଖାନା ଆସିଲେ ଯୁବକ

May 15, 2019, ଓଡ଼ିଶା, , Anupambharat News Bureau


 ଦଂଶିଥିବା ଥିବା ସାପକୁ ଧରି ଡାକ୍ତରଖାନା ଆସିଲେ ଯୁବକ
Anupambharat News Bureau
May 15, 2019

ମାଲକାନଗିରି, ୧୫ା୫ (ଅନୁପମ ମିଡିଆ): ମାଲକାନଗିରି ଡାକ୍ତରଖାନାରେ ମଙ୍ଗଳବାର ରାତିରେ ଜଣେ ଯୁବକଙ୍କ ଅଦ୍ଭୁତ କାଣ୍ଡ ଉପସ୍ଥିତ ସମସ୍ତଙ୍କୁ ଆତଙ୍କିତ କରିଛି । ସାପ କାମୁଡିଲା ବୋଲି ସେଇ ସାପକୁ ଧରି ଯୁବକ ଜଣଙ୍କ ଡାକ୍ତରଖାନାରେ ପହଞ୍ଚିବା ପରେ କର୍ମଚାରୀ ଓ ରୋଗୀଙ୍କ ମଧ୍ୟରେ ଖେଳାଇ ଦେଇଥିଲା ଭୟର ଆତଙ୍କ । ମାଲକାନଗିରି ଜିଲା ଏମ୍ଭି-୬୩ ଗ୍ରାମର ପାର୍ଥ ସରକାର ମଙ୍ଗଳବାର ରାତିରେ ପାର୍ଥ ଘରେ ଥିବାବେଳେ ତାଙ୍କୁ ଏକ ସାପ କାମୁଡ଼ିଥିଲା । ଅନ୍ଧାର ହୋଇଥିବାରୁ କେଉଁ ସାପ କାମୁଡିଥିଲା ସେ ଜାଣି ପାରି ନ ଥିଲେ । ଅତି ଚତୁରତାର ସହ ପାର୍ଥ ସାପଟିକୁ କାବୁ କରିବା ସହ କାମୁଡ଼ି ଥିବା ସ୍ଥାନରେ ଗାମୁଛା ବାନ୍ଧି ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଥିଲେ । ଯୁବକଙ୍କ ସହ ସାପଟିକୁ ଦେଖି ଡାକ୍ତର ଓ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯିବା ସହ ସେଠାରେ କିଛି ସମୟ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ସାପଟି ଜୀବିତ ବୋଲି ପାର୍ଥ ଡାକ୍ତରଙ୍କୁ କହିଥିଲେ ।ଏହା ପରେ ସାପଟିକୁ ଡାକ୍ତରଖାନା ନିକଟସ୍ଥ ବଣରେ ଛଡ଼ା ଯାଇଥିଲା । ଯୁବକ ଜଣଙ୍କ ସାପଟିକୁ ଛାଡିବା ପରେ ତୁରନ୍ତ ତାଙ୍କ ଚିକତ୍ସା ଆରମ୍ଭ କରାଯାଇଥିଲା ।ପାର୍ଥଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବାରୁ ତାଙ୍କୁ ବୁଧବାର ଡାକ୍ତରଖାନାରୁ ଛଡ଼ାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୁଡ଼ି ଯାଉଛି ମାଟି କାରିଗରୀଙ୍କ କୌଳିକ ବୃତ୍ତି

ବୁଡ଼ି ଯାଉଛି ମାଟି କାରିଗରୀଙ୍କ କୌଳିକ ବୃତ୍ତି

Read More...

ମହାନଦୀରୁ ମିଳିଲା ନିଖୋଜ ଦୁଇ କଲେଜ ଛାତ୍ରଙ୍କ ମୃତଦେହ

ମହାନଦୀରୁ ମିଳିଲା ନିଖୋଜ ଦୁଇ କଲେଜ ଛାତ୍ରଙ୍କ ମୃତଦେହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page