ତୀବ୍ର ହେଲା ଆମେରିକା-ଇରାନ ବିବାଦ

January 03, 2020, ବିଦେଶ, , Anupambharat News Bureau


ତୀବ୍ର ହେଲା ଆମେରିକା-ଇରାନ ବିବାଦ
Anupambharat News Bureau
January 03, 2020

ୱାସିଂଟନ୍‌: ଆମେରିକା ସେନାର ଏୟାର ଷ୍ଟ୍ରାଇକରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କର ମୃତ୍ୟୁ ଘଟିଛି । ଇରାକର ବାଗଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଯାଉଥିବା ବେଳେ ଆମେରିକା ସେନା ଏୟାର ଷ୍ଟ୍ରାଇକ କରିବାରୁ ତାଙ୍କର ମୃତ୍ୟୁ ଘଟିଛି ।
ସୁଲେମାନୀ ନିଜର ପ୍ରୋଟୋକଲ ସହିତ ବିମାନବନ୍ଦରକୁ ଯାଉଥିବାବେଳେ ଆମେରିକା ଏହି ଦୁଃସାହାସିକ ପଦକ୍ଷେପ ଗ୍ରହଣ କରିଛି । ଏଥିରେ ସୁଲେମାନୀଙ୍କ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଇରାକର ପପୁଲାର ମୋବିଲାଇଜେସନ ଫୋର୍ସର ଡେପୁଟି କମାଣ୍ଡର ଆବୁ ମେହଦି ଅଲ ମୁହାଁନ୍ଦିସର ମଧ୍ୟ ରହିଛନ୍ତି ।
ଏଭଳି ଆକ୍ରମଣ ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପଙ୍କ ନିର୍ଦ୍ଦେଶ କ୍ରମେ ହୋଇଛି ବୋଲି ପେଣ୍ଟାଗନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟପଟେ ଆମେରିକାର ଏଭଳି ପଦକ୍ଷେପକୁ ଇରାନ ନାପସନ୍ଦ କରିଛି । ଆମେରିକାର ଏଭଳି କାମ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ସମାନ ବୋଲି ଇରାନର ବୈଦେଶିକ ମନ୍ତ୍ରୀ ଜୱାଦ ଜରିଫ କହିଛନ୍ତି ।
ଆଗାମୀ ଦିନରେ ଆମେରିକାକୁ ଏହାର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ସେ ଚେତାବନୀ ଦେଇଛନ୍ତି । ତେବେ ଆମେରିକା କାହିଁକି ଇରାନର ମେଜର ଜେନେରାଲଙ୍କ ଉପରେ ଆକ୍ରମଣ କରିଛି ତାହା ଏକ ବଡ଼ ପ୍ରଶ୍ନ । ମେଜର ଜେନେରାଲ କସିମ ସୁଲେମାନୀ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ।
ବିଦେଶରେ ଇରାନର ସମସ୍ତ ଗତିବିଧି ଉପରେ ନଜର ରଖୁଥିବା କଦସ ଫୋର୍ସର ମୁଖିଆ ଥିଲେ ସୁଲେମାନୀ । ପଶ୍ଚିମ ଏସିଆରେ ଇରାନ ଦ୍ୱାରା ନିଆଯାଉଥିବା ସମସ୍ତ ନିଷ୍ପତ୍ତି ସୁଲେମାନୀ ହିଁ ନେଉଥିଲେ । ଆମେରିକା ସୁଲେମାନୀଙ୍କୁ ଜଣେ ପ୍ରମୁଖ ଶତ୍ରୁ ଭାବରେ ଟାର୍ଗେଟ କରିଥିଲା । ଏଥିପାଇଁ ଆମେରିକା ସେନା ଓ ଗୁଇନ୍ଦା ଦୀର୍ଘ ଦିନ ହେବ ସୁଲେମାନୀଙ୍କ ପଛରେ ପଡ଼ିଥିଲା । ଇରାକର କିଛି ଜାଗା ଇରାନ ଅଧୀନରେ ରହିଛି । ଏହି ଜାଗାର ପରିଚାଳନା ଦାୟିତ୍ୱରେ ଥିଲେ ସୁଲେମାନୀ । ବାଗଦାଦକୁ ଇସଲାମିକ ଷ୍ଟେଟର ଆତଙ୍କୀଙ୍କ ପାଖରୁ ସୁରକ୍ଷା ଦେବା ପାଇଁ ସୁଲେମାନୀଙ୍କ ନେତୃତ୍ୱରେ ଇରାନ ସମର୍ଥକ ଏକ ସଶସ୍ତ୍ର ଫୋର୍ସ ଗଠନ କରିଥିଲେ ।
ଯାହାର ନାମ ଥିଲା ପପୁଲାର ମୋବିଲାଇଜେସନ ଫୋର୍ସ । ୧୯୮୦ରେ ଇରାନ ଏବଂ ଇରାକ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏଥିରେ ଆମେରିକାର ମଧ୍ୟ ଭୂମିକା ଥିଲା । ଏହି ଯୁଦ୍ଧରେ ଆମେରିକା ଇରାକର ତାନାଶାହ ସଦ୍ଦାମ ହୁସେନଙ୍କୁ ସହଯୋଗ କରିଥିଲା । ଇରାକ ଏବଂ ସିରିଆରେ ଇସଲାମିକ ଷ୍ଟେଟ ଭଳି ଆତଙ୍କବାଦୀ ସଂଗଠନ ସହିତ ମୁକାବିଲା କରିବା ପାଇଁ ସୁଲେମାନୀ ମାନବ ସମ୍ବଳ ପାଖରୁ ଆରମ୍ଭ କରି ଅସ୍ତ୍ରଶସ୍ତ୍ର ଯୋଗାଡ଼ କରୁଥିଲେ । ଇରାକରେ ଇରାନ ସମର୍ଥକ ରହି ପପୁଲାର ମୋବିଲାଇଜେଶନ ଫୋର୍ସ ତିଆରି କରୁଥିଲେ ।
ଏବେ ସୁଲେମାନୀଙ୍କ ମୃତ୍ୟୁ ପରେ ଏହି ସଂଗଠନକୁ ଏକ ବଡ଼ ଝଟକା ଲାଗିଛି । ସୁଲେମାନୀ ହିଜବୁଲ, ଫିଲିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନକୁ ମଧ୍ୟ ସମର୍ଥନ କରୁଥିଲେ । ଏମିତିକି ସିରିଆର ବଶର ଅଲ-ଅସଦ ସରକାରର ସମର୍ଥନ ସୁଲେମାନୀଙ୍କ ସମର୍ଥନରେ ଥିଲା । ନିକଟରେ ଇରାକର ବାଗଦାଦରେ ଥିବା ଆମେରିକାର ଦୂତବାସ ଉପରକୁ ଇରାନ ମିଲିଶିଆ ସମର୍ଥନରେ ଆକ୍ରମଣ କରିଥିଲା ।
ତେଣୁ ଆମେରିକା ଏଭଳି ଆକ୍ରମଣ କରିଛି ବୋଲି ଆଲୋଚନା ହେଉଛି । ସେତେବେଳେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏମ୍ପୟର କହିଥିଲେ, ଏବେ ସ୍ଥିତି ବଦଳିଯାଇଛି । ଆମେରିକା ଏୟାର ଷ୍ଟ୍ରାଇକ୍‌ରେ ଇରାନ କୁର୍ଦ ସେନାର ମେଜର ଜେନେରାଲ କସିମ ସୁଲେମାନୀଙ୍କ ମୃତ୍ୟୁ ଘଟିଛି । ଏବେ ଏହାର ପ୍ରତିଶୋଧ ନେବାକୁ ଇରାନ ପଣ କରିଛି । ଆମେରିକା କରିଥିବା ଭୁଲର ପରିଣତି ଭୟଙ୍କର ହେବ ବୋଲି ଇରାନ ପକ୍ଷରୁ କୁହାଯାଇଛି ।
ଇରାନର ସୁପ୍ରିମ ଲିଡର ଅୟୋତୋଲ୍ଲା ଅଲୀ ଖାମେନେଇ ଆମେରିକା ଉପରେ ଭୟଙ୍କର ଢଙ୍ଗରେ ପ୍ରତିଶୋଧ ନିଆଯିବ ବୋଲି କହିଛନ୍ତି । ସେ କହିଛନ୍ତି, ଏବେ ଦୁଇଗଣ ଭାବେ ସମସ୍ତଙ୍କୁ ନେଇ ଆକ୍ରମଣ କରାଯିବ । ଆମେ ଜାଣିଛୁ, ଆମେ ନିଶ୍ଚିତ ବିଜୟୀ ହେବୁଛ ଏବେ ଜେନେରାଲଙ୍କ ମୃତ୍ୟୁରେ ସମସ୍ତେ ୩ ଦିନିକିଆ ଶୋକ ପାଳନ କରିବେ । ଇରାନ ରାଷ୍ଟ୍ରପତି ହାସନ ରୋହାନୀ କହିଛନ୍ତି, ଏଭଳି ଘଟଣା ଇରାନ ଓ ଆମେରିକା ମଧ୍ୟରେ ତିକ୍ତତାକୁ ଆହୁରି ବଢ଼ାଇଛି । ଇରାନର ରେଭ୍ୟୁଲେସନାରୀ ଗାର୍ଡ ପକ୍ଷରୁ କୁହାଯାଇଛି ଯେ ସମସ୍ତ ମୁସଲିମ ୱାର୍ଲïରେ ଥିବା ଆମେରିକା ବିରୋଧୀ ଫୋର୍ସ ଗୁଡ଼ିକ ଏବେ ପ୍ରତିଶୋଧ ନେବାକୁ ଉଦ୍ୟମ କରିବେ ।
ଏସବୁକୁ ଦୃଷ୍ଟିରେ ରଖି ଆମେରିକା ଓ ଇସ୍ରାଏଲରେ ହାଇଆଲର୍ଟ ଜାରି କରାଯାଇଛି । କାରଣ ସୁଲେମାନୀଙ୍କ ପକ୍ଷରୁ ଇସ୍ରାଏଲକୁ ମଧ୍ୟ ବିପଦ ରହିଥିଲା । ଇସ୍ରାଏଲ ତାଙ୍କୁ ଖତମ କରିବାକୁ ମଧ୍ୟ ଅନେକ ଥର ଉଦ୍ୟମ କରିଛି । ଉଲ୍ଲେଖଥାଉକି, ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଇରାକରେ ଆମେରିକା ଏୟାର ଷ୍ଟ୍ରାଇକ କରିଛି ।
ଗତକାଲି ବିଳମ୍ବିତ ରାତିରେ ଆମେରିକା ସେନା ଅତର୍କିତ ଭାବରେ ଇରାକରେ ଏହି ଏୟାର ଷ୍ଟ୍ରାଇକ କରିଛି । ଏଥିରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କର ମୃତ୍ୟୁ ହୋଇଛି । ଏ ନେଇ ଟ୍ରମ୍ପ ଆମେରିକାର ଜାତୀୟ ପତାକାକୁ ଟୁଇଟ୍‌ କରି ତାଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ ହୋଇଥିବା ସେ ଇଙ୍ଗୀତ କରିଛନ୍ତି । ସୁଲେମାନ ଇରାକର ବାଗଦାଦ ବିମାନ ବନ୍ଦର ନିକଟକୁ ନିଜର ପ୍ରଟୋକଲ ସହିତ ଯାଉଥିବା ବେଳେ ଆମେରିକା ହଠାତ୍‌ ଏୟାର ଷ୍ଟ୍ରାଇକ୍‌ କରିଥିଲା । ଏଥିରେ ସୁଲେମାନଙ୍କ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏ ନେଇ ଇରାନର ସରକାରୀ ଟିଭି ଚ୍ୟାନେଲ ସ୍ପଷ୍ଟ କରିଛି । ମୃତକଙ୍କ ମଧ୍ୟରେ ଇରାକର ପପୁଲାର ମୋବଲାଇଜେଶନ ଫୋର୍ସର ଡେପୁଟି କମାଣ୍ଡର ଅବୁ ମେହଦି ଅଲ ମୁହାଁନ୍ଦିସର ମଧ୍ୟ ମୃତ୍ୟୁ ଘଟିଛି । ନିକଟରେ ବାଗଦାଦରେ ଥିବା ଆମେରିକାର ଦୂତବାସ ଉପରକୁ ଇରାନ ମିଲିଶିଆ ସମର୍ଥନରେ ଆକ୍ରମଣ କରିଥିଲା । ତେଣୁ ଆମେରିକା ଏଭଳି ଆକ୍ରମଣ କରିଛି ବୋଲି ଆଲୋଚନା ହେଉଛି । ଅନ୍ୟପଟେ ଆମେରିକାର ଏଭଳି ପଦକ୍ଷେପକୁ ଇରାନ ନାପସନ୍ଦ କରିଛି । ଆମେରିକାର ଏଭଳି କାମ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ସମାନ ବୋଲି ଇରାନର ବୈଦେଶିକ ମନ୍ତ୍ରୀ ଜୱାଦ ଜରିଫ କହିଛନ୍ତି । ଆଗାମୀ ଦିନରେ ଆମେରିକାକୁ ଏହାର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ସେ ଚେତାବନୀ ଦେଇଛନ୍ତି । ସୁଲେମାନୀ ପଶ୍ଚିମ ଏସିଆର ଇରାନର ସମସ୍ତ ଗତିବିଧି ଉପରେ ନଜର ରଖୁଥିଲା । ପଶ୍ଚିମ ଏସିଆରେ ଇରାନର ସମସ୍ତ ପଦକ୍ଷେପ ବାବଦରେ ସୁଲେମାନୀ ହିଁ ରଣନୀତି ପ୍ରସ୍ତୁତ କରୁଥିୁଲା । ସୁଲେମାନୀ ସିରିଆ ଏବଂ ଇସ୍ରାଏଲରେ ରକେଟ ସାହାଯ୍ୟରେ ଆକ୍ରମଣ କରିଥିବାର ଅଭିଯୋଗ ରହିଛି । ଦୀର୍ଘଦିନ ହେବ ଆମେରିକା ସୁଲେମାନୀକୁ ଖୋଜୁଥିଲା । ଆମେରିକାର ଏଭଳି ପଦକ୍ଷେପ ଆଗାମୀ ଦିନରେ ପଶ୍ଚିମ ଏସିଆରେ ସ୍ଥିତି ଜଟିଳ କରିପାରେ ।
ଆଗାମୀ ଦିନରେ ଆମେରିକାକୁ ଏହାର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ସେ ଚେତାବନୀ ଦେଇଛନ୍ତି । ତେବେ ଆମେରିକା କାହିଁକି ଇରାନର ମେଜର ଜେନେରାଲଙ୍କ ଉପରେ ଆକ୍ରମଣ କରିଛି ତାହା ଏକ ବଡ଼ ପ୍ରଶ୍ନ ବୋଲି ଏବେ ଆମେରିକା ଉପରେ ଚାପ ପଡିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟିକ୍‌ ଟକ୍‌ ଷ୍ଟାର୍‌ ସେକ୍ସ ସ୍କାଣ୍ଡାଲରେ ଫସିଲେ ଇମ୍ରାନ ସରକାର

ଟିକ୍‌ ଟକ୍‌ ଷ୍ଟାର୍‌ ସେକ୍ସ ସ୍କାଣ୍ଡାଲରେ ଫସିଲେ ଇମ୍ରାନ ସରକାର

Read More...

କୁଖ୍ୟାତ ଅପରାଧୀ ସକିଲର ଆଉ ଜଣେ ପ୍ରେମିକା ଗିରଫ

କୁଖ୍ୟାତ ଅପରାଧୀ ସକିଲର ଆଉ ଜଣେ ପ୍ରେମିକା ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page