ଭଦ୍ରକରେ ବସ୍‌-ଟ୍ରକ୍‌ ମୁହାମୁହିଁ ଧMା, ଦୁଇ ମୃତ, ୧୦ ଗୁରୁତର

January 03, 2020, ଓଡ଼ିଶା, , Anupambharat News Bureau


ଭଦ୍ରକରେ ବସ୍‌-ଟ୍ରକ୍‌ ମୁହାମୁହିଁ ଧMା, ଦୁଇ ମୃତ, ୧୦ ଗୁରୁତର
Anupambharat News Bureau
January 03, 2020

ଭଦ୍ରକ, ୩ା୧ (ଅନୁପମ ମିଡିଆ):ଆଜି ଭୋର୍‌ ପ୍ରାୟ ୩ଟା ସମୟରେ ଭଦ୍ରକ ସହରର ବନ୍ତଛକ ଓଭରବ୍ରିଜ୍‌ ଠାରେ ଏକ ଘରୋଇ ବସ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାମୁହିଁ ଧMା ହେବା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତୁ୍ୟ ହୋଇଛି । ଏବଂ ୨୮ ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବାବେଳେ ୧୦ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣା ଫଳରେ ଦୀର୍ଘ ସମୟ ଧରି ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା । ପରେ କ୍ରେନ୍‌ ଯୋଗେ ଦୁଇ ଗାଡିକୁ ସ୍ଥାନାନ୍ତର କରାଯିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଧାମନଗରର ମୁଜାହିଦ୍‌-ଏ-ମିଲ୍ଲତ ର:ଅ: ଙ୍କ ୪୦ତମ ବାର୍ଷିକ ଉର୍ସି ଉସିବରୁ ଉପହାର ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ଧରି ଝିପି ଝିପି ବର୍ଷାରେ ଭଦ୍ରକ ଫେରୁଥିବାବେଳେ ବନ୍ତଛକ ଓଭରବ୍ରିଜ୍‌ ଉପରେ ମୁହାଁମୁହିଁ ଧMା ହୋଇଥିଲା । ଏହି ଦୁର୍ଘଟଣା ସମୟରେ ଅନ୍ଧାର ରହିଥିବାରୁ ଯାତ୍ରୀମାନେ ଗାଡି ମଧ୍ୟରୁ ବାହାରକୁ ବାହାରି ପାରିନଥିଲେ । ଖବର ପାଇ ଜିଲା ପୁଲିସ୍‌ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଧାମନଗର, ଭଣ୍ଡାରିପୋଖରୀ ଓ ଭଦ୍ରକରୁ ଦମକଳ ବାହିନୀ ଓ ଆମ୍ବୁଲାନ୍ସ ମଗାଇ କଟର ଯୋଗେ ବସ୍‌ଟିକୁ କାଟି ମୃତାହତ ଯାତ୍ରୀଙ୍କୁ ବାହାରକୁ କାଢିଥିଲେ । ତେବେ ଦୀର୍ଘ ୩ ଘଣ୍ଟାର ଉଦ୍ୟମ ପରେ ସମସ୍ତ ଯାତ୍ରୀ ଓ ଦୁଇ ଗାଡି ଚାଳକଙ୍କୁ ଉଦ୍ଧାର କରାଯାଇଥିଲା । ମିଳିଥିବା ସୂଚନା ମୂଳେ ଧାମନଗରର ଐତିହାସିକ ଉର୍ସି ପର୍ବରେ ଦୂର ଦୂରାନ୍ତରୁ ବହୁ ଯାତ୍ରୀ ସାମିଲ ହୋଇଥିବାବେଳେ ବାହାର ରାଜ୍ୟର କିଛି ଯାତ୍ରୀ ମଧ୍ୟ ଦୁର୍ଘଟଣାଗ୍ରସ୍ତ ବସ୍‌ରେ ରହିଥିଲେ । ଏହି ବସ୍‌ଟି ବାସୁଦେବପୁର ଅଭିମୁଖେ ଯାଉଥିବାବେଳେ କିଛି ଯାତ୍ରୀ ଚରମ୍ପା ଷ୍ଟେସନରେ ଓହ୍ଲାଇଥାନ୍ତେ ବୋଲି ଜଣାଯାଇଛି । ଉକ୍ତ ବସ୍‌ଟି ଅଧଘଣ୍ଟାର ଯାତ୍ରା କରିବା ପରେ ରାତି ପ୍ରାୟ ୩ଟା ସମୟରେ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବାରୁ ଗୋଟିଏ ରୁଟ୍‌ରେ ଟ୍ରକ୍‌ଟି ବିପରୀତ ଦିଗରୁ ଆସୁଥିବାବେଳେ ମୁହାଁମୁହିଁ ଧMା ହୋଇଥିଲା । ମୃତକ ଦୁଇଜଣ ହେଲେ ଭଦ୍ରକ ସହରର ପୁରୁଣାବଜାର ଥାନା ଅଧୀନସ୍ଥ ମିର୍ଜାପୁରର ସେକ୍‌ ଜଫିରୁଦ୍ଦିନ୍‌ଙ୍କ ପୁତ୍ର ସେକ୍‌ ନିଜାମୁଦ୍ଦିନ୍‌ (୩୨) ଓ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟନମ୍‌ ସ୍ଥିତ ଶିବାଜୀ ପାଲମ୍‌ ଅଂଚଳର  ସୟଦ ଦସ୍ତଗିରି ସାହେବଙ୍କ ପୁତ୍ର ସୟଦ କାଦ୍ରୀସିବାସା । ଆହତ ଓ ଗୁରୁତରଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ୮ ରୁ ଉର୍ଦ୍ଧ୍ୱ ମହିଳା ଥିବାର ଜଣାପଡିଛି । କଟକ ସ୍ଥାନାନ୍ତର ହୋଇଥିବା ଗୁରୁତରଙ୍କ ମଧ୍ୟରେ ବାଲେଶ୍ୱର ଜିଲା ସୋରୋର ସେକ୍‌ ସବିର (୨୩) ଓ ସେକ୍‌ ରାଜା (୨୦), କୋଲକାତାର ଜ୍ୟୋତି ତଡପଦାର (୨୬), କଟକର ଏମ୍‌ଡି ଜବିର (୩୨), ଜଗତସିଂପୁରର ଜାଲିଲ୍‌ ଖାନ୍‌ (୬୫) ଓ ଆବାସ ଅଲ୍ଲୀ ଖାନ୍‌ (୬୫), ବିଶାଖାପାଟନମ୍‌ର ଇର୍ଛୁରସିଦ୍‌ (୪୪) ଓ ସାହେଦ୍‌ ଖାନ୍‌ (୩୩) ରହିଛନ୍ତି । ଏହି ଦୁର୍ଘଟଣାର ଖବର ପାଇ ଭଦ୍ରକ ଜିଲାପାଳ ଜ୍ଞାନ ଦାସ, ଉପଜିଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ, ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ସମସ୍ତ ଆହତ ଓ ଗୁରୁତରଙ୍କୁ ରେଡ୍‌କ୍ରସ୍‌ ପକ୍ଷରୁ ସହାୟତା ଯୋଗାଇ ଦିଆଯିବା ସହ ସମସ୍ତ ଚିକିସିା ଖର୍ଚ୍ଚ ସରକାର ବହନ କରିବେ ବୋଲି ସୂଚନା ଦେଇଥିଲେ । ପରବର୍ତ୍ତୀ ସମୟରେ ଭଦ୍ରକର ମୃତ ସେକ୍‌ ନିଜାମୁଦ୍ଦିନ୍‌ଙ୍କ ପରିବାର ଓ ଆତ୍ମୀୟମାନେ ୫ ଲକ୍ଷ ଟଙ୍କା ସହାୟତା ଦାବିରେ ମୃତଦେହକୁ ଡାକ୍ତରଖାନା ସମ୍ମୁଖରେ ରଖି ରାସ୍ତା ଅବରୋଧ କରିଥିଲେ । ତେବେ ଜିଲା ଯୋଜନା ବୋର୍ଡ ବୈଠକରେ ଯୋଗଦେଇଥିବା ଜିଲାପାଳ ଓ ଭଦ୍ରକ ବିଧାୟକ ଖବର ପାଇ ସେଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣwିରୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣର ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୧ ତାରିଖ ଯାଏ ପର୍ଯ୍ୟଟନଙ୍କୁ ସାତକୋଶିଆ ମନା n ଆଜିଠୁ ପକ୍ଷୀ, ୯ରୁ କୁମ୍ଭୀର ଗଣନା

୧୧ ତାରିଖ ଯାଏ ପର୍ଯ୍ୟଟନଙ୍କୁ ସାତକୋଶିଆ ମନା n ଆଜିଠୁ ପକ୍ଷୀ, ୯ରୁ କୁମ୍ଭୀର ଗଣନା

Read More...

 ଆଧାର ଲିଙ୍କ୍‌ ନହେଲେ ଏପ୍ରିଲ୍‌ରୁ ଭତ୍ତା ବନ୍ଦ

ଆଧାର ଲିଙ୍କ୍‌ ନହେଲେ ଏପ୍ରିଲ୍‌ରୁ ଭତ୍ତା ବନ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page