ଅଜିତ ପାୱାରଙ୍କୁ ଅର୍ଥ, ଆଦିତ୍ୟଙ୍କୁ ପରିବେଶ ଓ ପର୍ଯ୍ୟଟନ

January 02, 2020, ଦେଶ, , Anupambharat News Bureau


ଅଜିତ ପାୱାରଙ୍କୁ ଅର୍ଥ, ଆଦିତ୍ୟଙ୍କୁ ପରିବେଶ ଓ ପର୍ଯ୍ୟଟନ
Anupambharat News Bureau
January 02, 2020

ମୁମ୍ବାଇ: ଉଦ୍ଧବ ସରକାରରେ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ, ତା’କୁ ନେଇ ଚର୍ଚ୍ଚା ଜାରି ରହିଛିଛ ମହା ବିକାଶ ଅଘାଡ଼ି ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିବା ଉଦ୍ଧବ ଠାକରେଙ୍କ ମନ୍ତ୍ରିମଣ୍ଡଳରେ ମୋଟ ୪୩ ଜଣ ମନ୍ତ୍ରୀ ହୋଇଛନ୍ତି । ସରକାର ଗଠନକୁ ଇତି ମଧ୍ୟରେ ୩୬ରୁ ଅଧିକ ଦିନ ବିତି ଯାଇଥିଲେ ହେଁ କାହାକୁ ବି ମନ୍ତ୍ରୀ ପଦ ମିଳିନାହିଁ ।
ତେବେ ଏବେ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ, ସେନେଇ ସମସ୍ତ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ଜଣାପଡ଼ିଛି । ସୂତ୍ର ଅନୁସାରେ, ମହାରାଷ୍ଟ୍ରରେ ପୁଣିଥରେ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଏନସିପି ବିଧାୟକ ଅଜିତ ପାୱାରଙ୍କୁ ଉଦ୍ଧବ ସରକାରରେ ଅର୍ଥ ବିଭାଗ ମିଳିବ ।
ସେହିପରି ପ୍ରଥମଥର ବିଧାୟକ ହୋଇଥିବା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ପରିବେଶ ଓ ପର୍ଯ୍ୟଟନ ବିଭାଗ ମିଳିବ । ଉଭୟ ଦୁଇ ଦିନ ତଳେ ଅନ୍ୟ ୩୪ ଜଣ ବିଧାୟକଙ୍କ ସହ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଅଜିଙ୍କୁ ଅର୍ଥ ସହ ଯୋଜନା ବିଭାଗର ମଧ୍ୟ ମନ୍ତ୍ରୀ କରାଯିବାକୁ ନିଷ୍ପତ୍ତି ହୋଇଛି । ଏମାନଙ୍କ ବ୍ୟତୀତ ଏନସିପିର ଜୟନ୍ତ ପାଟିଲଙ୍କୁ ଜଳ ସେଚନ, ଅନୀଲ ଦେଶମୁଖଙ୍କୁ ଗୃହ, ଦିଲୀପ ଭାଲସେ ପାଟିଲଙ୍କୁ ଶ୍ରମ ଓ ଅବକାରୀ, ନୱାବ ମାଲିକଙ୍କୁ ସଂଖ୍ୟାଲଘୁ, ଜିତେନ୍ଦ୍ର ଆୱାଦାଙ୍କୁ ଗୃହ ନିର୍ମାଣ ଏବଂ ଛଭନ ଭୁଜବଳଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କରାଯାଇପାରେ । ଶିବସେନାର ଏକନାଥ ସିନ୍ଧେଙ୍କୁ ନଗର ଉନ୍ନୟନ ଓ ସୁଭାଷ ଦେଶାଇ ଶିଳ୍ପ ବିଭାଗ ମିଳିବ ବୋଲି ସାମ୍ନାକୁ ଆସିଛି ।
କଂଗ୍ରେସର ବାଲାସାହେବ ଥୋରାଟଙ୍କୁ ରାଜସ୍ୱ, ଅଶୋକ ଚୌହାନଙ୍କୁ ପିଡବ୍ଲ୍ୟୁ, ଅମିତ ଦେଶମୁଖଙ୍କୁ ସ୍କୁଲ ଶିକ୍ଷା କିମ୍ବା ଶକ୍ତି, ଯଶମତି ଠାକୁରଙ୍କୁ ମହିଳା ଓ ଶିଶୁ ବିକାଶର ମନ୍ତ୍ରୀ କରାଯାଇ ପାରେ । କଂଗ୍ରେସ ପକ୍ଷରୁ ଦଳର ବିଧାୟକଙ୍କୁ କୃଷି ବିଭାଗ ଦେବାକୁ କୁହାଯାଇଥିଲା । ହେଲେ ଶିବସେନେ ଏଥିରେ ରାଜି ହୋଇନାହିଁ । ଉଲ୍ଲେଖଥାଉକି, ମହାରାଷ୍ଟ୍ରର ଶାସକ ଦଳ ଶିବସେନାରେ ଦୁଇ ଜଣଙ୍କ ହୁକୁମ ଚାଲେ । ଜଣେ ସୁପ୍ରିମୋ ଉଦ୍ଧବ ଠାକରେ, ଅନ୍ୟ ଜଣେ ଦଳର ତୁଣ୍ଡ ସଞ୍ଜୟ ରାଉତ । ଏବେ ଏହି ଉଦ୍ଧବ-ସଞ୍ଜୟ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ବୋଲି ଜଣାପଡ଼ିଛି ।
ନିକଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଥିଲେ । ଏହି ମନ୍ତ୍ରିମଣ୍ଡଳରେ ସଞ୍ଜୟଙ୍କ ବିଧାୟକ ଭାଇ ସୁନୀଲ ରାଉତଙ୍କୁ ସେ ମନ୍ତ୍ରିମଣ୍ଡଳରେ ସାମିଲ୍‌ କରିନଥିଲେ । ହେଲେ ମନ୍ତ୍ରିମଣ୍ଡଳ ତାଲିକା ପ୍ରସ୍ତୁତ ହେବା ବେଳେ ସୁନୀଲଙ୍କ ନାମ ଥିଲା ବୋଲି ନିଜେ ସୁନୀଲ ଦୁଇ ଦିନ ପୂର୍ବରୁ କହିଥିଲେ । କି;ୁ ଶେଷ ମୁହୂର୍ତ୍ତରେ ତାଙ୍କ ନାମ ତାଲିକାରୁ କଟିଯାଇଥିଲା । ସେଥିପାଇଁ ଶପଥ ସମାରୋହକୁ ଦୁଇ ଭାଇ ବର୍ଜନ କରିଥିଲେ । ନୂଆବର୍ଷ ଅବସରରେ ସଞ୍ଜୟ ନିଜ ସୋଶାଲ ମିଡିଆ ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି ।
ଯେଉଁଥିର ଉଲ୍ଲେଖ ରହିଛି, ‘ସବୁବେଳେ ଏମିତି ଏକ ବ୍ୟକ୍ତିଙ୍କୁ ସମ୍ଭାଳିବା ଦରକାର, ଯିଏକି ଆପଣଙ୍କୁ ତିନୋଟି ଉପହାର ଦେଇଛନ୍ତି- ସହଯୋଗ, ସମୟ ଏବଂ ସମର୍ପଣ । ସଞ୍ଜୟଙ୍କ ଏହି ପୋଷ୍ଟ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ଲକ୍ଷ୍ୟ କରି ଲେଖା ହୋଇଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ହେଲେ ବିବାଦ ବଢ଼ିବା ଦେଖି ସଞ୍ଜୟ ରାଉତ ଏହି ପୋଷ୍ଟକୁ ଡିଲିଟ୍‌ କରିଦେଇଛନ୍ତି । ବିକ୍ରୋଲିରୁ ବିଧାୟକ ହୋଇଥିବା ସଞ୍ଜୟଙ୍କ ଭାଇ ସୁନୀଲ ରାଉତ ନିକଟରେ କହିଥିଲେ, ଆଦିତ୍ୟ ଠାକରେଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା । ସେ ମନ୍ତ୍ରି ମଣ୍ଡଳରେ ସାମିଲ୍‌ ହେବାର ଥିଲା ।
ହେଲେ ଅନ୍ତିମ ସମୟରେ ତାଙ୍କୁ ବାଦ୍‌ ଦିଆଯାଇଛି । ଏବେ ସେ ବିଧାୟକ ପଦବୀରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି । ଶିବସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ମନ୍ତ୍ରିମଣ୍ଡଳରେ ତାଙ୍କ ପସନ୍ଦର ବିଧାୟକଙ୍କୁ ସୁଯୋଗ ଦିଆଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ସେ ଶପଥ ସମାରୋହକୁ ଆସିନଥିଲେ । ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ସଞ୍ଜୟଙ୍କ ନେତୃତ୍ୱରେ ଶିବସେନା ସମସ୍ତ ନିଷ୍ପତ୍ତି ନେଇଥିଲା ।
ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଶିବସେନା ବିଜେପି ଆଗରେ ନିଜର ଦାବି ରଖିବା, ମହା ବିକାଶ ଅଘାଡ଼ି ମେଣ୍ଟରେ ଏନସିପି-କଂଗ୍ରେସକୁ ସାମିଲ କରିବାରେ ସଞ୍ଜୟ ହିଁ ମୁଖ୍ୟ ଭୂମିକା ନେଇଥିଲେ । ଶିବସେନାର ମୁଖପାତ୍ର ତଥା ଖବରକାଗଜ ସାମ୍ନାରେ ସେ କାର୍ଯ୍ୟକାରୀ ସମ୍ପାଦକ ରହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇଏଏସ୍‌ ସ୍ତରରେ ଅଦଳବଦଳ

ଆଇଏଏସ୍‌ ସ୍ତରରେ ଅଦଳବଦଳ

Read More...

ମୋବାଇଲରେ ପର୍ଣ୍ଣ ଭିଡ଼ିଓ ଦେଖିବାରେ ଭାରତ ପ୍ରଥମ, ଆମେରିକା ଦ୍ୱିତୀୟ

ମୋବାଇଲରେ ପର୍ଣ୍ଣ ଭିଡ଼ିଓ ଦେଖିବାରେ ଭାରତ ପ୍ରଥମ, ଆମେରିକା ଦ୍ୱିତୀୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page