ନବବର୍ଷର ପ୍ରଥମ ଦିନରେ ଜନ୍ମ ନେଲେ ୩,୮୬, ୦୦୦ ଛୁଆ

January 02, 2020, ଦେଶ, , Anupambharat News Bureau


ନବବର୍ଷର ପ୍ରଥମ ଦିନରେ  ଜନ୍ମ ନେଲେ ୩,୮୬, ୦୦୦ ଛୁଆ
Anupambharat News Bureau
January 02, 2020

ନୂଆଦିଲ୍ଲୀ: ବର୍ଷ ୨୦୨୦ର ପ୍ରଥମ ଦିନରେ ୩, ୮୬,୦୦୦ ଛୁଆ ଜନ୍ମ ଗ୍ରହଣ କରିଛନ୍ତି । ୟୁନିସେଫ୍‌ ଏହି ସୂଚନା ଦେଇଛି । ଜନ୍ମନେଇଥିବା ଛୁଆଙ୍କ ମଧ୍ୟରୁ ଭାରତରୁ ସର୍ବାଧିକ ଜନ୍ମ ନେଇଛନ୍ତି । ତେବେ ନୂଆବର୍ଷରେ ଜନ୍ମ ନେଇଥିବା ସମସ୍ତ ଛୁଆଙ୍କ ମଧ୍ୟରୁ ଫିଜରେ ପ୍ରଥମେ ଛୁଆ ଜନ୍ମ ଗ୍ରହଣ କରିଛି । ସେହିପରି ଆମେରିକାରେ ଶେଷ ଛୁଆ ଜନ୍ମ ନେଇଛି । ସାରା ବିଶ୍ୱରେ ଜନ୍ମନେଇଥିବା ଛୁଆଙ୍କ ମଧ୍ୟରେ ଭାରତରେ ଗତକାଲି ସର୍ବାଧିକ ୬୯,୦୦୦ ଛୁଆ ଜନ୍ମ ଗ୍ରହଣ କରିଛନ୍ତି । ଏହାପରେ ଚୀନରେ ୪୪, ୭୬୦ ଛୁଆ ଜନ୍ମ ଗ୍ରହଣ କରିଛନ୍ତି । ୟୁନିସେଫର ସଂଖ୍ୟା ଅନୁଯାୟୀ ତୃତୀୟରେ ନାଇଜେରିଆ ରହିଛି ଯେଉଁଠି ନୂଆ ବର୍ଷରେ ୨୦,୨୧୦ ଛୋଟ ଛୁଆ ଜନ୍ମ ଗ୍ରହଣ କରିଛନ୍ତି । ସେହିପରି ପାକିସ୍ତାନ(୧୪,୯୧୦), ଇଣ୍ଡୋନେସିଆ (୧୩,୩୭୦), ଆମେରିକା (୧୧,୨୮୦), କଙ୍ଗୋ (୯,୪୦୦), ଇଥୋପିଆ (୯,୦୨୦) ଏବଂ ବାଂଲାଦେଶ (୮,୩୭୦) ଜଣ ଜନ୍ମ ନେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଗୁରୁଙ୍କ ବଂଶ ବୁଡ଼ାଇ ଦେଲା ଶିଷ୍ୟ

ଗୁରୁଙ୍କ ବଂଶ ବୁଡ଼ାଇ ଦେଲା ଶିଷ୍ୟ

Read More...

ସେସୁର ଘରୋଇକରଣ ବିରୋଧରେ ବିଦୁ୍ୟତ୍‌ କର୍ମଚାରୀଙ୍କ ବିକ୍ଷୋଭ

ସେସୁର ଘରୋଇକରଣ ବିରୋଧରେ ବିଦୁ୍ୟତ୍‌ କର୍ମଚାରୀଙ୍କ ବିକ୍ଷୋଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page