ଶପଥ ନେଲେ ହେମନ୍ତ, ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ

December 29, 2019, ଦେଶ, , Anupambharat News Bureau


ଶପଥ ନେଲେ ହେମନ୍ତ,  ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ
Anupambharat News Bureau
December 29, 2019

ରାଞ୍ଜି,୨୯ା୧୨: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ରବିବାର ଜେଏମଏମ୍‌ ନେତା ହେମନ୍ତ ସୋରେନ ଶପଥ ଗ୍ରହଣ କରିଛନ୍ତି । ମୋରାବାଡ଼ି ପଡ଼ିଆରେ ଅନୁଷ୍ଠିତ ଉତ୍ସବରେ ହେମନ୍ତଙ୍କୁ ରାଜ୍ୟପାଳ ଦୈ୍ରାପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ୪୪ ବର୍ଷୀୟ ସୋରେନ କଂଗ୍ରେସ ଏବଂ ଆରଜେଡ଼ିର ସମର୍ଥନରେ ଦ୍ୱିତୀୟ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହି ଅବସରରେ କଂଗ୍ରେସ ବିଧାୟକ ଆଲମଗିରି ଆଲାମ, ରାମେଶ୍ୱର ଓରାନ ଏବଂ ଆରଜେଡ଼ି ବିଧାୟକ ସତ୍ୟାନନ୍ଦ ଭୋକ୍ତତା ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ରାଜ୍ୟରେ ଏକ ନୂଆ ଢ଼ାଞ୍ଚା ଆଣିବାକୁ ମୁଖ୍ୟମନ୍ତ୍ରୀ ହେବା ପରେ ହେମନ୍ତ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି । ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ବିରୋଧୀଙ୍କୁ ମେଳି ହେବାକୁ ସୁଯୋଗ ଆଣିଥିଲା । ଏହି ଅବସରରେ ବିରୋଧୀ ନିଜ ଶକ୍ତି ପ୍ରଦର୍ଶନ କରିଥିଲେ । ତେବେ ଏଭଳି କିଛି ଦୃଶ୍ୟ ଗତ ବର୍ଷ ମଇରେ କର୍ଣ୍ଣାଟକରେ ଏଚ୍‌ଡ଼ି ଦେବଗୌଡ଼ା ଶପଥ ନେବା ବେଳେ ଦେଖିବାକୁ ମିଳିଥିଲା । ହେମନ୍ତଙ୍କ ସହ ମଞ୍ଚରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ସିପିଏମ୍‌ର ସୀତାରାମ ୟେଚୁରୀ, ଆରଜେଡ଼ି ନେତା ତେଜସ୍ୱାମୀ ଯାଦବ, ଡିଏମ୍‌କେର ଏକ କେ ଷ୍ଟାଲିନ, ଆମ ଆଦମୀର ସଞ୍ଜୟ ସିଂ, ସିପିଆଇ ସାଧାରଣ ସମ୍ପାଦକ ଡି ରାଜା ଏବଂ ଜେଡ଼ିୟୁର ପୂର୍ବତନ ନେତା ଶରଦ ଯାଦବ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେଙ୍କୁ ମଧ୍ୟ ଏହି ଶପ୍‌ଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିଥିଲେ । କଂଗ୍ରେସ ଏବଂ ଆରଜେଡ଼ି ସହ ମେଣ୍ଟ କରି ଜେଏମ୍‌ଏମ୍‌ ବିଜେପିଠାରୁ ଝାଡ଼ଖଣ୍ଡର ଶାସନ ଛଡ଼ାଇ ଆଣିଥିଲା । ବିଧାନସଭାର ମୋଟ ୮୧ ଆସନରୁ ଏହି ମେଣ୍ଟ ୪୭ରେ ବିଜୟୀ ହୋଇଥିବା ବେଳେ ବିଜେପି ମାତ୍ର ୨୫ ଆସନରେ ସୀମିତ ରହିଥିଲା ।
କର୍ଣ୍ଣାଟକରେ କଂଗ୍ରେସ ଏବଂ ଜେଡ଼ିଏସ୍‌ର ସଳ୍ପକାଳୀନ ସରକାର ଗଠନ ସମୟ ପରେ ବିରୋଧୀ ଏଭଳି ମିଳିତ ହୋଇଥିବା ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି । ଅନ୍ୟପକ୍ଷେ ବର୍ତ୍ତମାନ ଏନ୍‌ଆରସି ଏବଂ ସିଏଏକୁ ନେଇ ବିରୋଧରେ ପ୍ରତିବାଦ ଜାରି ରହିବା ଏବଂ କେନ୍ଦ୍ରର ଏହି ନୂଆ ଆଇନକୁ କାର୍ଯ୍ୟକାରୀ ନକରିବାକୁ କେକେତ ରାଜ୍ୟ ଦାବି କରୁଥିବା ବେଳେ ଗୋଟିଏ
ମଞ୍ଚରେ ବିରୋଧୀ ମେଳି କରିବା ଏକ ଗୁରୁତ୍ୱବହନ କରିବାରେ ଲାଗିଛି । ଅନ୍ୟପକ୍ଷରେ ମଞ୍ଚରେ ଥିବା ପ୍ରାୟ ନେତା ବିଜେପି ବିରୋଧରେ ବର୍ଷିବାରେ ଲାଗିଥିଲେ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାଙ୍ଗିଲା ନିର୍ମାଣାଧୀନ ରେଳେୱ ଓଭର ବ୍ରିଜ୍‌୍‌ , ରେଳ ଚଳାଚଳ ବାତିଲ

ଭାଙ୍ଗିଲା ନିର୍ମାଣାଧୀନ ରେଳେୱ ଓଭର ବ୍ରିଜ୍‌୍‌ , ରେଳ ଚଳାଚଳ ବାତିଲ

Read More...

ଆସିଷ୍ଟାଣ୍ଟ କମିଶନରଙ୍କ  ଝୁଲନ୍ତା ମୃତଦେହ ମିଳିଲା

ଆସିଷ୍ଟାଣ୍ଟ କମିଶନରଙ୍କ ଝୁଲନ୍ତା ମୃତଦେହ ମିଳିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page