ବିମାନ ଦୁର୍ଘଟଣାରେ ୧୪ ମୃତ

December 28, 2019, ଦେଶ, , Anupambharat News Bureau


ବିମାନ ଦୁର୍ଘଟଣାରେ ୧୪ ମୃତ
Anupambharat News Bureau
December 28, 2019

ନୂଆଦିଲ୍ଲୀ, କାଜାଖାସ୍ତାନର ଆଲ୍‌ମାଟି ଇଣ୍ଟରନ୍ୟାସନାଲ୍‌ ଏୟାରପୋର୍ଟରେ ଏକ ବିମାନ ଫକର -୧୦୦ ଉଡ଼ାଣ ଆରମ୍ଭ କରିବା ମାତ୍ର କିଛି ମିନଟ୍‌ ପରେ ଦୁର୍ଘଟଣା ଘଟି ଭୂତଳ କୋଠାରେ ପଡ଼ିଥିବା ଯୋଗୁଁ ଅତିକମ୍‌ରେ ୧୪ଜଣ ଲୋକ ପ୍ରାଣ ହରାଥିବା ବେଳେ ୩୫ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଛନ୍ତି । ବିମାନଟି କାଜାଖାସ୍ତାନର ରାଜଧାନୀ ନଗରୀ ନୁର ସୁଲତାନକୁ ଉଡ଼ାଣ କରୁଥିବା ବେଳେ ଏହା ହଠାତ୍‌ ଉଡ଼ାଣ ଆରମ୍ଭ କରିବାର ମାତ୍ର କିଛି ମିନିଟ୍‌ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନଗରୀର କେତେକ କୋଠାରେ ଦୁର୍ଘଟଣା ଘଟି ପଡ଼ି ଯାଇଥିଲା । ଘଟଣାସ୍ଥଳକୁ କୌଣସି ଅଗ୍ନିଶମ ବିଭାଗ ଏବଂ ଉଦ୍ଧାରକାରୀ ଦଳ ହଠାତ୍‌ ପହଞ୍ଚିପାରିନଥିଲେ । ଏଣୁ ଏହି ମଧ୍ୟମ କ୍ଷମତା ବିଶିଷ୍ଟ ଟର୍ବୋ ଫ୍ୟାନ୍‌ ଜେଟ୍‌ ଏୟାର ଲାଇନର କ୍ଷତିଗ୍ରସ୍ତ ହୋଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ମୃତକ ମାନଙ୍କର ପରିଚୟ ସ୍ପଷ୍ଟ କରାଯାଇ ନାହିଁ । ଗୁରୁତରଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଉକ୍ତ ବିମାନରେ କିଛି ଭାରତୀୟ ଅଛନ୍ତି କି ନାହିଁ ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ । ଆଲ୍‌ମାଟି ନଗରୀରେ ଏନେଇ ଯାତ୍ରୀ ମାନଙ୍କ ନିକଟରେ ଭିଡ଼ ଦେଖିବାକୁ ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଷାକ୍ତ ଗ୍ୟାସ ପ୍ରଭାବରେ ଦୁଇ ନାବାଳିକା ମୃତ

ବିଷାକ୍ତ ଗ୍ୟାସ ପ୍ରଭାବରେ ଦୁଇ ନାବାଳିକା ମୃତ

Read More...

ବିପିସିଏଲ୍‌ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପିତ ଖରାପ ପାଗ ଯୋଗୁ ଆସିଲେନି ଉପରାଷ୍ଟ୍ରପତି

ବିପିସିଏଲ୍‌ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପିତ ଖରାପ ପାଗ ଯୋଗୁ ଆସିଲେନି ଉପରାଷ୍ଟ୍ରପତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page