ସ୍କୁଲ ବସ୍‌ରେ କଟକଣା ଜାରି ନେଇ ତଦାରଖ

December 11, 2019, ଓଡ଼ିଶା, , Anupambharat News Bureau


ସ୍କୁଲ ବସ୍‌ରେ କଟକଣା ଜାରି ନେଇ ତଦାରଖ
Anupambharat News Bureau
December 11, 2019

ବ୍ରହ୍ମପୁର,୧୧ ।୧୨(ଅନୁପମ ମିଡ଼ିଆ): ମହାନଗରରେ ବିଭିନ୍ନ ବିଦ୍ୟାଳୟ ତରଫରୁ ଚାଲିଥିବା ବସ୍‌ଗୁଡ଼ିକ ପରିବହନ ଗାଇଡ୍‌ଲାଇନ୍‌କୁ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ ହୋଇଛି । ଫଳରେ ଅସୁରକ୍ଷିତ ଅବସ୍ଥାରେ ଛାତ୍ରଛାତ୍ରୀମାନେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । ଏସ୍‌ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଟ୍ରାଫିକ୍‌ ଡ଼ିଏସ୍‌ପି ସାର୍ଥକ ରାୟଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ବିଭିନ୍ନ ବିଦ୍ୟାଳୟରେ ପହଞ୍ଚି ଏ ସଂକ୍ରାନ୍ତରେ ଆଲୋଚନା କରିବା ସହ ସ୍ୱତନ୍ତ୍ର ପିଟିଏ ଓ ସ୍କୁଲସ୍ତରୀୟ ଟ୍ରାନ୍ସପୋର୍ଟ କମିଟି ଗଠନ କରି ଏ ଦିଗରେ ପଦକ୍ଷେପ ନେବାପାଇଁ କହିଛନ୍ତି । ମାନବାଧିକାର କମିଶନ୍‌ରେ ମାମଲା ହେବା ପରେ ବ୍ରହ୍ମପୁରର ସ୍କୁଲ ମାନଙ୍କରେ ଯେଭଳି ଏହି ନିୟମ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯିବ ସେଥିନେଇ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ କରାଯାଇଥିବା ଟ୍ରାଫିକ୍‌ ଡ଼ିଏସ୍‌ପି ରାୟ ସୂଚନା ଦେଇଛନ୍ତି । ପରିବହନ ବିଭାଗ ଗାଇଡ୍‌ଲାଇନ୍‌ ଅନୁଯାୟୀ ସ୍କୁଲ୍‌ ବସ୍‌ଗୁଡ଼ିକର ରଙ୍ଗ ହଳଦିଆ ରହିବ, ବସ୍‌ରେ ସ୍କୁଲ୍‌ଗୁଡ଼ିକର ଲୋଗୋ, ନାମ ଏବଂ ଝରକାରେ ତାରଜାଲି ଲାଗିବ । ସେହିପରି ଅଗ୍ନି ନିର୍ବାପକ ବ୍ୟବସ୍ଥା ସହ ଜିପିଏସ୍‌ ସଂଯୋକ କରାଯିବ । ପ୍ରାଥମିକ ଚିକିତ୍ସା ଓ ପାନୀୟ ଜଳ ବ୍ୟବସ୍ଥା ସହ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରା ପ୍ରସସ୍ତ ରହିବ । ପରିବହନ କ୍ଷମତା ସୂଚନା ଫଳକ ବସ୍‌ର ବାହାରପଟେ ଲଗାଯିବା ସହ ଶିକ୍ଷକ ଶିକ୍ଷୟତ୍ରୀ ଗାଇଡ୍‌ଭାବେ ବସ୍‌ରେ ଯିବେ ବୋଲି ନିୟମ ରହିଛି । ଶୁବ୍‌ଶୀଘ୍ର ପୋଲିସ ବିଭାଗ ଓ ଆର୍‌ଟିଓଙ୍କ ସହ ମିଳିତଭାବେ ଏକ ବୈଠକ ଡ଼କାଯାଇ ସମସ୍ତ ସ୍କୁଲକୁ ଛାତ୍ରଛାତ୍ରୀଙ୍କ ପରିବହନ ବାବଦରେ ପୁଣି ସଚେତନ କରାଯିବ ବୋଲି ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁନା ଓ ରୁପା ମୂଲ୍ୟ ହ୍ରାସ

ସୁନା ଓ ରୁପା ମୂଲ୍ୟ ହ୍ରାସ

Read More...

୨୦୦୨ ଗୁଜରାଟ ଦଙ୍ଗା ମାମଲା ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌

୨୦୦୨ ଗୁଜରାଟ ଦଙ୍ଗା ମାମଲା ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page