ପୁରୀ ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀ ପୋଲିସ୍‌ କ ୍ୱାର୍ଟରେ ଗଣଧର୍ଷଣ ମାମଲାରେ ଦୁଇ ଗିରଫ: ଗୁମର ଖୋଲିବ

December 11, 2019, ଓଡ଼ିଶା, , Anupambharat News Bureau


ପୁରୀ ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀ  ପୋଲିସ୍‌ କ ୍ୱାର୍ଟରେ ଗଣଧର୍ଷଣ ମାମଲାରେ ଦୁଇ ଗିରଫ: ଗୁମର ଖୋଲିବ
Anupambharat News Bureau
December 11, 2019

ପୁରୀ, ୧୧ା୧୨ (ଅନୁପମ ମିଡିଆ): ଆମ ପ୍ରତିନିଧିଙ୍କ ଠାରୁ : ସୋମବାର ଦିନ ପୁରୀ ଏସ୍‌.ପି. ଉମାଶଙ୍କର କୁମ୍ଭାର ପଡ଼ା ଥାନା ପୋଲିସ୍‌ କ୍ୱାର୍ଟରରେ ଗଣଧର୍ଷଣ ବଳାତ୍କାର ମାମଲାରେ ପୂର୍ବରୁ ୩ଜଣକୁ ଗିରଫ କରି ରେପ୍‌ କେସ୍‌ରେ କୋର୍ଟକୁ ଚାଲାଣ କରିଥିବା ବେଳେ ଆଉ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ଡିସେମ୍ବର ୨ ତାରିଖ ଦିନ ଜଣେ ନାବାଳିକା ପୀଡ଼ିତାକୁ ନିଲମ୍ବିତ ପୋଲିସ୍‌ ଜିତେନ୍ଦ୍ର ସେଠୀ ଓ ତାଙ୍କର ସହଯୋଗୀ ୩ଜଣ ସହିତ ମିଶି ନିମାପଡ଼ାଠାରୁ ନାବାଳିକା ପୀଡ଼ିତାକୁ ପୋଲିସ୍‌ କ୍ୱାର୍ଟରରେ ଗଣଧର୍ଷଣ କରିଥିବା ବେଳେ ନାବାଳିକା ପୀଡ଼ିତା କୁମ୍ଭାରପଡ଼ା ଥାନାରେ ଏତଲା ଦାଏର କରିଥିଲା । ଏହି ଏତଲାକୁ ଭିତ୍ତିକରି ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଥିବା ବେଳେ ଅଭିଯୁକ୍ତ ରାମଚନ୍ଦ୍ର ସେଠୀ ବ୍ରହ୍ମଗିରିରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଅଛି । ପୂର୍ବରୁ ୩ଜଣ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ସମୟରୁ ଅନ୍ୟ ଆଉ ୩ଜଣ ଭୁବନେଶ୍ୱର ରିତା ପରିଡ଼ାଙ୍କ ସ୍ତ୍ରୀ ସୋମିଆ ସେଫାଳି ଓ ବୁଲୁ ବାରିକ ପ୍ରମୁଖ ମିଶି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସ.ପି. କହିଛନ୍ତି ଏବଂ ଖୁବ୍‌ ଶୀଘ୍ର ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଚାର୍ଜସିଟ୍‌ ଦାଖଲ କରାଯାଇ କ୍ଷତିପୂରଣ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପୁରୀରେ ଏଭଳି ଘଟଣା ନେଇ ପୂର୍ବରୁ ଡିଆଇଜି, ଏସ୍‌.ପି. ୪ଜଣ ଅଭିଯୁକ୍ତ ଅଛନ୍ତି ବୋଲି କହୁଥିବା ସମୟରେ ୬ଜଣକୁ ବୃଦ୍ଧି ପାଇଅଛି ଏ ସମ୍ପର୍କରେ ଆହୁରି ଅଧିକ ତଥ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀକୁ ରିମାଣ୍ଡରେ ଆଣିଲେ ଗୁମର ଖୋଲିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଅଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡିଜିଟାଲ ଠକେଇ ୫୦ ପ୍ରତିଶତ ବଢ଼ିଛି

ଡିଜିଟାଲ ଠକେଇ ୫୦ ପ୍ରତିଶତ ବଢ଼ିଛି

Read More...

ଗୁରୁବାରରୁ ବଢ଼ିବ ଶୀତ

ଗୁରୁବାରରୁ ବଢ଼ିବ ଶୀତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page