ସିଟି ବସ୍‌ଷ୍ଟାଣ୍ଡ୍‌ ପୁନରୁଦ୍ଧାର ଘଟଣା ଯିଏ ଯାହା ଜିଦ୍‌ରେ, ଯାତ୍ରୀ ହଟହଟା

November 26, 2019, ଓଡ଼ିଶା, , Anupambharat News Bureau


 ସିଟି ବସ୍‌ଷ୍ଟାଣ୍ଡ୍‌ ପୁନରୁଦ୍ଧାର ଘଟଣା ଯିଏ ଯାହା ଜିଦ୍‌ରେ, ଯାତ୍ରୀ ହଟହଟା
Anupambharat News Bureau
November 26, 2019

ବ୍ରହ୍ମପୁର,୨୬ ।୧୧(ଅନୁପମ ମିଡ଼ିଆ): ବ୍ରହ୍ମପୁର ସିଟି ବସ୍‌ଷ୍ଟାଣ୍ଡ୍‌ ପୁନରୁଦ୍ଧାରକୁ ନେଇ ଘରୋଇ ବସ୍‌ ମାଲିକ -ପ୍ରଶାସନ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗକୁ ନେଇ ଉଭୟ ନିଜ ଜିଦ୍‌ରେ ଅଟଳ ରହିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ହଟହଟାର ସମ୍ମୁଖିନ ହୋଇଛନ୍ତି ।
ମାଲିକ ମାନେ ନୂତନ ବସ୍‌ଷ୍ଟାଣ୍ଡ୍‌କୁ ନଯିବାକୁ ନିଜ ଜିଦ୍‌ରେ ଆଜି ବ୍ରହ୍ମପୁରରୁ କୌଣସି ଗାଡ଼ି ଚଳାଚଳ କଲେ ନାହିଁ । ଅନ୍ୟପକ୍ଷେ ଏହି ବିବାଦ ଯୋଗୁ ଯାତ୍ରୀମାନେ ଯେଭଳି ଅସୁବିଧାର ସମ୍ମୁଖିନ ନହୁନ୍ତି ସେନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ରୁଟ୍‌ରେ ୫୦ ଟି ସରକାରୀ ବସ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଶାସନ ଓ ବିଡ଼ିଏ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ଆଜି ସକାଳୁ ବ୍ରହ୍ମପୁର ସିଟି ବସ୍‌ଷ୍ଟାଣ୍ଡ୍‌ରେ ପୁନରୁଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଅନ୍ୟପକ୍ଷେ ଗତକାଲି ପ୍ରଶାସନ
ସହ ଆଲୋଚନା ବିଫଳ ପରେ ଆଜି ସମସ୍ତ ଘରୋଇ ବସ୍‌ ଗୁଡ଼ିକର ଚଳାଚଳକୁ ମାଲିକମାନେ ବନ୍ଦ କରି ଦେଇଥିଲେ । ଏନେଇ ପୂର୍ବ ଘୋଷଣା ନକରି ଘରୋଇ ବସ୍‌ ଚଳାଚଳ ବନ୍ଦ ଯୋଗୁ ବ୍ରହ୍ମପୁରରୁ ଅନ୍ୟାନ୍ୟ ସ୍ଥାନକୁ ଯିବାକୁ ଅପେକ୍ଷାରତ ଯାତ୍ରୀ ନାହିଁ ନଥିବା ହଟହଟା ହୋଇଥିଲୋ । ଅନ୍ୟପକ୍ଷେ ପ୍ରଶାସନ ପକ୍ଷରୁ ଗଟସଲ୍‌ର ସିଟିବସ୍‌ ଗୁଡ଼ିକୁ କେତେକ ରୁଟ୍‌ରେ ଚଳାଚଳ କରାଯାଇଛି । ଏପରିିକି ଘରୋଇ ବସ୍‌ ଚଳାଚଳ ନ କଲେ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର-ଭଞ୍ଜନଗର ରୁଟ୍‌ରେ ୪ ଟି, ଫୁଲବାଣୀ ରୁଟ୍‌ରେ ୪, ରାୟଗଡ଼ା ରୁଟ୍‌ରେ ୨ ଟି, ଗଜପତି ରୁଟ୍‌ରେ ୨ ଟି, କଟକ ରୁଟ୍‌ରେ ୪ ଟି ଅତିରିକ୍ତ ବସ୍‌ ଚଳାଚଳ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଗଟସଲ୍‌ ପକ୍ଷରୁ ଚାଲୁଥିବା ସିଟି ବସ୍‌ ଗୁଡ଼ିକୁ ଆସନ୍ତାକାଲି ଠାରୁ ଗୋପାଳପୁର-ବ୍ରହ୍ମପୁର ବସ୍‌କୁ ଦିଗପହଣ୍ଡି ପର୍ଯ୍ୟନ୍ତ ୮ ଟି ବସ୍‌, ବ୍ରହ୍ମପୁର-ଛତ୍ରପୁର ୮ ଟି ବସ୍‌କୁ ଖଲିକୋଟ ପର୍ଯ୍ୟନ୍ତ, ବ୍ରହ୍ମପୁର-କନିଷି ରାସ୍ତାର ୫ ଟି ବସ୍‌କୁ ଚିକିଟି ଦେଇ ପାତ୍ରପୁର ପର୍ଯ୍ୟନ୍ତ ଓ ବ୍ରହ୍ମପୁର-ହିଞ୍ଜିଳିକାଟୁ ପର୍ଯ୍ୟନ୍ତ ଚାଲୁଥିବା ୫ ଟି ବସ୍‌କୁ ଆସିକା ପର୍ଯ୍ୟନ୍ତ ଚଳାଚଳ କରିବେ ବୋଲି ବିଡ଼ିଏ ଅଧ୍ୟକ୍ଷ ଚକ୍ରବର୍ତ୍ତି ସିଂ ରାଠୋର ସୂଚନା ଦେଇଛନ୍ତି । ଏପରିକି ଆସନ୍ତାକାଲି ଠାରୁ ଆଉ ଅଧିକ ୧୦ ଟି ବସ୍‌ ବ୍ରହ୍ମପୁର-ହଳଦିଆପଦର ମଧ୍ୟରେ ଚଳାଚଳ କରିବ ବୋଲି ସୂଚନା ମିଳିଥିବା ବେଳେ ଆବଶ୍ୟକ ସ୍ଥଳେ ଅଧିକ ବସ୍‌ ଭୁବନେଶ୍ୱରରୁ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ବୋଲର୍‌ଙ୍କ କମାଲ୍‌

ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ବୋଲର୍‌ଙ୍କ କମାଲ୍‌

Read More...

ରବିବାର ଶପଥ ନେବେ ଉଦ୍ଧବ  ଫ୍ଳୋର ଟେଷ୍ଟ ପୂର୍ବରୁ ପଦବୀ ଛାଡ଼ିଲେ ଫଡନାଭିସ୍‌

ରବିବାର ଶପଥ ନେବେ ଉଦ୍ଧବ ଫ୍ଳୋର ଟେଷ୍ଟ ପୂର୍ବରୁ ପଦବୀ ଛାଡ଼ିଲେ ଫଡନାଭିସ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page