ଆଜିଠୁ ବ୍ରହ୍ମପୁର ସିଟି ବସ୍‌ଷ୍ଟାଣ୍ଡ ବନ୍ଦ

November 25, 2019, ଓଡ଼ିଶା, , Anupambharat News Bureau


ଆଜିଠୁ ବ୍ରହ୍ମପୁର ସିଟି ବସ୍‌ଷ୍ଟାଣ୍ଡ ବନ୍ଦ
Anupambharat News Bureau
November 25, 2019

ବ୍ରହ୍ମପୁର,୨୫ ।୧୧(ଅନୁପମ ମିଡ଼ିଆ) : ବ୍ରହ୍ମପୁର ସିଟି ବସଷ୍ଟାଣ୍ଡ୍‌ର ପୁନରୁଦ୍ଧାର ଓ ମରାମତି ପାଇଁ ବିଡିଏ ପକ୍ଷରୁ ଦୁଇ ମାସ ପାଇଁ ବନ୍ଦ ରଖି ସମସ୍ତ ବସ୍‌ ଗୁଡ଼ିକୁ ହଳଦିଆପଦର ବସ୍‌ଷ୍ଟାଣ୍ଡରୁ ଯାତାୟତ ନିଷ୍ପତ୍ତିକୁ ଆଜି ବସ୍‌ ମାଲିକ ସଂଘ ପକ୍ଷରୁ ବିରୋଧ କରାଯାଇ ନିିଜନିଜ ବସ୍‌ ଗୁଡ଼ିକ ସେମାନଙ୍କ ଘର ସମ୍ମୁଖରେ ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି ।
ଦୀର୍ଘ ବର୍ଷ ଧରି ଅତି କଦର୍ଯ୍ୟ ଅବସ୍ଥାରେ ରହିଥିବା ବ୍ରହ୍ମପୁର ସିଟି ବସ୍‌ଷ୍ଟାଣ୍ଡ୍‌ର ପୁନରୁଦ୍ଧାର ପାଇଁ ବିଡିଏ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଏବଂ ଏଥିପାଇଁ ଅତିଶୀଘ୍ର କାର୍ଯ୍ୟାରମ୍ଭ ସକାଶେ ଆସନ୍ତାକାଲିଠାରୁ ୨ମାସ ପର୍ଯ୍ୟନ୍ତ ଉକ୍ତ ବସ୍‌ଷ୍ଟାଣ୍ଡ ବନ୍ଦ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା । ଏପରିକି ଉକ୍ତ ବସ୍‌ଷ୍ଟାଣ୍ଡରୁ ଯାତାୟତ ବସ୍‌ ଗୁଡ଼ିକ ହଳଦିଆପଦର ବସ୍‌ଷ୍ଟାଣ୍ଡ୍‌ରୁ ଯାତାୟତ କରିବା ପାଇଁ ପ୍ରଶାସନ ପକ୍ଷରୁ ରୁଟ୍‌ ଧାର୍ଯ୍ୟ କରାଯାଇଛି । ଏ ନେଇ ସର୍ବସାଧାରଣ ଓ ବସ୍‌ ମାଲିକଙ୍କୁ ସୂଚନା ଦିଆଯିବା ପରେ ବସ୍‌ ମାଲିକ ସଂଘ ପକ୍ଷରୁ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଆସନ୍ତାକାଲିଠାରୁ ସିଟି ବସ୍‌ଷ୍ଟାଣ୍ଡ୍‌କୁ ବନ୍ଦ କରିବାପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବା ପରେ ଆଜି ଗଞ୍ଜାମ ଜିଲ୍ଲା ଘରୋଇବସ୍‌ ମାଲିକ ସଂଘ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଅସୁବିଧା ଦର୍ଶାଇଥିବା ଏବଂ ସିଟି ବସ୍‌ଷ୍ଟାଣ୍ଡ୍‌ର ୫୦ପ୍ରତିଶତ ଅଞ୍ଚଳରେ କାମ ଆରମ୍ଭ କରି ବଳକା ଜାଗାକୁ ବସ୍‌ ଚଳାଚଳ ପାଇଁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଏପରି ପ୍ରସ୍ତାବକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରୋକ୍‌ଠକ୍‌ ମନା କରିଦେଇଥିବା ଏବଂ ଏଥିରେ ସଂଘ ପକ୍ଷରୁ ତୀବ୍ର ପ୍ରତିକି୍ରୟା ପ୍ରକାଶ କରି ଆସନ୍ତାକାଲିଠାରୁ ନିଜନିଜ ବସ୍‌କୁ ଚଳାଚଳ ବନ୍ଦ କରି ସେମାନଙ୍କ ଘର କିମ୍ବା ଅନ୍ୟସ୍ଥାନରେ ପାର୍କିଂ କରି ରଖିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ତେବେ ଆସନ୍ତାକାଲି ବ୍ରହ୍ମପୁରରୁ ବିଭିନ୍ନ ସ୍ଥାନକୁ ଯାତାୟତ ଘରୋଇ ବସ୍‌ ଗୁଡ଼ିକ ବନ୍ଦ ରହିବା ଏକପ୍ରକାର ନିଶ୍ଚିତ ହୋଇପଡ଼ିଛି । ପ୍ରକାଶ ଥାଉକି ଗତ ବର୍ଷ ସିଟି ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଥିଲା । ସମସ୍ତ ଘରୋଇ ବସ୍‌ ଗୁଡ଼ିକୁ ପ୍ରଶାସନ ସିଟି ବସ୍‌ଷ୍ଟାଣ୍ଡରୁ ହଟାଇଥିଲା । ଏହାକୁ ନେଇ ପ୍ରଶାସନ ଏବଂ ଘରୋଇ ବସ୍‌ ମାଲିକ ସଂଘ ମୁହାଁମୁହିଁ ହୋଇଥିଲେ । ଏପରିକି ପାଞ୍ଚ ଦିନ ଧରି ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଥିଲା । ଏହାପରେ ଭୁବନେଶ୍ୱରରେ ବୈଠକ ପରେ ସାମହିକ ଭାବେ
ସିଟି ବସ୍‌ଷ୍ଟାଣ୍ଡ ବନ୍ଦକୁ ସ୍ଥଗିତ ରଖାଯାଇଥିଲା । ତେବେ ଗତ ୨୦୧୮ ଅକେଫାବର ପରେ ହଳଦିଆ ପଦରରୁ ବସ୍‌ ଚଳାଚଳ ନେଇ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ପ୍ରଶାସନ ଏଦିଗରେ ଆଉ ମୁଣ୍ଡ ଖେଳାଇ ନଥିଲା । ଯଦ୍ୱାରା ସିଟି ବସ୍‌ଷ୍ଟାଣ୍ଡରୁ ଘରୋଇ ବସ୍‌ ସେବା ପୂର୍ଭ ଭଳି ଜାରି ରହିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପିର ଅଭିଯୋଗ ମହାରଥୀ ଖାଇଛନ୍ତି ଶହେ କୋଟି

ବିଜେପିର ଅଭିଯୋଗ ମହାରଥୀ ଖାଇଛନ୍ତି ଶହେ କୋଟି

Read More...

ଇଜିପଫରୁ ଆସିବ ପିଆଜ ବିଭିନ୍ନ ରାଜ୍ୟରେ ଚାହିଦା ଅନୁଧ୍ୟାନ କଲା କେନ୍ଦ୍ର

ଇଜିପଫରୁ ଆସିବ ପିଆଜ ବିଭିନ୍ନ ରାଜ୍ୟରେ ଚାହିଦା ଅନୁଧ୍ୟାନ କଲା କେନ୍ଦ୍ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page