ବିଜେପି ନେତାଙ୍କୁ ରାସ୍ତାକଡ଼କୁ ଠେଲିଦେଲେ

November 25, 2019, ଦେଶ, , Anupambharat News Bureau


ବିଜେପି ନେତାଙ୍କୁ ରାସ୍ତାକଡ଼କୁ ଠେଲିଦେଲେ
Anupambharat News Bureau
November 25, 2019

କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଜଣେ ବିଜେପି ନେତାଙ୍କୁ ଲୋକମାନେ ଠେଲାପେଲା କରିବା ସହ ଦୁର୍ବ୍ୟବହାର କରିଛନ୍ତି । ଖାଲିସେତିକି ନୁହେଁ, ଲୋକମାନେ ତାଙ୍କୁ ଧMା ମାରି ରାସ୍ତା କଡ଼କୁ ମଧ୍ୟ ଠେଲି ଦେଇଛନ୍ତି ।
ପଶ୍ଚିମବଙ୍ଗରେ ଉପ ନିର୍ବାଚନ ପାଇଁ ଆଜି ଭୋଟିଂ ହେଉ ଥିବା ବେଳେ ଏଭଳି ଘଟଣା ଘଟିଛିଛ କରିମପୁର ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଜୟ ପ୍ରକାଶ ମଜୁମଦାରଙ୍କ ସହ ଏଭଳି ଘଟଣା ଘଟିଛି । ବିଜେପି ଏଥିପାଇଁ ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସ କର୍ମୀଙ୍କ ହାତ ଥିବା ଅଭିଯୋଗ କରିଛି । ରାସ୍ତା କଡ଼ର ବୁଦାରେ ଫସି ରହିଥିବା ମଜୁମଦାରଙ୍କୁ କିଛି ଦଳୀୟ କର୍ମୀ ଏବଂ ସୁରକ୍ଷାକର୍ମୀ ଉଦ୍ଧାର କରିଥିଲେ ।
ରାସ୍ତା ଉପରକୁ ଆସିବା ପରେ ସେ ଆକ୍ରମଣକାରୀଙ୍କ ପଛରେ ଗୋଡ଼ାଇ ସେମାନଙ୍କ ରାଗରେ ବେଙ୍ଗଲୀ ଭାଷାରେ କିଛି କହୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି, ବେଙ୍ଗଲରେ ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ଏଭଳି ଆକ୍ରମଣ କରା ଯାଇଥିବା ସ୍ପଷ୍ଟ ହୋଇଛି । ଏହି ଘଟଣା ମୋତେ କେବେ ହେଲେ ମାନସିକସ୍ତରରେ ହତୋତ୍ସାହିତ କରିବ ନାହିଁଛ ମୁଁ କରିମନଗରର ସମସ୍ତ ବୁଥକୁ ଯିବି । ମୁଁ ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛି ।
ବିଜେପିର ବେଙ୍ଗଲ ନେତା ମୁକୁଲ ରୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ତୃଣମୂଳ କଂଗ୍ରେସର ଗୁଣ୍ଡା ବାହିନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସ୍ଥାନୀୟ ତୃଣମୂଳ କଂଗ୍ରେସର କର୍ମୀମାନେ କହିଛନ୍ତି, ମଜୁମଦାର ନିର୍ବାଚନ ମାହୋଲକୁ ଖରାପ କରିବାକୁ ଚେଷ୍ଟା କରୁଥିଲେ । ଏଥିପାଇଁ ଲୋକମାନେ ହିଁ ତାଙ୍କୁ ବିରୋଧ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିସ୍ପୋରଣ କରି କାହିଁକି ମାରି ଦଉନ: ସୁପ୍ରିମକୋର୍ଟ

ବିସ୍ପୋରଣ କରି କାହିଁକି ମାରି ଦଉନ: ସୁପ୍ରିମକୋର୍ଟ

Read More...

ନିଯୁକ୍ତି ରାଲିରୁ ଆତଙ୍କବାଦୀ ଗିରଫ

ନିଯୁକ୍ତି ରାଲିରୁ ଆତଙ୍କବାଦୀ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page