କମେଣ୍ଟମରାକୁ ନେଇ ଦୁଇଛାତ୍ର ଗୋଷ୍ଠିଙ୍କ ମଧ୍ୟରେ ସଂଘର୍ଷ

November 25, 2019, ଓଡ଼ିଶା, , Anupambharat News Bureau


କମେଣ୍ଟମରାକୁ ନେଇ ଦୁଇଛାତ୍ର ଗୋଷ୍ଠିଙ୍କ ମଧ୍ୟରେ ସଂଘର୍ଷ
Anupambharat News Bureau
November 25, 2019

ଆନନ୍ଦପୁର ୨୫ା୧୧ (ଅନୁପମ ମିଡ଼ିଆ) ଆନନ୍ଦପୁର ମହାବିଦ୍ୟାଳୟ ପରିସରରେ ସୋମବାର ମଧ୍ୟାହ୍ନରେ ଦୁଇ ଛାତ୍ର ଗୋଷ୍ଠିଙ୍କ ମଧ୍ୟରେ ପୂର୍ବ କମେଣ୍ଟ ମରା ଘଟଣାକୁ ନେଇ ସଂଘର୍ଷ ଘଟିଥିବା ବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ଦେଖାଯାଇଛି । ଖବରନେବାରୁ ଜଣାଯାଏ ମହବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜୈନିକ ଛାତ୍ରକୁ ଗତ ୭ଦିନ ତଳେ କ୍ଲାସ ସାରି ଫେରୁଥିବା ବେଳେ ଅନ୍ୟଜଣେ ଛାତ୍ର ତାଙ୍କୁ କମେଣ୍ଟ ମାରିଥିଲେ ।ଏହି ଘଟଣାକୁ କେନ୍ଦ୍ରକରି ସୋମବାର ଦିନ ଦୁଇ ଛାତ୍ର ଗୋଷ୍ଠିଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା । ଏହି ଘଟଣାରେ କିଛି ଅଣଛାତ୍ର କଲେଜ ମଧ୍ୟରେ ପ୍ରବେଶ କରି ଛାତ୍ରମାନଙ୍କୁ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ଏପରିକି ୩ଜଣ ଛାତ୍ର ଆହତ ହୋଇ ଚିକିସିିତ ହେଉଥିବାର ଜଣାଯାଇଛି । ଏହି ଘଟଣା ନେଇ ଛାତ୍ରମାନଙ୍କ ପକ୍ଷରୁ ଆନନ୍ଦପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ଦାଶଙ୍କ ନିକଟରେ ଅଭିଯୋଗ କରାଯାଇଥିବା ବେଳେ ଅଧ୍ୟକ୍ଷ ଉଭୟ ଛାତ୍ର ଗୋଷ୍ଠିଙ୍କୁ ବୁଝାସୁଝା କରି ଫେରାଇ ଦେଇଥିବା ବେଳେ ପୁନର୍ବାର ଅଣଛାତ୍ରଙ୍କ ଦ୍ୱାରା ଗଣ୍ଡଗୋଳ ହୋଇଥିବାର ଅଭିଯୋଗ ହୋଇଛି । ଏପରିକି ମହାବିଦ୍ୟାଳୟର ବହୁ ଛାତ୍ର ବିଭିନ୍ନ ମେସରେ ରହି ପାଠ ପଢ଼ୁଥିବା ବେଳେ କିଛି ଅଣଛାତ୍ର ସେମାନଙ୍କୁ ଧମକାଉଥିବାରୁ ଛାତ୍ରମାନେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଆନନ୍ଦପୁର ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ପୋଲିସ ଫୋର୍ସ ସହ ପହଞ୍ଚି ପରିସ୍ଥିତି ଉପରେ ତୀå ନଜର ରଖିଥିବା ବେଳେ ଅଧ୍ୟକ୍ଷ ଅପରାହ@ ୪ଘଟିକା ଠାରୁ କ୍ଲାସ ଛୁଟି କରିଦେଇଥିଲେ । ଏହାର ସମାଧାନ ନେଇ ଉଭୟ ଗୋଷ୍ଠିର ଛାତ୍ରମାନଙ୍କୁ ନେଇ ମଙ୍ଗଳବାର ଦିନ ଜରୁରୀ ବୈଠକ କରାଯିବା ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ ପ୍ରସାଦ ଦାଶ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 କୋମାରେ କେନ୍ଦୁଝର ବିଦୁ୍ୟତ୍‌ ଥାନା  n କର୍ମଚାରୀ ବସି ବସି ଦରମା ନେଉଛନ୍ତି n ୨ ବର୍ଷରେ ୨ଟି ମାମଲା

କୋମାରେ କେନ୍ଦୁଝର ବିଦୁ୍ୟତ୍‌ ଥାନା n କର୍ମଚାରୀ ବସି ବସି ଦରମା ନେଉଛନ୍ତି n ୨ ବର୍ଷରେ ୨ଟି ମାମଲା

Read More...

ଭିଜିଲାନ୍ସ ଜାଲରେ ୪ ସରକାରୀ ବାବୁ

ଭିଜିଲାନ୍ସ ଜାଲରେ ୪ ସରକାରୀ ବାବୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page