ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ ବୋବଡେ

November 17, 2019, ଦେଶ, , Anupambharat News Bureau


ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ ବୋବଡେ
Anupambharat News Bureau
November 17, 2019

ନୂଆଦିଲ୍ଲୀ, ୧୭ା୧୧: ସୋମବାର ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ସୁପ୍ରିମ୍‌କୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ପାଖାପାଖି ବର୍ଷେ ୫ ମାସ ତାଙ୍କ କାର୍ଯ୍ୟକାଳ ରହିବ । ୨୦୨୧ ଏପ୍ରିଲ୍‌ ୨୩ରେ ସେ ଅବସର ଗ୍ରହଣ କରିବେ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇ ଇତିମଧ୍ୟରେ ଅବସର ଗ୍ରହଣ କରିଛନ୍ତି । ଶୁକ୍ରବାର ଥିଲା ତାଙ୍କର ଅନ୍ତିମ କାର୍ଯ୍ୟ ଦିବସ । ଶେଷ କାର୍ଯ୍ୟ ଦିବସରେ ଅନ୍ତିମ ଥର ପାଇଁ କୋର୍ଟ ନମ୍ବର ୧ରେ ବସି ଜଷ୍ଟିସ୍‌ ଗୋଗୋଇ ବିଭିନ୍ନ ମାମଲାର ଶୁଣାଣି କରିଥିଲେ । ଅନ୍ତିମ ଦିନରେ ଶେଷଥର ପାଇଁ ଭିଡିଓ କନଫରେନସିଂ ଜରିଆରେ ଦେଶର ୬୫୦ ହାଇକୋର୍ଟ ବିଚାରପତି ଓ ୧୫ ହଜାର ଜୁଡିସିଆଲ ଅଧିକାରୀଙ୍କୁ ନିଜର ବାର୍ତ୍ତା ଦେଇଥିଲେ । ଗତବର୍ଷ ଅକେଫାବର ୩ରେ ଜଷ୍ଟିସ୍‌ ଗୋଗୋଇ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଅଯୋଧ୍ୟା ରାୟ, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ ଆରଟିଆ ପରିସର ଭୁକ୍ତ ହେବା, ରାଫେଲ ଦୁର୍ନୀତି ଆଦି ବଡ଼ ବଡ଼ ପ୍ରସଙ୍ଗରେ ରାୟ ଶୁଣାଇଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ । ନୂଆ ପ୍ରଧାନ ବିଚାରପତି ବୋବଡ଼େ ୨୦୧୩ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିବା ଜଷ୍ଟିସ ବୋବଡେ ୧୯୭୮ରେ ବୋବଡେ ବାର୍‌ କାଉନସିଲରେ ଯୋଗଦେଇଥିଲେ । ୨୦୦୦ ମସିହାରେ ସେ ମୁମ୍ବାଇ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ପ୍ରଥମେ ନିଯୁକ୍ତ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭିଜିଲାନ୍ସ ଜାଲରେ ୪ ସରକାରୀ ବାବୁ

ଭିଜିଲାନ୍ସ ଜାଲରେ ୪ ସରକାରୀ ବାବୁ

Read More...

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page