‘ଶାନ୍ତି ପାଇଁ ସେବା ଆବଶ୍ୟକ’

November 17, 2019, ଓଡ଼ିଶା, , Anupambharat News Bureau


‘ଶାନ୍ତି ପାଇଁ ସେବା ଆବଶ୍ୟକ’
Anupambharat News Bureau
November 17, 2019

ଭୁବନେଶ୍ୱର,୧୭ ।୧୧(ଅନୁପମ ମିଡିଆ): ଶାନ୍ତି ପାଇବାକୁ ହେଲେ ସେବା କରିବାର ଆବଶ୍ୟକତା ରହିଛି । ଏହି ଶାନ୍ତି ପାଇବା ହେଉଛି ସମସ୍ତର ବଡ ଲକ୍ଷ୍ୟ । ଏଥିପାଇଁ ଆମେ ସବୁବେଳେ ଉଦ୍ୟମ କରୁଛେ । ସତ୍‌ ମାର୍ଗରେ ଯିବା , ଅନ୍ୟକୁ ଭଲ ପାଇବା , ସତସଙ୍ଗ କଲେ ଶାନ୍ତି ମିଳିଥାଏ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପ୍ରକାଶ କରିଛନ୍ତି । ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସୁଧା ସର୍ଜନା ମହୋତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ଆହୁରି କହିଥିଲେ ଯେ ଅନ୍ୟକୁ ସମ୍ମାନ ଦେବା ଉପରେ ଆମେ ଗୁରୁତ୍ୱ ଦେବ ଦରକାର । ସତ୍ୟ ,ସେବା ଓ ଭଲ ପାଇବା ଜରିଆରେ ହିଁ ଆମେ ଶାନ୍ତି ପାଇପାରିବା । ଏହା ହେଉଛି ସବୁ ଧର୍ମ, ସବୁ ବିଶ୍ୱାସର ଆଧାର । ଓଡିଶାରେ ଶ୍ରୀ ଶ୍ରୀ ଠାକୁରଙ୍କର ଭକ୍ତମାନଙ୍କର ବଡ ସଂଗଠନ ରହିଛି । ଏହି ସଂଗଠନ ବହୁତ ଭଲ କାମ କରୁଛି । ଏହାକୁ ଜାରୀ ରଖନ୍ତୁ । ସମାଜ ଆମକୁ ବହୁତ ଦେଇଛି, ଆମେ ଯଦି ସମାଜକୁ କିଛି ଦେଇ ପାରିବ ତାହା ହିଁ ଭଗବାନଙ୍କ ଶ୍ରେଷ୍ଠ ପୂଜା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ବିଧାୟକ ଦେବୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ

Read More...

 ବିକ୍ରି ହେବ ଏୟାର ଇଣ୍ଡିଆ ଓ ବିପିସିଏଲ

ବିକ୍ରି ହେବ ଏୟାର ଇଣ୍ଡିଆ ଓ ବିପିସିଏଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page