ଯୁବକଙ୍କ ଉନ୍ମତ୍ତ କାଣ୍ଡ ଥାନାରେ ପଶି ପୋଲିସକୁ ପିଟିଲେ

November 17, 2019, ଓଡ଼ିଶା, , Anupambharat News Bureau


ଯୁବକଙ୍କ ଉନ୍ମତ୍ତ କାଣ୍ଡ ଥାନାରେ ପଶି ପୋଲିସକୁ ପିଟିଲେ
Anupambharat News Bureau
November 17, 2019

ଆଠଗଡ,୧୭ । ୧୧ (ଅନୁପମମିଡ଼ିଆ): ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଥାନାରେ ପଶି ଚାରି ପୋଲିସକୁ ମାଡ଼ ମାରି ଲହୁ ଲୁହାଣ ପରେ ଗିରଫ ହେବା ଘଟଣାର ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଶନିବାର ବିଳମ୍ବିତ ରାତିରେ ବାବୁଲି ସିଂ ନାମକ ଜଣେ ଯୁବକ ମୁହଁରେ ଏକ କଳା କପଡା ବାନ୍ଧି ହଠାତ୍‌ ଆଠଗଡ ଥାନାରେ ପଶିଥିଲେ । କେହି କିଛି ବୁଝିବା ଆଗରୁ ସେ କାର୍ଯ୍ୟରତ ଥିବା ସହକାରୀ ସବଇନ୍ସପେକଫର ଲିଙ୍ଗରାଜ ସେଠୀଙ୍କୁ ଆକ୍ରମଣ କରି ଠେଲି ଠେଲି ନେଇ ଥାନା ମଧ୍ୟରେ ଥିବା ଏକ ଘର ଭିତରକୁ ନେଇ କବାଟ ବନ୍ଦ କରିଦେଥିଲା । ପାଟିତୁଣ୍ଡ ଶୁଣି ନିୟୋଜିତ ଥିବା ସେଣ୍ଟ୍ରି ସୁଧାଂଶୁ ଧଳସାମନ୍ତ ଆସିବାରୁ ବାବୁଲି ଏକ ପେପର େୱଟରେ ଆକ୍ରମଣି କରିବାରେ ତାଙ୍କର ମୁଣ୍ଡ ଫାଟିଯାଇଥିଲା । ଏହିତ ସମୟରେ ଇନ୍ସପେକଫର ସନ୍ତୋଷ ପ୍ରଧାନ ପହଞ୍ଚିବାରୁ ତାଙ୍କୁ ମଧ୍ୟ ଲାଠି ରେ ଆକ୍ରମଣ କରିଥିଲା । ଥାନାରୁ ହୋହଲ୍ଲା ଶୁଣି ନିକଟରେ ଥିବା ଦୋକାନୀ ମାନେ ଆସି ଯୁବକକୁ କାବୁ କରଥିଲେ । ଏଥିସହିତ ଆହତ କର୍ମଚାରୀ ମାନଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ବାବୁଲିର ପରିବାର ଲୋକେ ଥାନାରେ ପହଁଞ୍ଚିଥିଲେ । ବାବୁଲିର ମାନସିକ ସ୍ଥିତି ଉପଲବ୍ଧି କର୍‌ି ତାକୁ ପରିବାରକୁ ହସ୍ତାନ୍ତର କର୍‌ିଥିଲେ । ମାତ୍ର ଆଜି ସକାଳୁ ବାବୁଲିକୁ ଥାନା ପକ୍ଷରୁ କେଶ ସଂଖ୍ୟା ୨୮୫/୨୦୧୯ରେ ୩୪୧, ୩୦୭, ୩୨.୩୨୪, ୩୩୨, ୩୩୩, ୩୫୩, ୨୯୪, ୫୦୬ ଭାରତୀୟ ଦଣ୍ଡ ବିଧାନ ଅନୁଯାୟୀ ଗିରଫ କରି ଜେଲ୍‌କୁ ପଠାଇଛି ପୋଲିସ । ଗତକାଲି ବାବୁଲିକୁ ଛାଡି ଦେବା ଘଟଣା ସମ୍ପର୍କରେ ପଚାରିବାରେ ଯୁବକର ମାନସିକ ସ୍ଥିତି ଠିନଥିବାରୁ ସନ୍ଦେହ କରି ଛାଡି ଦିଆଯାଇଥିଲା । ତେବେ ସମ୍ପୃକ୍ତ ଯୁବକ ଜଣକ ଡ୍ରଗ୍ସ ଖାଉଥିବାର ଜାଣିବା ପରେ ଗିରଫ କରାଯାଇଥିବା ପୋଲିସ ପ୍ରକାଶ କରିଛି । ତେବେ ଥାନା ମଧ୍ୟରେ ପଶି ଯୁବକଙ୍କ ଏଭଳି କାଣ୍ଡ ଆଜି ଅଞ୍ଚଳରେ ଚର୍ଚ୍ଚରେ ବିଷୟ ହୋଇଥିବା ବେଳେ ପୋଲିସର ଅସହାୟତାକୁ ମଧ୍ୟ ପଦାରେ ପକାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୀବିତ ବୋଲି ଜୁଇରୁ ଉଠାଇ ଆଣିଲେ ଡାକ୍ତର ମୃତ ଘୋଷଣା ପରେ ଶବ ସତ୍କାର

ଜୀବିତ ବୋଲି ଜୁଇରୁ ଉଠାଇ ଆଣିଲେ ଡାକ୍ତର ମୃତ ଘୋଷଣା ପରେ ଶବ ସତ୍କାର

Read More...

ଆଇୟୁସି ଚାର୍ଜ ଉଠାଇବା ଓ ହ୍ରାସ କରିବା ଟ୍ରାଇ ନିଷ୍ପତ୍ତିକୁ ଜିଓର ଆପତ୍ତି

ଆଇୟୁସି ଚାର୍ଜ ଉଠାଇବା ଓ ହ୍ରାସ କରିବା ଟ୍ରାଇ ନିଷ୍ପତ୍ତିକୁ ଜିଓର ଆପତ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page