ଜୁନ୍‌ ୪ରେ କେରଳ ଛୁଇଁବ ମୌସୁମୀ

May 15, 2019, ଓଡ଼ିଶା, , Anupambharat News Bureau


ଜୁନ୍‌ ୪ରେ କେରଳ ଛୁଇଁବ ମୌସୁମୀ
Anupambharat News Bureau
May 15, 2019

ଭୁବନେଶ୍ୱର, ୧୪ ।୫ (ଅନୁପମ ମିଡିଆ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଜୁନ୍‌ ୪ ତାରିଖରେ କେରଳ ଛୁଇଁବାର ସମ୍ଭାବନା ରହିଥିବା ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ପୂର୍ବାନୁମାନ କରିଛି । ତେବେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକଠାରୁ କମ୍‌ ବର୍ଷିବ ।
ସଂସ୍ଥା ପକ୍ଷରୁ ଜାରି ମୌସୁମୀ ରିପୋର୍ଟରେ କୁହାଯାଇଛି ଯେ ଏଥର ସ୍ୱାଭାବିକଠାରୁ ୭ ପ୍ରତିଶତ କମ ବୃଷ୍ଟିପାତ ହେବ । ଅର୍ଥାତ ବୃଷ୍ଟିପାତ ପରିମାଣ ୯୩ ପ୍ରତିଶତ ରହିବ । ସ୍କାଏମେଟ୍‌ ଜାରି କରିଥିବା ତଥ୍ୟ ଅନୁଯାୟୀ ଆସନ୍ତା ୨୨ ତାରିଖରେ ମୌସୁମୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିବ । ଏହା ଗୋଟିଏ କିମ୍ବା ଦୁଇ ଦିନ ଆଗ ପଛ ହୋଇପାରେ । ତା’ହେଲେ ଜୁନ୍‌ ୪ ବେଳକୁ ଏହା କେରଳରେ ପ୍ରବେଶ କରିବ । ଏହାପୂର୍ବରୁ କେରଳରେ ପ୍ରାକ୍‌ ମୌସୁମୀ ବର୍ଷା ହେବ । ପୂର୍ବରୁ ଜୁନ୍‌ ୧ ବେଳକୁ ମୌସୁମୀ କେରଳରେ ପ୍ରବେଶ କରୁଥିଲା ଏବଂ ଜୁଲାଇ ମଧ୍ୟ ଭାଗ ସୁଦ୍ଧା ସମଗ୍ର ଦେଶରେ ନିଜର ଉପସ୍ଥିତି ଜାହିର କରୁଥିଲା । କିନ୍ତୁ ଚଳିତ ବର୍ଷ ଏଥିରେ ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ସଂସ୍ଥା ଆକଳନ କରିଛି । ଯଦି ମୌସୁମୀ ଜୁନ୍‌ ୪ରେ କେରଳ ଛୁଏଁ, ତେବେ ଏକ ସପ୍ତାହ ମଧ୍ୟରେ ଏହା ଓଡ଼ିଶାରେ ପ୍ରବେଶ କରିବ । ପୂର୍ବରୁ ସ୍କାଏମେଟ୍‌ ମୌସୁମୀ ଜୁନ୍‌ ୧୦ରେ ଓଡ଼ିଶା ଛୁଇଁବ ବୋଲି ଆକଳନ କରିଥିଲା ।
ସେହିପରି ଦିଲ୍ଲୀରେ ମୌସୁମୀ ଜୁନ୍‌ ୨୯ରେ ପ୍ରବେଶ କରିବ ବୋଲି ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ମୌସୁମୀ ଠିକ୍‌ରେ ପହଞ୍ଚୁଥିଲେ ସୁଦ୍ଧା ସ୍ୱାଭାବିକ ବର୍ଷା ଆଶାକ୍ଷୀଣ ରହିଛି । ତେବେ ସ୍କାଏମେଟ୍‌ର ପୂର୍ବାନୁମାନ ସଠିକ୍‌ ହେଲେ ଜୁନ୍‌ ୧୦ରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ।
ସ୍ୱାଭାବିକ ଠାରୁ କମ୍‌ ବର୍ଷା ସମ୍ଭାବନା





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲକ୍ଷ୍ମୀ ପ୍ରଥମ ମହିଳା ଆଇସିସି ରେଫରୀ

ଲକ୍ଷ୍ମୀ ପ୍ରଥମ ମହିଳା ଆଇସିସି ରେଫରୀ

Read More...

ପିଛା କଲେ ଦୃର୍ବୃତ୍ତ, ଓଲଟିପଡ଼ିଲା ବିଧାୟକଙ୍କ ଗାଡ଼ି

ପିଛା କଲେ ଦୃର୍ବୃତ୍ତ, ଓଲଟିପଡ଼ିଲା ବିଧାୟକଙ୍କ ଗାଡ଼ି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page