ବଜ୍ରକାପ୍ତା ଉଦ୍ଧାର, ଚାରି ଗିରଫ

November 17, 2019, ଓଡ଼ିଶା, , Anupambharat News Bureau


ବଜ୍ରକାପ୍ତା ଉଦ୍ଧାର, ଚାରି ଗିରଫ
Anupambharat News Bureau
November 17, 2019

ଅନୁଗୁଳ, ୧୭ା୧୧ (ଅନୁପମ ମିଡିଆ): ପାଲଲହଡ଼ା ଅଞ୍ଚଳର ପଟାମୁଣ୍ଡା ଗାଁ ନିକଟରୁ ଆଜି ବନ ବିଭାଗ ୧୦ କେଜି ଓଜନର ଏକ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଯାହାକି ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣାରେ ବନ ବିଭାଗ ୪ଜଣଙ୍କୁ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ ପାଲଲହଡ଼ା ଅଞ୍ଚଳର ପଟାମୁଣ୍ଡା ଗାଁର ଜୈନିକ ଘରେ ଦିର୍ଘ ୨ମାସ ହେବ ଏକ ବଜ୍ରକାପ୍ତା ରହିଥିଲା । କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ଛଦ୍ମବେଶରେ ଯାଇ ପହଞ୍ଚିଥିଲେ । ସଂପୂର୍ଣ୍ଣ ତଥ୍ୟ ହାସଲ କରିବା ପରେ ସେହି ଗାଁର ସଂପୃକ୍ତ ସନ୍ତୋଷ ମହାକୁଡ଼, କୈଳାସ ନାୟକ, ଟାଇନଶିରା ଗାଁର ଗଣନାଥ ନାୟକ ଓ ଜଗମୋହନପୁର ର ମୁନା ମୁଣ୍ଡାଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩୦ତମ କୋଣାର୍କ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

୩୦ତମ କୋଣାର୍କ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

Read More...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍‌

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page